ଆପଣଙ୍କ ପିଲା ଅଧିକ ରାଗୁଛି କି ? ଯଦି ଛୋଟ ପିଲା ଅଧିକ ରାଗୁଛି ତେବେ କ’ଣ କରିବେ ? ଦେଖନ୍ତୁ ଏହି Parenting Tips

ଅନେକ ପିଲା ଛୋଟବେଳୁ ଖୁବ ରାଗୁଥିବାର ଦେଖିବାକୁ ମିଳେ । ଏତେ ଛୋଟପିଲା ଏତେ କ’ଣ ପାଇଁ ରାଗୁଛି ସମସ୍ତେ ଚିନ୍ତା କରନ୍ତି । ତେବେ ଆପଣଙ୍କ ପିଲା ଯଦି ଚିଡଚିଡା ଓ ରାଗି ହେଉଛି ତେବେ ଆପଣ କଣ କଲେ ପିଲା ଆଉ ରାଗିବ ନାହିଁ ଆପଣ ମଧ୍ୟ ଖୁବ୍ ଚିନ୍ତା କରିଥିବେ । ତେବେ ଛୋଟ ପିଲାଟିଏ ରାଗିବାର ଅନେକ କାରଣ ରହିଥାଏ । ଯାହା ଜାଣିପାରିଲେ ଆପଣ ପିଲାକୁ ଅଧିକ ରାଗିବାରୁ ନିବୃତ୍ତ କରିପାରିବେ । ତେବେ ଚାଲନ୍ତୁ ଜାଣିବା ଆପଣଙ୍କ ପିଲା ରାଗିବାର କଣ ସବୁ କାରଣ ହୋଇପାରେ ।

ପ୍ରଥମ କଥା ହେଉଛି ସନ୍ତାନ ମା ଗର୍ଭରେ ଥିବା ବେଳେ ମା’ର ଚିନ୍ତା ଏବଂ ଚେତନାର ପ୍ରଭାବ ପିଲା ଉପରେ ପଡିଥାଏ । ସେହି ସମୟରେ ମା ଯେପରି ଅନୁଭବ କରିଥାଏ, ଯେମିତି ଚିନ୍ତା କରିଥାଏ ଓ ମା-ନ-ସି-କ ଭାବେ ଯେପରି ଅବସ୍ଥାରେ ରହିଥାଏ ତାଙ୍କ ପିଲା ମଧ୍ୟ ସେସବୁକୁ ଅନୁଭବ କରିଥାଏ । ଯାହାଫଳରେ ପିଲା ଜନ୍ମ ହୋଇ ବଡ ହେବା ପରେ ଧୀରେ ଧୀରେ ସେହି ସମସ୍ତ ସ୍ଵଭାବ ତା’ ଭିତରେ ମଧ୍ୟ ଆସିବାକୁ ଲାଗେ । ସେଥିପାଇଁ ଜଣେ ମହିଳା ଗର୍ଭବତୀ ହେବା ପରଠାରୁ ହିଁ ନିଜ ଚିନ୍ତା ଓ ଚେତନାକୁ ସୁଧାରିବା ଉଚିତ ।

ସବୁବେଳେ ଭଲ ମନରେ ଏବଂ ଭଲ ବିଷୟ ସବୁ ଚିନ୍ତା କରି ରହିବା ଦ୍ଵାରା ଆପଣଙ୍କ ପିଲା ମଧ୍ୟ ସେହିଭଳି ହେବ । ପିଲା ରାଗୀ ଏବଂ ବିରକ୍ତି ହେବାର ଆଉ ଏକ କାରଣ ହେଉଛି ଆପଣଙ୍କ ଚିନ୍ତାଧାରା । ମହାପୁରୁଷ ମାନେ କୁହନ୍ତି ଜଣେ ବ୍ୟକ୍ତିଙ୍କୁ ଯେପରି ବୋଲି ଚିନ୍ତା କରାଯାଏ ସେ ଧୀରେ ଧୀରେ ସେହିପରି ହୋଇଯାନ୍ତି । କାରଣ ମନୁଷ୍ୟ ଶୋଇଥିବା ବେଳେ ତା’ର ଆତ୍ମା ଜାଗ୍ରତ ଥାଏ ଓ ତା ବିଷୟରେ ଅନ୍ୟମାନେ ଯାହା ଚିନ୍ତା କରନ୍ତି ସେ ସେସବୁକୁ ଗ୍ରହଣ କରେ ।

ସେଥିପାଇଁ ଆପଣ ଅନେକ ସମୟରେ ଦେଖିଥିବେ ଜଣେ ବ୍ୟକ୍ତିଙ୍କୁ ସବୁବେଳେ ଖରାପ ବୋଲି କହିବା ଦ୍ଵାରା ସେ ଶେଷରେ ଖରାପ ହିଁ ହୋଇଯାନ୍ତି । ଅର୍ଥାତ ଆପଣ ଯଦି ସବୁବେଳେ ଚିନ୍ତା କରିବେ କି ଆପଣଙ୍କ ପିଲା ବହୁତ ରାଗୁଛି, କଥା ମାନୁନି ଓ ଦୁଷ୍ଟ ହେଉଛି ତେବେ ଆପଣଙ୍କ ପିଲା ମଧ୍ୟ ଦିନକୁ ଦିନ ଅଧିକ ସେହିଭଳି ହେବାର ସମ୍ଭାବନା ରହିଛି । ତେଣୁ ପିଲା ପ୍ରତି ସବୁବେଳେ ସକାରାତ୍ମକ ମନୋଭାବ ରଖନ୍ତୁ ।

ତାକୁ ଉତ୍ତମ ବିଷୟ ଶିକ୍ଷା ଦେବା ସହ ଆପଣଙ୍କ ପିଲା ଉପରେ ଖୁସି ରୁହନ୍ତୁ ଦେଖିବେ ସେ ସୁଧୁରିବାକୁ ଲାଗିବ । ତେବେ ଏହି ସମସ୍ତ ବିଷୟ ଧୀରେ ଧୀରେ ହେବ ଏଥିପାଇଁ ଆପଣଙ୍କୁ ଧୈର୍ଯ୍ୟ ଧରିବାକୁ ପଡିବ । ଆପଣଙ୍କ ପିଲାକୁ କେବେ କାହା ସହ ତୁଳନା କରନ୍ତୁ ନାହିଁ କି ତୁଳନା ହେବାକୁ ଦିଅନ୍ତୁ । ଯେମିତିକି ଆମେ ଅନେକ ସମୟରେ ଆଖି ଦେଇ ଥାଉ କି ତା’ ପିଲାଟି ବହୁତ ଭଲ ଆମ ପିଲା ବହୁତ ଦୁଷ୍ଟ ।

ଛୋଟ ପିଲାଙ୍କ ଉପରେ ଏହି ପକ୍ଷପାତର ଅତ୍ୟନ୍ତ ଖରାପ ପ୍ରଭାବ ପଡିଥାଏ । ପିଲାଙ୍କ ମନ ବହୁତ ସରଳ ହୋଇଥାଏ । ସେଥିପାଇଁ ତାଙ୍କ ମନରେ କେବେ ମଧ୍ୟ ଆଘାତ ଲାଗିବାକୁ ଦିଅନ୍ତୁ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।