ଋତୁସ୍ରାବରେ ଅନିୟମିତତା (Irregular Menstruation) କାହିଁକି ହୁଏ ? ଜାଣନ୍ତୁ କ’ଣ କହୁଛନ୍ତି ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ Dr. Shilpa Mishra

ଆଜିକାଲି ଲୋକଙ୍କ ଜୀବନ ଶୈଳୀ ଓ ଖାଦ୍ଯାଭ୍ଯାସରେ ଅନେକ ପରିବ୍ରତ୍ତନ ହୋଇଛି । ସମସ୍ତେ ସୁବିଧା ସହଜରେ ଜୀବନ ଅତିବାହିତ କରିବାକୁ ଇଚ୍ଛା କରୁଛନ୍ତି । ଯାହାର ପ୍ରଭାବ ଆମ ଶରୀର ଉପରେ ପଡୁଥିବାର ଦେଖିବାକୁ ମିଳୁଛି । ବର୍ତ୍ତମାନ ଅଧିକାଂଶ ମହିଳାଙ୍କର ଋତୁସ୍ରାବରେ ଅନିୟମିତତା ଦେଖା ଦେଉଛି । ଏପରି କାହିଁକି ହୁଏ ଏବଂ ଏହାର କାରଣ ଓ ନିରାକରଣ ବିଷୟରେ ଚାଲନ୍ତୁ ଜାଣିବା ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଶିଳ୍ପା ମିଶ୍ରଙ୍କ ଠାରୁ । ଋତୁସ୍ରାବରେ ଅନିୟମିତତାର ଦୁଇଟି କାରଣ ରହିଛି ।

ଯଥା: ଫିଜିଓଲୋଜିକାଲ ଏବଂ ପାଥୋଲୋଜିକାଲ । ଫିଜିଓଲୋଜିକାଲର ଅର୍ଥ ଆମ ଜୀବନରେ ସାଧାରଣ ଭାବେ ଯାହା ଘଟିଥାଏ ଯେପରିକି ପ୍ରଥମ ଥର ଋତୁସ୍ରାବ ହେବା ଏବଂ ମେନୋପଜ ଅର୍ଥାତ ଋତୁସ୍ରାବ ବନ୍ଦ ହେବାର ସମୟ । ଏହି ଦୁଇଟି ଯାକ ସମୟରେ ପ୍ରାୟତଃ ମହିଳାଙ୍କ ଠାରେ ଋତୁସ୍ରାବରେ ଅନିୟମିତତା ଦେଖିବାକୁ ମିଳିଥାଏ । ଏହାସାହା ଗର୍ଭାବସ୍ଥାରେ ମଧ୍ୟ ସଂପୂର୍ଣ୍ଣ ନଅ ମାସ ପର୍ଯ୍ୟନ୍ତ ଋତୁସ୍ରାବ ହୁଏ ନାହିଁ । ଋତୁସ୍ରାବରେ ଏହି ତିନି ପ୍ରକାର ଅନିୟମିତତା ଯୋଗୁଁ ବ୍ୟସ୍ତ ହେବାର କିଛି ଆବଶ୍ୟକ ନାହିଁ ।

ଏହା ସମୟ ସହ ଆପେ ଠିକ ହୋଇଯାଏ । ଦ୍ବିତୀୟରେ ପାଥୋଲୋଜିକାଲ ଅର୍ଥ କୌଣସି ଶାରୀରିକ ସମସ୍ଯା ତଥା ରୋଗ ଯୋଗୁଁ ଋତୁସ୍ରାବରେ ଅନିୟମିତତା ଦେଖା ଦେଇଥାଏ । ତେବେ ସବୁଠୁ ସାଧାରଣ ସମସ୍ଯା ଯାହା ଆଜିକାଲି ଅଧିକାଂଶ ଝିଅଙ୍କ ଠାରେ ଦେଖା ଦେଉଛି ତାହା ହେଉଛି ଥାଇରଏଡ । ଏହାଛଡା ହଠାତ ଅଧିକ ମୋଟା ହୋଇଗଲେ କିମ୍ବା ପତଳା ହୋଇଗଲେ, ଅଧିକ ବିଷାଦଗ୍ରସ୍ତ ରହିଲେ ଏବଂ ଅଧିକ ବ୍ୟାୟାମ କରିବା ଦ୍ଵାରା ମଧ୍ୟ ଋତୁସ୍ରାବରେ ଅନିୟମିତତା ଦେଖା ଦେଇଥାଏ ।

