Jio କଲା ବଡ ଘୋଷଣା ! କମ୍ପାନୀ ଜାରି କଲା ଦୁନିଆର ସବୁଠୁ ଶସ୍ତା Smart Phone ର video, ଦେଖନ୍ତୁ ଏଥିରେ ରହିଛି କଣ ସବୁ ଖାସ features

ଦୀପାବଳି ପୂର୍ବରୁ ଦୁନିଆର ସବୁଠାରୁ ଶସ୍ତା ସ୍ମାର୍ଟଫୋନ ଜିଓଫୋନ ନେକ୍ସ୍ଟ ଲଞ୍ଚ ହେବାକୁ ଯାଉଛି । ଏହା ପୂର୍ବରୁ କମ୍ପାନୀ ଏହି ଫୋନର ଏକ ଭିଡିଓ ଶେୟାର କରିଛି । ଭିଡିଓରେ ଫୋନ ମେକିଙ୍ଗ ବିଷୟରେ ଅବଗତ କରାଯିଛି । ଭାରତରେ ହିଁ ଏହି ଫୋନକୁ ତିଆରି କରାଯାଉଛି । ଜିଓଫୋନ ନେକ୍ସ୍ଟ ମେଡ ଇନ ଇଣ୍ଡିଆ, ମେଡ ଫର ଇଣ୍ଡିଆ ଓ ମେଡ ବାଇ ଇଣ୍ଡିଆ ଅଟେ । ଏହି ଫୋନରେ ପ୍ରଗତି OS ରହିଛି ଯାହା ଏଣ୍ଡ୍ରୋଏଡ ପାୱାର ହେବ । ଏହି ସର୍ବୋତ୍ତମ ଅପରେଟିଂ ସିଷ୍ଟମକୁ ଭାରତରେ ପ୍ରସ୍ତୁତ କରାଯାଇଛି ।

ଫୋନକୁ ଜିଓ ଓ ଗୁଗୁଲ ଦୁହେଁ ମିଶି ତିଆରି କରିଛନ୍ତି । ଦେଶରେ ପ୍ରଗତି ଆଣିବା ପାଇଁ ଫୋନର ନାମ ପ୍ରଗତି ରଖାଯାଇଛି । ଏହି ସ୍ମାର୍ଟଫୋନ ଦେଶର ପ୍ରତ୍ଯେକ ନାଗରିକଙ୍କୁ ଡିଜିଟାଲ ଟେକ୍ନୋଲୋଜି ସହ ସମ୍ପୃକ୍ତ ହେବାକୁ ସମାନ ସୁଯୋଗ ଆଣିଦେବ । କମ୍ପାନୀର କହିବା ଅନୁଯାୟୀ ଏହି ଫୋନ ଦ୍ଵାରା ଦେଶର ଲକ୍ଷ ଲକ୍ଷ ନାଗରିକଙ୍କ ଜୀବନ ପରିବର୍ତନ ହେବାକୁ ଯାଉଛି । ୫ ବର୍ଷ ମଧ୍ୟରେ ଜିଓ ଦେଶର ସବୁଠୁ ବଡ ଟେଲିକମ କମ୍ପାନୀ ଭାବେ ନିଜକୁ ପ୍ରତିଷ୍ଠା କରିପାରିଛି । ବର୍ତ୍ତମାନ ୪୩ କୋଟିରୁ ଅଧିକ ୟୁଜର୍ସ ଜିଓ ନେଟୱର୍କ ସହ ଜଡିତ ହୋଇ ସାରିଛନ୍ତି ।

ଏହି ଫୋନରେ ଭଏସ ଆସିଷ୍ଟାଣ୍ଟ ରହିଛି, ଯାହା ସାହାଯ୍ୟରେ ୟୁଜର୍ସ ନିଜ ଫୋନକୁ କଣ୍ଟ୍ରୋଲ କରିପାରିବେ । ଏଥିରେ ଟ୍ରାଂସଲେଟ ମଧ୍ୟ ରହିଛି, ଏହା ସାହାଯ୍ୟରେ ୟୁଜର୍ସ ନିଜ ମନପସନ୍ଦ ଭାଷାରେ ସ୍କ୍ରିନକୁ ଟ୍ରାଂସଲେଟ କରିପାରିବେ । ଏହି ଫୋନରେ ୧୩ ମେଗା ପିକ୍ସେଲର କ୍ୟାମେରା ମଧ୍ୟ ରହିଛି ଓ ଏହାସହ ପ୍ରି ଲୋଡେଡ ଫିଲଟର୍ସ ମଧ୍ୟ ରଖାଯାଇଛି । ଫୋନରେ ଜିଓ ଓ ଗୁଗୁଲର ସମସ୍ତ ଆପ୍ପ ମଧ୍ୟ ପ୍ରି ଲୋଡେଡ ରହିଛି ।

ଏହାସହ ଫୋନରେ ଅଟୋମାଟିକ ସଫ୍ଟୱେୟାର ଅପଡେଟ ମଧ୍ୟ ହୋଇପାରିବ । ଏହାଦ୍ବାରା ସମୟ ଅନୁସାରେ ଫୋନକୁ ଅପଡେଟ କରିହେବ । ଏଥିରେ ସିକ୍ଯୁରିଟି ଅପଡେଟ ମଧ୍ୟ ସାମିଲ ରହିବ । ଏହି ଫୋନରେ ପ୍ରଗତି OS ରହିବ ଯାହା ୟୁଜର୍ସଙ୍କୁ ଦମଦାର ବ୍ଯାଟେରୀ ଲାଇଫ ଦେବ । ଯଦ୍ୟପି ଏବେ ଯାଏଁ ଏହି ସ୍ମାର୍ଟଫୋନର ମୂଲ୍ୟ କେତେ ତାହା ସାମନାକୁ ଆସିନାହିଁ, ଏହା ଦୁନିଆର ସବୁଠୁ ଶସ୍ତା ସ୍ମାର୍ଟଫୋନ ଭାବେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ତେବେ ଏକ୍ସପର୍ଟଙ୍କ ମତରେ ଏହି ସ୍ମାର୍ଟଫୋନ ୩୦୦୦ ରୁ ୪୦୦୦ ଟଙ୍କା ମୂଲ୍ୟରେ ଆସିଯିବ । ଆପଣଙ୍କୁ ଜିଓର ଏହି ସ୍ମାର୍ଟଫୋନ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।