ଶୀତଦିନେ ରୁପୀ ସମସ୍ଯା ଦେଖାଯିବାର ପ୍ରକୃତ କାରଣ କଣ ? ଜାଣନ୍ତୁ କାରଣ, ଚିକିତ୍ସା ଓ ନିରାକରଣ Dermatologist Dr Manas Puhan ଙ୍କ ଠାରୁ

ଶୀତଦିନେ ରୂପୀ ସମସ୍ୟା ଅଧିକ ଦେଖା ଦେଇଥାଏ । ଭିଟାମିନ ଅଭାବ ଯୋଗୁଁ ମଧ୍ୟ ରୂପୀ ସମସ୍ଯା ହୋଇଥାଏ । ଆମ ଶରୀରର ଚର୍ମରୁ ପ୍ରତିଦିନ ମୃତ କୋଷିକା ବାହାରିଥାଏ ଓ ପାଖାପାଖି ପ୍ରତି 45 ଦିନରେ ଗୋଟିଏ ନୂଆ ଚର୍ମ ତିଆରି ହୁଏ । ସେହିଭଳି ଆମ କେଶ ତଳେ ଚର୍ମରେ ମଧ୍ୟ ପ୍ରତିଦିନ କିଛି ମୃତ କୋଷିକା ବାହାରେ । ଆଉ ଚୋପା ଛାଡିବା ଅତ୍ୟଧିକ ବଢିଗଲେ ଏହାକୁ ରୂପୀ ସମସ୍ଯା କୁହନ୍ତି । ଏନେଇ ଜାଣନ୍ତୁ ଡର୍ମାଟୋଲୋଜିଷ୍ଟ ମାନସ ପୁହାଣଙ୍କ ଖାସ୍ ଟିପ୍ସ ।

ଝାଳ ବୋହିବା, ଲାଳ ତିଆରି ହେବା, ଆଖିରୁ ପାଣି ବୋହିବା ଭଳି ରୂପୀ ହେବା ମଧ୍ୟ ଏକ ସାଧାରଣ ସମସ୍ଯା । କିନ୍ତୁ ଅନେକ କାରଣ ଯୋଗୁଁ ଏହା ଅଧିକ ହୋଇଥାଏ । ଫଙ୍ଗାଲ ଇନଫେକ୍ସନ, ଭିଟାମିନ ଅଭାବ, ସୋରିଆସିସ ଥିଲେ ଏସବୁ କାରଣରୁ ରୂପୀ ହୋଇଥାଏ । ଯେତେବେଳେ ମୁଣ୍ଡରୁ ଅଧିକ ମାତ୍ରାରେ ଚୋପା ଛାଡିବା ଆରମ୍ଭ ହୁଏ ସେତେବେଳେ ରୂପୀ ସମସ୍ଯା ମୁଣ୍ଡବିନ୍ଧାର କାରଣ ପାଲଟିଯାଏ । ଫଙ୍ଗାଲ ଇନଫେକ୍ସନ ଧୀରେ ଧୀରେ ବଢି ବ୍ୟାକ୍ଟେରିଆଲ ଇନଫେକ୍ସନ ମଧ୍ୟ ହୋଇଥାଏ ।

ଯେଉଁ ମାନଙ୍କର ଏକଜିମା ସମସ୍ଯା ଥାଏ କିମ୍ବା ସୋରିଆସିସ ଥିଲେ ସେମାନଙ୍କ କ୍ଷେତ୍ରରେ ଏହା ଅଧିକ ହୋଇଥାଏ । ରୂପୀ ହେଲେ ଆମେ ଭାବିଥାଉ କିଛି ଘରୋଇ ଉପଚାର କରି ତାହା ଭଲ କରିଦେବୁ । କିନ୍ତୁ ଏଭଳି କରିବା ଠିକ ନୁହେଁ । ପ୍ରଥମେ କେଉଁ କାରଣ ପାଇଁ ଏହି ସମସ୍ଯା ହେଉଛି ତାହା ପରୀକ୍ଷା କରିବା ଉଚିତ ।

