Kitchen (ରୋଷେଇ ଘରୁ) କେବେବି ସରିବାକୁ ଦିଅନ୍ତୁ ନାହିଁ ଏହି 5 ଜିନିଷ ! ନଚେତ ସର୍ବନାଶ ! Vastu tips

ରୋଷେଇ ଘରୁ କେବେବି ସରିବାକୁ ଦିଅନ୍ତୁ ନାହିଁ ଏହି 5 ଟି ଜିନିଷ ! ବନ୍ଧୁଗଣ ରୋଷେଇ ଘରକୁ ଘରର ପ୍ରମୁଖ ସ୍ଥାନ ବୋଲି କୁହାଯାଇଥାଏ । ଏହି ସ୍ଥାନରେ ମାତା ଅର୍ଣ୍ଣପୂର୍ଣ୍ଣା ବସ କରିଥାନ୍ତି । ତେଣୁ ରୋଷେଇ ଘରକୁ ସର୍ବଦା ପରିଷ୍କାର ଓ ପରିଚ୍ଛନ କରି ରଖିବା ଦରକାର ବୋଲି ଶାସ୍ତ୍ରରେ କୁହାଯାଇଛି । ଯେଉଁ ଘର ସ୍ବଚ୍ଛ ରହିବା ସହ ଯେଉଁ ଜିନିଷ ଘରର ଯେଉଁଠାରେରହିବା ଉଚିତ ସେହିଠାରେ ରହିଥିବ । ତେବେ ସେହି ଘର ଉପରେ ସର୍ବଦା ମାତା ଅର୍ଣ୍ଣପୂର୍ଣ୍ଣାଙ୍କର ଆଶ୍ରୀବାଦ ରହିଥାଏ । ତେବେ ବନ୍ଧୁଗଣ ରୋଷେଇ ଘରୁ କେଉଁ 5 ଟି ଜିନିଷକୁ ଜମାରୁ ସରିବାକୁ ଦେବା ଉଚିତ ନୁହେଁ ଆସନ୍ତୁ ସେହି ବିଷୟରେ ଜାଣିବା ।

1- ପ୍ରଥମେ ଘରେ ଘରେ ଚୁଲିରେ ଖାଦ୍ୟ ରୋଷେଇ ହେଉଥିଲା । ହେଲେ ବର୍ତ୍ତମାନର ଆଧୁନିକ ସମାଜରେ ଲୋକେ ଚୁଲି ପରିବର୍ତ୍ତେ ଇଣ୍ଡକସନ ଓ ହିଟର ବ୍ୟବହାର କରୁଛନ୍ତି । ଯାହା ଦ୍ଵାରା ରୋଷେଇ ଘରେ ଅଗ୍ନୀଙ୍କର ଦର୍ଶନ ହୋଇପାରୁନାହିଁ । ଆମର ପଞ୍ଚତତ୍ଵ ମଧ୍ୟରୁ ଅଗ୍ନୀ ଗୋଟେ ହୋଇଥାଏ । ତେଣୁ ରୋଷେଇ ଘରୁ କେବେବି ଅଗ୍ନୀକୁ ସରିବାକୁ ଦିଅନ୍ତୁ ନାହିଁ ।

2- ରୋଷେଇ ଘରୁ ମୁଖ୍ୟ ଖାଦ୍ୟ ପଦାର୍ଥକୁ କେବେବି ସରିଯିବାକୁ ଦିଅନ୍ତୁ ନାହିଁ । ଯେପରି ଚାଉଳ ଓ ଅଟା ଏହିଭଳି ମୁଖ୍ୟ ଖାଦ୍ୟ ଦ୍ରବ୍ୟକୁ ଘରୁ ସରିଯିବାକୁ ଦିଅନ୍ତୁ ନାହିଁ । ଏହା ସରିବା ପୂର୍ବରୁ ହିଁ ଘରେ ଆଣି ଏହି ଜିନିଷ ମହଜୁଦ କରି ରଖିଦିଅନ୍ତୁ । ଯାହା ଦ୍ଵାରା ମାତା ଅର୍ଣ୍ଣପୂର୍ଣ୍ଣା ସେହି ଘର ଉପରେ ସବୁବେଳେ ପ୍ରସନ୍ନ ରହିଥାନ୍ତି ।

3- ରୋଷେଇ ଘରୁ କେବେ ହଳଦୀକୁ ସରିବାକୁ ଦିଅନ୍ତୁ ନାହିଁ । ହଳଦୀଙ୍କୁ ଭଗବାନ ନାରାୟଣଙ୍କର ସ୍ୱରୂପ ବୋଲି ମାନାଯାଇଥାଏ । ତେଣୁ ଯେଉଁ ସ୍ଥାନରେ ଭଗବାନ ନାରାୟଣ ରହିଥାନ୍ତି । ସେହି ଘରେ ମାତା ଲକ୍ଷ୍ମୀଙ୍କର ମଧ୍ୟ ବସ ରହିଥାଏ । ତେଣୁ ହଳଦୀ ସରିଯିବା ପୂର୍ବରୁ ହିଁ ହଳଦୀକୁ ଆଣି ନିଜ ରୋଷେଇ ଘରେ ରଖନ୍ତୁ ।

4- ଲୁଣ ମଧ୍ୟ ସବୁବେଳେ ରୋଷେଇ ଘରେ ରଖନ୍ତୁ । କାରଣ ଯେଉଁ ଘରେ ଲୁଣ ରହିଥାଏ । ସେହି ଘରେ ନକରାତ୍ମକ ଶକ୍ତିର ପ୍ରବେଶ ହୋଇପାରିନଥାଏ । ଏଥିସହ ଅନେକ ବାସ୍ତୁଦୋଷ ମଧ୍ୟ ଘରୁ ଦୂରେଇ ଯାଇଥାନ୍ତି । ବିନା ଲୁଣରେ ତରକାରୀ ଯେପରି ସୁଆଦିଆ ଲାଗିନଥାଏ । ସେହିପରି ଘରେ ଲୁଣ ମହଜୁଦ କରି ନରଖିଲେ ସେହି ଘରର ବ୍ୟକ୍ତିଙ୍କ ଜୀବନରେ ଆର୍ଥିକ ସଙ୍କଟ ଦେଖାଯାଇଥାଏ ।

5- ରୋଷେଇ ଘରେ ସବୁ ସମୟରେ ପାଣି ପାତ୍ରରେ ଜଳ ଭରି କରି ରଖନ୍ତୁ । କାରଣ ଯଦି ଆପଣଙ୍କ ଘରେ ଯଦି ସବୁ ସମୟରେ ଜଳ ଠିକ ସ୍ଥାନରେ ଠିକ ଭାବେ ରଖୁନଥିବେ । ତେବେ ଏଥିଦ୍ବାରା ଘରର ଅନର୍ଥ ଘଟିପାରେ । ତେଣୁ ରୋଷେଇ ଘରେ ପାଣିକୁ ସରିବାକୁ ଦିଅନ୍ତୁ ନାହିଁ ।

ବନ୍ଧୁଗଣ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।