ଋଣ ଆଦାୟ ନିୟମରେ ବଡ ପରିବର୍ତ୍ତନ କଲା RBI, ଆପଣ ଯଦି ଲୋନ୍ କରିଛନ୍ତି ତେବେ ନିହାତି ଜାଣିରଖନ୍ତୁ ଏହି ବିଶେଷ ନିୟମ

ଏଥର ଆଉ ଜୋର ଜବରଦସ୍ତ ରୁଣ ଆଦାୟ କରି ପାରିବନି ବ୍ଯାଙ୍କ । ନିର୍ଦ୍ଦିଷ୍ଟ ସମୟ ବ୍ଯତୀତ ଅନ୍ୟ ସମୟରେ ଏଜେଣ୍ଟ ହଇରାଣ କରିପାରିବେ ନାହିଁ । ହୋମ୍, ଷ୍ଟଡି ଲୋନ୍, ପର୍ସନାଲ ଲୋନ୍, ଗୋଲ୍ଡ ଲୋନ୍ ଓ କାର୍ ଲୋନ୍ ଭଳି ବିଭିନ୍ନ କାରଣ ପାଇଁ ଲୋକେ ବ୍ଯାଙ୍କ କିମ୍ବା ଅର୍ଥ ଲଗାଣକାରୀ ସଂସ୍ଥାରୁ ଋଣ ଆଣିଥାନ୍ତି । ଯାହାକୁ ଆମେ ସୁଧ ସହ କିସ୍ତି ଆକାରରେ ଶୁଝିଥାନ୍ତି । ହେଲେ ଅନେକ ସମୟରେ କିସ୍ତି ଶୁଝିବାରେ ବିଳମ୍ବ ହେଲେ ବ୍ଯାଙ୍କ କର୍ମଚାରୀ ଗ୍ରାହକଙ୍କ ଉପରେ ମନମୁଖୀ କାର୍ଯ୍ୟାନୁଷ୍ଠାନ ନେଇଥାନ୍ତି ।

ଏସବୁକୁ ନେଇ ଚିନ୍ତାରେ ପଡିଥିବା ଲୋକଙ୍କ ପାଇଁ ବଡ ଖବର । କାରଣ ଆପଣଙ୍କୁ ଖୁବ ଶୀଘ୍ର ଏସବୁ ଝାମେଲାରୁ ମୁକ୍ତି ମିଳିବ । କାରଣ ବ୍ଯାଙ୍କ କିସ୍ତି ଆଦାୟ ନାଁରେ ଆଉ ମନମୁଖୀ କାର୍ଯ୍ୟାନୁଷ୍ଠାନ ନେଇପାରିବ ନାହିଁ । କାରଣ ରିଜର୍ଭ ବ୍ଯାଙ୍କ ଅଫ ଇଣ୍ଡିଆ ଋଣ ଆଦାୟ ନିୟମରେ ବଡ ପରିବର୍ତ୍ତନ ଆଣିଛି, ଯାହା ଦେଶର ସମସ୍ତ ବ୍ଯାଙ୍କ ପାଳନ କରିବାକୁ ବାଧ୍ୟ ଅଟନ୍ତି । ଅନେକ ସମୟରେ ବ୍ଯାଙ୍କ ର ଏଜେଣ୍ଟମାନେ ଋଣ ଆଦାୟ କରିବା ବେଳେ ଦାଦାଗିରି କରିଥାନ୍ତି ତଥା ଲୋକଙ୍କୁ ଭୟଭୀତ କରି ଋଣ ଆଦାୟ କରିଥାନ୍ତି ।