ଯଦି କୌଣସି ରୋଗ ଯୋଗୁଁ ଏଭଳି ସମସ୍ଯା ହେଉଛି ତେବେ ପ୍ରଥମେ ସେହି ରୋଗର ଚିକିତ୍ସା କରିବାକୁ ହେବ । ତା’ ହେଲେ ରୂପୀ ସମସ୍ଯା ଭଲ ହେବ । ଯେଉଁ ପର୍ଯ୍ୟନ୍ତ ଆପଣଙ୍କ ପ୍ରାଥମିକ ରୋଗ ଭଲ ନ ହୋଇଛି ସେ ପର୍ଯ୍ୟନ୍ତ ଆପଣଙ୍କ ଠାରେ ଏହିଭଳି ରୂପୀ ସମସ୍ଯା ଦେଖାଯିବ । ରୂପୀ ସମସ୍ଯାକୁ ଭଲ କରିବା ପାଇଁ ଚର୍ମରୋଗ ବିଶେଷଜ୍ଞଙ୍କ ପାଖରେ ଅନେକ ଥେରାପି ରହିଛି ।

ତେବେ ଖାଲି ଚିକିତ୍ସା ଉପରେ ଭରସା ନକରି ଆପଣ କିଛି ଘରୋଇ ଉପଚାର ମଧ୍ୟ କରିପାରିବେ । କାରଣ ଲେମ୍ବୁ ହେଉ କି ଦହି ଏସବୁରେ ଅନେକ ଔଷଧୀୟ ଗୁଣ ରହିଛି । ଏଥିରେ ପ୍ରାକୃତିକ ଫଙ୍ଗସ୍ ରହିଥାନ୍ତି ଯାହା ଖରାପ ଫଙ୍ଗସ୍ ଙ୍କ ବୃଦ୍ଧି ହେବାକୁ ଦିଅନ୍ତି ନାହିଁ । ଏହାସହ ରୂପୀ ସମସ୍ଯା ଥିଲେ ଆପଣ ନିୟମିତ ମୁଣ୍ଡ ସଫା କରନ୍ତୁ ।

ରାତିରେ କେଶରେ ଭଲରେ ତେଲ ମାଲିସ କରନ୍ତୁ ଓ ସକାଳେ ଭଲ ଭାବେ ଶାମ୍ପୁ କରିଦିଅନ୍ତୁ । ସପ୍ତାହରେ ଥରେ କିମ୍ବା 15ଦିନରେ ଥରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଆଣ୍ଟି-ଫଙ୍ଗାଲ ଶାମ୍ପୁର ବ୍ୟବହାର କରିବା ଦ୍ଵାରା ମଧ୍ୟ ରୂପୀ ସମସ୍ଯା ଭଲ ହୋଇପାରିବ । ବାୟୋଟିନ ଏବଂ ଭିଟାମିନ-B12 ଅଭାବରେ ମଧ୍ୟ ରୂପୀ ସମସ୍ଯା ହୋଇଥାଏ ।

ଏଭଳି କ୍ଷେତ୍ରରେ ପୁଷ୍ଟିକର ସପ୍ଲିମେଣ୍ଟସ୍ ର ସେବନ ଆବଶ୍ୟକ ରହିଛି ଓ ସେହିସବୁ ଭିଟାମିନ ଯୁକ୍ତ ଖାଦ୍ଯ ମଧ୍ୟ ଖାଇବା ଉଚିତ । ତେଣୁ ରୁପୀ ସମସ୍ଯାରୁ ରକ୍ଷା ପାଇବା ପାଇଁ ସବୁ ପ୍ରକାର ଭିଟାମିନ ଯୁକ୍ତ ଖାଦ୍ଯ ଏବଂ ନିୟମିତ କେଶ ସଫା କରିବା ଆବଶ୍ୟକ ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।