Rithvik Dhanjani ଙ୍କ ସହ ବ୍ରେକଅପ ପରେ ଏହି ହିରୋଙ୍କୁ ବିବାହ କରିବାକୁ ଯାଉଛନ୍ତି Asha Negi

ଭାରତୀୟ ଟିଭି ଇଣ୍ଡଷ୍ଟ୍ରିର ଜଣେ ସଫଳ ଅଭିନେତ୍ରୀ ହେଉଛନ୍ତି ଆଶା ନେଗୀ । ସେ ଜଣେ ପ୍ରତିଭାଶାଳୀ ଅଭିନେତ୍ରୀ ହେବା ସହ ଜଣେ ଦକ୍ଷ ନୃତ୍ୟକାର ମଧ୍ୟ । ଜି ଟିଭିର ଲୋକପ୍ରିୟ ଧାରାବାହିକ ପବିତ୍ର ରିସ୍ତା ରୁ ସେ ଘରେ ଘରେ ପୂର୍ଭି ନାମରେ ଲୋକପ୍ରିୟ ହୋଇଥିଲେ ଓ ଦର୍ଶକଙ୍କ ମନରେ ଜାଗା ବନାଇ ପାରିଥିଲେ । ତାଙ୍କ ସହ ଅଭିନେତା ରିତିଭିକ୍ ଙ୍କ ଯୋଡିକୁ ଦର୍ଶକ ଖୁବ୍ ପସନ୍ଦ କରୁଥିଲେ ।

ଅସଲ ଜୀବନରେ ମଧ୍ୟ ଦୁହେଁ ଦୁହିଁଙ୍କୁ ପ୍ରେମ କରୁଥିଲେ । ୩୧ ବର୍ଷୀୟ ଅଭିନେତ୍ରୀ ଆଶା ନେଗୀ ଦେଖିବାକୁ ଯେପରି ସୁନ୍ଦର ତାଙ୍କ ବ୍ୟକ୍ତିତ୍ଵ ମଧ୍ୟ ଦର୍ଶକଙ୍କୁ ଖୁବ୍ ଆକର୍ଷିତ କରେ । ସେ ନିଜ ଅଭିନୟ କ୍ୟାରିଅର ୨୦୦୯ ମସିହାରୁ ଆରମ୍ଭ କରିଥିଲେ । ସପନୋ ସେ ଭରେ ନୈନା ତାଙ୍କ ଅଭିନୀତ ପ୍ରଥମ ଧାରାବାହିକ ଥିଲା । ଯାହା ଷ୍ଟାର୍ ପ୍ଲସ ରେ ପ୍ରସାରିତ ହେଉଥିଲା ।

ତେବେ ଆଶା ଙ୍କୁ ଜି ଟିଭି ଧାରାବାହିକ ପବିତ୍ର ରିସ୍ତା ରୁ ହିଁ ଅସଲ ପରିଚୟ ଓ ସଫଳତା ହାସଲ ହୋଇଥିଲା । ୨୦୧୪ ରେ ଷ୍ଟାର୍ ପ୍ଲସ ର ଡାନ୍ସ ରିୟଲିଟି ଶୋ ନାଚ ବାଲିୟେ-୬ ରେ ପ୍ରତିଯୋଗୀ ଭାବେ ଭାଗ ନେଇଥିଲେ । ଏହି ଶୋ କୁ ଜିତି ସେ ସାବିତ୍ କରିଥିଲେ କି ସେ ଜଣେ ଭଲ ଅଭିନେତ୍ରୀ ସହ ଜଣେ ଅତି ଭଲ ଡାନ୍ସର ମଧ୍ୟ ।