ହେଲେ RBI ର ନୂଆ ନିୟମ ଅନୁଯାୟୀ ଆଉ ଗ୍ରାହକଙ୍କ ସହ ଦାଦାଗିରି କରିପାରିବେନି ଏଜେଣ୍ଟ । ଗ୍ରାହକ ଟଙ୍କା ନିର୍ଦ୍ଧାରିତ ସମୟରେ ଟଙ୍କା ନଦେଲେ ବ୍ଯାଙ୍କ ଏକ ନୋଟିସ ପଠାଇଥାଏ ଓ ଏଜେଣ୍ଟମାନେ ଏନେଇ ଗ୍ରାହକଙ୍କ ସହ ଯୋଗାଯୋଗ କରନ୍ତି । ହେଲେ ସେମାନେ ଲୋକଙ୍କୁ ଭୟଭୀତ କରିବା ଅଭିଯୋଗ ଅନେକ ସମୟରେ ଦେଖିବାକୁ ମିଳେ । ଏନେଇ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି RBI ।

ଋଣ ପରିଶୋଧ ପାଇଁ ଜୁଲମ୍ କରୁଥିବା ବେସରକାରୀ ବ୍ଯାଙ୍କ ସଂସ୍ଥା ଉପରେ ଅଢେଇ କୋଟି ଟଙ୍କାର ଜୋରିମାନା କରିଛି RBI । ତେବେ ଚାଲନ୍ତୁ ଜାଣିବା ଋଣ ଆଦାୟ କରିବାର ନିୟମ । କୌଣସି ବ୍ୟକ୍ତି ଋଣ ଆଣିବା ପରେ ଯଦି ପ୍ରଥମ ଦୁଇଟି EMI ପଇଠ ନ କରନ୍ତି ତେବେ ବ୍ଯାଙ୍କ ତାଙ୍କୁ ନୋଟିସ କରିଥାଏ । ହେଲେ ତୃତୀୟ EMI ମଧ୍ୟ ନଦେଲେ ବ୍ଯାଙ୍କ ଏକ ଆଇନଗତ ନୋଟିସ ପଠାଇଥାଏ । ସେଥିରେ ବ୍ଯାଙ୍କ ତରଫରୁ ଚେତାବନୀ ଦିଆଯିବା ସହ ଡିଫଲ୍ଟର ମଧ୍ୟ ଘୋଷିତ କରାଯାଏ ।

ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏଜେଣ୍ଟଙ୍କ ଜରିଆରେ ଗ୍ରାହକଙ୍କ ଠାରୁ ଋଣ ଆଦାୟ କରିଥାନ୍ତି ବ୍ଯାଙ୍କ । ତେବେ RBI ନିୟମାନୁଯାୟୀ ଯଦି କୌଣସି ଏଜେଣ୍ଟ ବିନା ନୋଟିସରେ ଆପଣଙ୍କୁ ଟଙ୍କା ଦେବା ପାଇଁ ହଇରାଣ କରୁଛନ୍ତି ତେବେ ଆପଣ ପୋଲିସରେ ଅଭିଯୋଗ କରିପାରିବେ ।

ଏପରିକି ଡିଫଲ୍ଟର ଘୋଷିତ ହୋଇଥିଲେ ସୁଦ୍ଧା କୌଣସି ଏଜେଣ୍ଟ ଗ୍ରାହକଙ୍କ ସହ ଦୁର୍ବ୍ୟବହାର କରିପାରିବେ ନାହିଁ । ଏହା ବ୍ୟାଙ୍କିଂ ନିୟମର ବିରୋଧୀ ଅଟେ । ଲୋନ୍ ଟଙ୍କା ନେବା ପାଇଁ ବ୍ଯାଙ୍କ କର୍ମଚାରୀ କିମ୍ବା ଏଜେଣ୍ଟ ସକାଳ 7ଟାରୁ ସନ୍ଧ୍ୟା 7ଟା ଭିତରେ କଲ୍ କରିପାରିବେ କିମ୍ବା ଆପଣଙ୍କ ପାଖକୁ ଯାଇପାରିବେ ।

ବ୍ଯାଙ୍କ ଓ ଏଜେଣ୍ଟ ଯଦି ଏହି ନିୟମ ଭାଙ୍ଗେ ତେବେ ଗ୍ରାହକ ପୋଲିସ କିମ୍ବା RBI ନିକଟରେ ଅଭିଯୋଗ କରିପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।