ସାରା ରାଜ୍ୟରେ November 16 ରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବନ୍ଦ କରି ଦିଆଯିବ ଘରୋଇ ବସ୍ ଚଳାଚଳ ସେବା, ପେଟ୍ରୋଲ ଦର ବୃଦ୍ଧିକୁ ନେଇ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଲେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ

ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବଢିବାରେ ଲାଗିଛି । ଏହାକୁ ନେଇ ସମସ୍ତେ ଅସନ୍ତୋଷ ପ୍ରକାଶ କରୁଥିଲେ ମଧ୍ୟ କାନ ମୁଣ୍ଡା ଆଉଁସି ତେଲ ପକାଇବାକୁ ବାଧ୍ୟ ହେଉଛନ୍ତି । ନିତିଦିନ କାର୍ଯ୍ୟ ପାଇଁ ପେଟ୍ରୋଲ ନିହାତି ଆବଶ୍ୟକ ଅଟେ । କିନ୍ତୁ ଦିନକୁ ଦିନ ଏହାର ଦରରେ ବୃଦ୍ଧି ଘ-ଟି-ବା ଅ-ସ-ହ୍ୟ ହୋଇ ପଡିଲାନି । ତେବେ ଏହାରି ପ୍ର-ତି-ବା-ଦ-ରେ ଆସନ୍ତା ନଭେମ୍ବର ମାସ ୧୬ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଘରୋଇ ବସ୍ ସବୁ ବନ୍ଦ ରହିବ ।

ଏଭଳି ନିଷ୍ପତ୍ତି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସାଧାରଣ ପରିଷଦ ବୈଠକରେ ନିଆଯାଇଛି । ଭୁବନେଶ୍ବରରେ ରାଜ୍ୟ ଘରୋଇ ବସ୍ ମାଲିକ ସଂହାର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ସାରିଛି । ରାଜ୍ୟର ସମସ୍ତ ଆଞ୍ଚଳିକ ସଂଘର ପ୍ରତିନିଧି ମାନ ଏହି ବୈଠକରେ ଯୋଗଦାନ କରିଥିଲେ । ଏହି ସଭାରେ କରୋନା ମହାମାରୀ ବେଳେ ବସ୍ ବ୍ୟବସାୟର ବିପର୍ଯ୍ୟସ୍ତ ଅବସ୍ଥାରେ ଥିବା ଉପସ୍ଥାପନ କରାଯାଇଥିଲା । ଏହାସହ ପୂର୍ବରୁ ଦାବି କରା ଯାଇଥିବା ଦାବି ପୂରଣ କ୍ଷେତ୍ରରେ ମନ୍ଥରତା ଯୋଗୁଁ ମଧ୍ୟ ସଭାରେ ଖୁବ ଉଦବେଗ ପ୍ରକାଶ ପାଇଥିଲା ।

ଲଗାତାର ତେଲ ଦର ଓ ଅନ୍ଯାନ୍ଯ ଆନୁଷଙ୍ଗିକ ଦର ବୃଦ୍ଧି ଯୋଗୁଁ ବର୍ତ୍ତମାନ ଘରୋଇ ବସ୍ ବ୍ୟବସାୟ ଖୁବ କ୍ଷତିରେ ଚାଲୁଛି । ସେଥିପାଇଁ ସେମାନଙ୍କୁ ଆବଶ୍ୟକୀୟ ସରକାରୀ ସହଯୋଗ ଯୋଗାଇ ଦେବା ପାଇଁ ଉକ୍ତ ସଂଘ ପକ୍ଷରୁ ଦାବି କରାଯାଇଛି  । ସରକାରଙ୍କୁ ତେଲ ଦର କମ୍ କରିବା ସହ ଟ୍ୟାକ୍ସ ଛଡା କରିବା ପାଇଁ ଦାବି କରିଛନ୍ତି ଏହି ସଂଘ । ଆଉ ଏଥିପାଇଁ ସଂଘ ପକ୍ଷରୁ ଆସନ୍ତା ନଭେମ୍ବର ୧୫ ତାରିଖ ଯାଏଁ ମହଲତ ଦିଆଯାଇଛି ।

ଯଦି ସରକାର ଏହା ଭିତରେ ସେମାନଙ୍କ ଦାବି ପୂରଣ ନ କରନ୍ତି ତେବେ ଆସନ୍ତା ନଭେମ୍ବର ୧୬ ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଘରୋଇ ବସ୍ ସେବା ଗୁଡିକୁ ସଂଘ ପକ୍ଷରୁ ବନ୍ଦ କରି ଦିଆଯିବ ବୋଲି ଏହି ସଂଘ ପକ୍ଷରୁ ସୂଚାଇ ଦିଆଯାଇଛି ।

ତେବେ ଯଦି ରାଜ୍ୟରେ ଘରୋଇ ବସ୍ ସେବା ବନ୍ଦ ହୁଏ ତେବେ ସାଧାରଣ ଜନତାଙ୍କୁ ମଧ୍ୟ ଅନେକ ଅସୁବିଧାର ସମୁଖୀନ ହେବାକୁ ପଡିବ । ଦେଖାଯାଉ ଏନେଇ ରାଜ୍ୟ ସରକାର କଣ ପଦକ୍ଷେପ ନେଉଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।