ଡେଲିଭେରି ପ୍ଯାକେଟରୁ ଆଇଫୋନ ବଦଳରେ ବାହାରିଲା ମାଟି ଟେଳା ! ଅର୍ଡର ଖୋଲିବା ପରେ ମୁଣ୍ଡରେ ହାତ ଦେଇଦେଲେ ଗ୍ରାହକ, ଦେଖନ୍ତୁ video

ଦାମୀ ଆଇଫୋନ ଅର୍ଡର କରିଥିଲେ ହେଲେ ପ୍ଯାକେଟରୁ ଦି’ ଟେଳା ମାଟି ବାହାରିଲା । ଆଜ୍ଞା ହଁ, ଜଣେ ବ୍ୟକ୍ତି ଅନଲାଇନରେ ଆଇଫୋନ 14 ପ୍ରୋ ମ୍ୟାକ୍ସ ଅର୍ଡର କରିଥିଲେ । ଏଥିପାଇଁ ଅନଲାଇନରେ 1 ଲକ୍ଷ 70 ହଜାର ଟଙ୍କା ମଧ୍ୟ ପେମେଣ୍ଟ କରି ସାରିଥିଲେ । ହେଲେ ଡେଲିଭେରିରେ ଯାହା ପାଇଲେ ତାଙ୍କ ହୋସ୍ ଉଡିଗଲା । ପ୍ଯାକେଟରେ ଆଇଫୋନ ନଥିଲା ବରଂ ଦୁଇ ଟେଳା ଚିକିଟା ମାଟି ଥିଲା । ପଶ୍ଚିମବଙ୍ଗର ଆସାନୋଲ ଅଞ୍ଚଳରେ ଏଭଳି ଏକ ଅଦ୍ଭୁତ ଘଟଣା ଘଟିଛି ।

ଅନେକ ଦିନାରୀ ଆଇଫୋନ କିଣିବାକୁ ଇଚ୍ଛା ଥିବାବେଳେ ଏନେଇ ସେ ଅନଲାଇନରେ ସର୍ଚ୍ଚ କରିଥିଲେ । ଉଚିତ ମୂଲ୍ୟ ସହ ଭଲ ଅଫର୍ ଯୋଗୁଁ ସେ ଅନଲାଇନରେ ଫୋନ ମଗାଇଥିଲେ । ଡେଲିଭେରି ବୟ ପାର୍ସଲ ଆଣି ଦେବା ପରେ ଦାମୀ ଜିନିଷ ହୋଇଥିବାରୁ ଟିକେ ବୁଦ୍ଧି ଖଟାଇ ଡେଲିଭେରି ବୟଙ୍କ ସାମ୍ନାରେ ହିଁ ପାର୍ସଲଟିକୁ ଖୋଲିଥିଲେ ।

ଫୋନଟି ଠିକ ଭାବେ ପ୍ୟାକେଜିଂ ହୋଇ ନଥିବା ବେଳେ ଏହାର ବିଲ୍ ମଧ୍ୟ ଠିକ ସ୍ଥାନରେ ନଥିଲା , ଯାହା ଫଳରେ ତାଙ୍କର ସନ୍ଦେହ ବଢିଥିଲା । ବ୍ୟକ୍ତିଜଣକ ଜଣେ ପଡୋଶୀଙ୍କୁ ଡାକି ପାର୍ସଲ ଖୋଲିବା ବେଳର ଭିଡିଓ କରିବାକୁ କହିଥିଲେ । ହେଲେ ପାର୍ସଲ ଖୋଲିବା ପରେ ସେଠାରେ ଉପସ୍ଥିତ ଥିବା ଲୋକମାନେ ଯାହା ଦେଖିଲେ ମୁଣ୍ଡରେ ହାତ ଦେଇ ଦେଲେ । କାରଣ ପ୍ଯାକେଟ ଭିତରେ ଦାମୀ ଆଇଫୋନ ବଦଳରେ ଦୁଇ ଟେଳା ଚିକିଟା ମାଟି ଥିଲା ।

ପାର୍ସଲ ଖୋଲିବା ପରେ ଡେଲିଭେରି ବୟଜଣକ ଡରି ଯାଇଥିଲେ । ପାର୍ସଲ ଫେରସ୍ତ ନେବାକୁ କହିବା ସହ ପେମେଣ୍ଟ ଫେରସ୍ତ କରିବାକୁ ଚେଷ୍ଟା କରାଯିବ ବୋଲି ସେ କହିଥିଲା । ହେଲେ ଗ୍ରାହକ ଓ ତାଙ୍କ ସମ୍ପର୍କୀୟ ପୋଲିସ ଡାକି ସବୁ ଘଟଣା କହିଥିଲେ । ଯାହାପରେ ଉକ୍ତ ଡେଲିଭେରି ବୟଙ୍କୁ ପୋଲିସ ବାନ୍ଧି ନେଇଛି । ଏଣେ ଏହି ଘଟଣାର ତଦନ୍ତ ମଧ୍ୟ ଆରମ୍ଭ ହୋଇଯାଇଛି ।

ଏଭଳି ଘଟଣା ବାରମ୍ବାର ଘଟୁଥିବା ବେଳେ ଲୋକଙ୍କୁ ସଚେତନ ହେବାର ଆବଶ୍ୟକତା ରହିଛି । ତେବେ ଗ୍ରାହକ ଜଣକ ଯଦିଓ ଡେଲିଭେରି କମ୍ପାନୀର ନାମ ପ୍ରକାଶ କରିନାହାନ୍ତି ହେଲେ ଅନଲାଇନ ଡେଲିଭେରି ବେଳେ ସତର୍କ ରହିବାରୁ ବାର୍ତ୍ତା ଦେଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।