ପୁଅ ହୁଅନ୍ତୁ କି ଝିଅ, ଜାଣନ୍ତୁ ସୁନ୍ଦର ଓ ମଝବୁତ ବାଳ ପାଇବା ପାଇଁ କିପରି କରିବେ ହେୟାର ପ୍ରଡ଼କ୍ଟ ର ବ୍ୟବହାର

ଆଜିକାଲିର ଦୁନିଆରେ ଅଧିକାଂଶ ପୁଅ ଓ ଝିଅଙ୍କର ଚୁଟିର ସମସ୍ୟା ରହୁଛି । ଏହାର ବିଭିନ୍ନ କାରଣ ରହୁଛି ହେଲେ, ସାଧାରଣତଃ କମ ବୟସରେ ଚୁଟି ଧଳା ହେବା, ଋଖାପଣ, ରୂପି ହେବା ଓ ଚୁଟି ଝଡିବା ଆଦି ସମସ୍ୟା ପାଇଁ ବହୁତ ଥର ଆମେ ନିଜ ଦାୟୀ ଥାଉ । ଅଧିକାଂଶ ଲୋକ ନିଜ ଚୁଟିରେ ସାମ୍ପୋ, ୱାକ୍ସ, ଅଏଲ, ଶିରମ, ମାସ୍କ ଓ କଣ୍ଡିସନର ଆଦିର ବ୍ୟବହାର କରିଥାନ୍ତି । ହେଲେ ଏତେ ସବୁ ଜିନିଷର ବ୍ୟବହାର କରିବା ଅନୁଚିତ ଅଟେ । କାରଣ ଏଥିପାଇଁ ମଧ୍ୟ ଚୁଟିର ସମସ୍ୟା ଦେଖାଦେଇଥାଏ ।

ଏହି ସବୁ କୃତ୍ରିମ ଦ୍ରବ୍ୟରେ କେମିକାଲ ମିଶିଥାଏ, ଯଦି ଆପଣ ଅଲଗା ଅଲଗା କମ୍ପାନୀର ଜିନିଷକୁ ନିଜ ଚୁଟି ଉପରେ ପ୍ରୟୋଗ କରିବେ ତେବେ ଏହା ଦ୍ଵାରା ଆପଣଙ୍କ ଚୁଟି ନଷ୍ଟ ହେବ । ହେଲେ ଅଜି ଆମେ ଆପଣଙ୍କ ଚୁଟିକୁ ସୁସ୍ଥ ରଖିବା ପାଇଁ କେତେକ ଜିନିଷର ଉଚିତ ବ୍ୟବହାର ବିଷୟରେ କହିବୁ, ତେବେ ଆସନ୍ତୁ ଜାଣିବା ଏହି ଜିନିଷ ବିଷୟରେ ।

ସାମ୍ପୋ-

ଚୁଟିରେ ଜମି ଯାଇଥିବା ମଇଳାକୁ ସଫା କରିବା ପାଇଁ ଆମେ ସାମ୍ପୋର ବ୍ୟବହାର କରିଥାଉ । ହେଲେ ଆପଣ ସପ୍ତାହକୁ ଥରେ ସାମ୍ପୋ କରିବା ଉଚିତ । ଯଦି ଆପଣ ବିନା କିଛି କାରଣରେ ସାମ୍ପୋ କରିବେ ତେବେ, ଆପଣଙ୍କ ଚୁଟି ଅଧିକ ରୁଖା ଓ ମୁଣ୍ଡରେ ରୂପି ହୋଇପାରେ । ତେଣୁ ସପ୍ତାହକୁ ଗୋଟେ ଥର ସାମ୍ପୋର ବ୍ୟବହାର କରନ୍ତୁ ।

କଣ୍ଡିସନର-

ଯେତେବେଳେ ଆମେ ଚୁଟିରେ ସାମ୍ପୋ କରିଥାଉ, ସେତେବେଳେ ସାମ୍ପୋ ଦ୍ଵାରା ଆମ ଚୁଟିରେ ରହିଥିବା ନାଚୁରାଲ ଅଏଲ ମଧ୍ୟ ସଫା ହୋଇଥାଏ, ଏହି ଅଏଲକୁ ଆଣିବା ପାଇଁ ଆମେ କଣ୍ଡିସନରର ବ୍ୟବହାର କରିଥାଉ । କଣ୍ଡିସନର ଲଗାଇବା ପରେ ଚୁଟି ସଫ୍ଟ ଓ ଗ୍ଲେଜ କରିଥାଏ । ହେଲେ ଏହାର ବ୍ୟବହାର କେବଳ ଯେଉଁମାନଙ୍କର ଲମ୍ବା ଚୁଟି ଅଛି ସେହି ମାନଙ୍କୁ କରିବା ଉଚିତ । ଛୋଟ ଚୁଟି ଥିବା ଲୋକମାନଙ୍କର କୌଣସି ଆବଶ୍ୟକତା ନଥାଏ କଣ୍ଡିସନରର ।

ହେୟାର ଶିରମ-

ଏହି ଶିରମ ଚୁଟି କୁ ଛିଣ୍ଡିବାରୁ ଅଟକାଇଥାଏ କିନ୍ତୁ ଚୁଟି ଝଡିବାକୁ ନୁହେଁ । ଏହି ଶିରମକୁ କେବଳ ଚୁଟିରେ ଲଗାନ୍ତୁ, ଏହାକୁ ଚୁଟି ମୂଳରେ ଲଗାନ୍ତୁ ନାହିଁ । ଯେଉଁମାନଙ୍କର ଚୁଟି ଅଧିକ ଲମ୍ବା ଅଛି ଓ ସେମାନଙ୍କ ଚୁଟି ଛିଣ୍ଡି ଯାଉଛି, କେବଳ ସେହି ମାନଙ୍କୁ ଶିରମର ବ୍ୟବହାର କରିବା ଉଚିତ ଅନ୍ୟଥା ଏହାର ବ୍ୟବହାର କରିଲେ ଚୁଟି ନଷ୍ଟ ହେବାର ସମ୍ଭାବନା ଥାଏ । ତେଣୁ ଆପଣ ମଧ୍ୟ ଏହି ସବୁ ଜିନିଷକୁ ଏହିପରି ଭାବରେ ବ୍ୟବହାର କରନ୍ତୁ ।