ଆଶା ନିଜ ହୋଷ୍ଟିଂ ପ୍ରତିଭାକୁ ମଧ୍ୟ ଦେଖାଇଥିଲେ ଓ ତାହା ମଧ୍ୟ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । ତା ପରେ ଅଭିନେତା ସର୍ମନ୍ ଯୋଶୀ ଙ୍କ ସହ ବାଲାଜୀ ଟେଲିଫିଲ୍ମ ସିରିଜ୍ “ବାରିଷ୍” ରେ ମଧ୍ୟ ସେ ଖୁବ୍ ମନଛୁଆଁ ଅଭିନୟ କରିଥିଲେ । ଏହି ସିରିଜ୍ କୁ ଦର୍ଶକ ଖୁବ୍ ଭଲ ପାଇବା ଦେଇଥିଲେ ଓ ପସନ୍ଦ କରିଥିଲେ । ଏହାର ୨ଟି ଯାକ ସିଜିନ ରେ ସେ ମୁଖ୍ୟ ନାୟିକା ଭୂମିକାରେ ଅଭିନୟ କରିଛନ୍ତି ।

ତେବେ ବର୍ତ୍ତମାନ ଫିଲ୍ମ୍ ଲୁଡୋ କୁ ନେଇ ପ୍ରଶଂସା ସାଉଁଟୁ ଥିବା ଅଭିନେତ୍ରୀ ଆଶା ନେଗୀ ନିଜ ବ୍ୟକ୍ତିଗତ ମାମଲାକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି । ଆଶା ନେଗି ନିଜ ବନ୍ଧୁ ଅର୍ଜିତ ତନେଜାଙ୍କୁ ତାଙ୍କ ଜନ୍ମଦିନରେ କିଛି ଏପରି ଅନ୍ଦାଜ ରେ ଅଭିନନ୍ଦନ ଜଣାଇଛନ୍ତି କି ତାହା ଦେଖି ସମସ୍ତଙ୍କୁ ଲାଗୁଛି ଏମାନଙ୍କ ମଧ୍ୟରେ କିଛି ନା କିଛି ନିଶ୍ଚୟ ଚାଲୁଛି ।

କୁହା ଯାଉଛି କି ଆଶା ନେଗୀ ଅଭିନେତା ଅର୍ଜିତ ତନେଜାଙ୍କୁ ଡେଟ୍ କରୁଛନ୍ତି । ୧୦ ନଭେମ୍ବର କୁ ଅର୍ଜିତ ତନେଜାଙ୍କ ଜନ୍ମଦିନ ଥିଲା । ସେହିଦିନ ଆଶା ତାଙ୍କ ସହ ଇନଷ୍ଟାଗ୍ରାମ୍ ରେ ଏକ ଯୋଡ଼ି ଫଟୋ ସେୟାର କରି ଲେଖିଥିଲେ – ମୋର, ମୋର ଓ କେବଳ ମୋର ଓ ଆହୁରି ଅନେକ କିଛି ଲେଖିଥିଲେ । ଯାହା ଆପଣ ତାଙ୍କ ଇନଷ୍ଟାଗ୍ରାମ୍ ପ୍ରୋଫାଇଲ୍ ରେ ଦେଖି ପାରିବେ ।

କହି ରଖୁଛୁ କି କିଛି ମାସ ପୂର୍ବରୁ ଆଶା ନେଗୀ ଓ ରିତଭିକ୍ ଧନଜାନିଙ୍କ ବ୍ରେକ ଅଫ୍ ହୋଇଥିଲା । ଅନେକ ବର୍ଷ ଧରି ଦୁହେଁ ଦୁହିଁଙ୍କୁ ଡେଟ୍ କରୁଥିଲେ । ଟିଭି ଶୋ ପବିତ୍ର ରିସ୍ତା ରୁ ତାଙ୍କ ପ୍ରେମର ଆରମ୍ଭ ହୋଇଥିଲା । କିନ୍ତୁ କୌଣସି କାରଣ ବଶତଃ ଏଇ କିଛି ଦିନ ପୂର୍ବରୁ ସେମାନେ ଅଲଗା ହୋଇ ଯାଇଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।