କଣ ଆପଣଙ୍କୁ ଜଣା ଅଛି କି ଆପଣ ରୁଟିରୁ ଏକ ସ୍ଵାଦିଷ୍ଟ ଓ ସୁନ୍ଦର ପିଜ୍ଜା ବନେଇ ପାରିବେ, ଜାଣନ୍ତୁ କଣ ଅଟେ ରେସିପି

ଆଜିକାଲିର ଦୁନିଆରେ ଅଧିକାଂଶ ଲୋକଙ୍କୁ ଘରୋଇ ଖାଦ୍ୟ ଖାଇବା ପାଇଁ ଭଲ ଲାଗୁନି । ଲୋକମାନେ ଅଧିକ ବାହାର ଖାଦ୍ୟ ଖାଇବା ପାଇଁ ପସନ୍ଦ କରୁଛନ୍ତି । ସେଥିପାଇଁ ଆଜି ଆମେ ଆପଣମାନଙ୍କୁ ଏମିତି ଏକ ରେସିପି କହିବୁ ଯାହାକୁ ସବୁ ଲୋକ ଖାଇବେ । ଏହି ରେସିପି ହେଉଛି ପିଜା ର । ପିଜା ଖାଇବା ପାଇଁ ପ୍ରତ୍ୟେକ ଲୋକ ପସନ୍ଦ କରନ୍ତି । ଆଜି ଆମେ ଆପଣଙ୍କୁ ରୁଟିରେ କେମିତି ପିଜା କରିପାରିବେ ସେହି ବିଷୟରେ କହିବୁ । ଏହି ପିଜା ବହୁତ ସ୍ଵାଦିଷ୍ଟ ଓ ସୁନ୍ଦର । ତେବେ ଆସନ୍ତୁ ଜାଣିବା ଏହାକୁ ବନେଇବାର ଉପାୟ ।

ଏହି ପିଜାକୁ ବନେଇବା ପାଇଁ ଆପଣଙ୍କୁ: ଅଧା ଚାମଚ ଲହୁଣୀ, ୧ ଟି ରୁଟି, ୪ ଚାମଚ ପିଜା ସସ୍, ୧ ଟି ସିମ୍ଲା ମିର୍ଚ, ୧ ଟି ପିଆଜ, ଜାଲପେନୋ ୬ ସ୍ଲାଇସ, ମୋଜରେଲା ଚିଜ ଅଧା କପ, ଅଲିଭ ୧୦ ଖଣ୍ଡ, ଚିଲି ଫ୍ଲେକ୍ସ ୧/୪ ଚାମଚ ଓ ମିକ୍ସ ହର୍ବ୍ସ ୧/୪ ଚାମଚ ।

ସର୍ବ ପ୍ରଥମେ ଏକ ତାୱାକୁ ଗରମ କରନ୍ତୁ । ତାୱାରେ ବଟର ଲଗାଇ ଦିଅନ୍ତୁ । ଏଥିରେ ରୁଟିକୁ ହାଲ୍କା ଗରମ କରିଦିଅନ୍ତୁ । ତାପରେ ଗ୍ୟାସ ବନ୍ଦ କରି ସେହି ରୁଟି ଉପରେ ପିଜା ସସ୍ ଲଗାଇ ଦିଅନ୍ତୁ । ତା’ପରେ ସିମ୍ଲା ମିର୍ଚ, ପିଆଜ, ଜାଲପେନୋ ଓ ଅଲିଭ ର ଖଣ୍ଡ ରୁଟି ଉପରେ ରଖନ୍ତୁ । ଏହାପରେ ଏଥିରେ ଚିଲି ଫ୍ଲେକ୍ସ ଓ ମିକ୍ସ ହର୍ବ୍ସ ପକାନ୍ତୁ ।

ଏହା ପରେ ଏହାକୁ ୨ ରୁ ୩ ମିନିଟ ତାୱାରେ ପକାଇ ଦିଅନ୍ତୁ । ଯେତେବେଳେ ବଟର ମେଲ୍ଟ ହେଇଯିବ ସେତେବେଳେ ଏହାକୁ ତାୱାରୁ କାଢି ସର୍ବ କରି ଦିଅନ୍ତୁ । ଏହା ଦେଖିବା ପାଇଁ ଯେତେ ସୁନ୍ଦର ଖାଇବା ପାଇଁ ମଧ୍ୟ ସେତିକି ସ୍ଵାଦିଷ୍ଟ । ଏହାକୁ ନିଜ ଘରେ କରି ଆପଣ ନିଜ ପିଲା ଓ ନିଜ ପାର୍ଟନରଙ୍କୁ ଖାଇବା ପାଇଁ ଦେଇପାରିବେ ।