ଏହା ବ୍ଯତୀତ ପ୍ରୋଲାକ୍ଟିନ ନାମକ ହରମୋନରେ ଅସନ୍ତୁଳନ ଦେଖା ଦେବା ହେତୁ ମଧ୍ୟ ଅନିୟମିତ ଋତୁସ୍ରାବ ହୋଇଥାଏ । ୟୁଟ୍ରେସରେ ସିଷ୍ଟ କିମ୍ବା ଫାଇବ୍ରଏଡ ହେବା ଯୋଗୁଁ ମଧ୍ୟ ମହିଳାଙ୍କ ଠାରେ ଏହି ସମସ୍ଯା ଦେଖା ଦେଇଥାଏ । ଏହାସହ ଔଷଧ ସେବନ କରିବା, ଟିବି ଏବଂ ୟୁଟ୍ରେସ ଇନଫେକ୍ସନ ମଧ୍ୟ ଏହାର କାରଣ ହୋଇପାରେ । ଦୁଇଟି ଋତୁଚକ୍ର ମଧ୍ୟରେ ୨୪ ରୁ ୩୪ ଦିନର ବ୍ୟବଧାନ ରହୁଥିଲେ ତାକୁ ନିୟମିତ ଋତୁସ୍ରାବ କୁହାଯାଏ ।

ଯଦି ଲଗାତାର ଏହାଠୁ ପୂର୍ବରୁ କିମ୍ବା ବହୁତ ପରେ ଋତୁସ୍ରାବ ହେଉଛି ତେବେ ଡାକ୍ତରଙ୍କ ପରାମର୍ଶ କରିବା ନିହାତି ଆବଶ୍ୟକ ଅଟେ । ଏହାସହ ୮ ଦିନରୁ ଅଧିକ ଯଦି ଋତୁସ୍ରାବ ହେଉଛି, ଋତୁସ୍ରାବର ଫ୍ଲୋ ମଧ୍ୟ ସାଧାରଣ ଠାରୁ ଅଧିକ ରହୁଛି ଏବଂ ଋତୁସ୍ରାବ ବେଳେ ଅତ୍ୟଧିକ ବ୍ୟଥା ହେଉଛି ତେବେ ମଧ୍ୟ ଡାକ୍ତର ଦେଖାଇ ଚିକିତ୍ସା କରିବା ଆବଶ୍ୟକ ରହିଛି । ଡାକ୍ତରଙ୍କ ପାଖେ ଯଦି ଆପଣ ସଂପୂର୍ଣ୍ଣ ଋତୁଚକ୍ର ହିଷ୍ଟ୍ରି କହିପାରିବେ ତେବେ ଏହା ଆପଣଙ୍କ ଚିକିତ୍ସାରେ ଖୁବ ସହାୟକ ହେବ ।

ଏହା ସହ ଡାକ୍ତର ଆପଣଙ୍କୁ କିଛି ରକ୍ତ ପରୀକ୍ଷା ଏବଂ ଅଲଟ୍ରାସାଉଣ୍ଡ ମଧ୍ୟ କହିପାରନ୍ତି । ଏହିସବୁ ରିପୋର୍ଟ ଅନୁଯାୟୀ ହିଁ ଡାକ୍ତର ଆପଣଙ୍କ ଚିକିତ୍ସା ଆରମ୍ଭ କରିବେ । ଆପଣଙ୍କ ଋତୁସ୍ରାବରେ ଅନିୟମିତତାର କାରଣ ଜଣାପଡିବା ପରେ ସେହି ଅନୁସାରେ ଡାକ୍ତର ଆପଣଙ୍କୁ ଔଷଧ ଦେବେ । ଏହାସହ କିଛି ମାତ୍ରାରେ ଜୀବନଶୈଳୀ, ଖାଦ୍ୟପେୟ, ଶୀଘ୍ର ନିଦ୍ରା ଯିବା ଏବଂ ଏବଂ ଶୀଘ୍ର ଉଠିବା ଓ ବ୍ୟାୟାମ କରିବା ମଧ୍ୟ ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ ଅଟେ ।

ଯଦି ମଦୟପଆନ କିମ୍ବା ତମଆଖୁ ସେବନ କରୁଛନ୍ତି ତେବେ ତାହା ମଧ୍ୟ ବନ୍ଦ କରିବା ନିହାତି ଆବଶ୍ୟକ । ପୋଷ୍ଟଟିକୁ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।