ପୁରୁଷ ମାନଙ୍କୁ ଏହି ସବୁ କାର୍ଯ୍ୟ କରିବା ସମୟରେ ଲଜ୍ଜା ଛାଡିବାକୁ ପଡିବ… Chanaky Niti

ପୁରୁଷ ମାନଙ୍କୁ ଏହି 4 ଟି କାର୍ଯ୍ୟ କରିବା ସମୟରେ ଆଦ୍ୱା ଲାଜ କରିବା କଥା ନୁହେଁ ! ବନ୍ଧୁଗଣ ଚାଣକ୍ୟ ନୀତି ଚାଣକ୍ୟଙ୍କର ଏକ ନୀତି ଗ୍ରନ୍ଥ ଅଟେ । ଯେଉଁଥିରେ ମାନବ ଜୀବନକୁ ସଫଳ ଓ ସୁଖମୟ କରିବା ପାଇଁ ଭଲ ଉପଦେଶ ସବୁ ରହିଅଛି । ପୁରୁଷ ମାନଙ୍କୁ ଏହି 4 ଟି କାର୍ଯ୍ୟ କରିବା ସମୟରେ ଲାଜ କରିବା ବିଲକୁଲ ଉଚିତ ନୁହେଁ ବୋଲି ଏହି ଚାଣକ୍ୟ ନୀତିରେ ବର୍ଣ୍ଣନା କରାଯାଇଛି । ତେବେ ସେହି 4 ଟି କାର୍ଯ୍ୟ କଣ କଣ ସବୁ ଅଟେ ଚାଲନ୍ତୁ ଏହି ପୋଷ୍ଟ ମାଧ୍ୟମରେ ଜାଣିବା ।

1- ବିବାହ ପରେ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଏକ ମଧୁର ସମ୍ପର୍କ ଗଢି ଉଠିଥାଏ । ତେଣୁ ସ୍ଵାମୀ ନିଜ ସ୍ତ୍ରୀ ଠାରୁ ପ୍ରେମ ପାଇବାରେ ଜମାରୁ ବି ଲାଜ କରିବା ଉଚିତ ନୁହେଁ । କି ସ୍ଵାମୀ ଓ ସ୍ତ୍ର୍ରୀ ଶାରୀରିକ ସମ୍ପର୍କ ରଖିବା ସମୟରେ ସ୍ଵାମୀଙ୍କୁ ସେହି ସମୟରେ ଲଜ୍ଜା କରିବା ସ୍ଵାମୀଙ୍କୁ ଜମାରୁ ମଧ୍ୟ ଶୋଭା ଦେଇନଥାଏ। ସ୍ତ୍ରୀ ମାନେ ସାଧାରଣତଃ ଲଜ୍ଜାଶିଳା ହୋଇଥାନ୍ତି । ତେଣୁ ଯଦି ସ୍ଵାମୀ ଓ ସ୍ତ୍ରୀ ସମ୍ବଦ୍ଧ ବନାଇବା ସମୟରେ ପୁରୁଷ ମଧ୍ୟ ଲାଜ କରି ବସିବ । ତେବେ ବୈବାହିକ ଜୀବନ ସଂପୂର୍ଣ୍ଣ ଭାବେ ନୈରାଶ୍ୟମୟ ହୋଇଯିବ । ତେଣୁ ଏହି କାର୍ଯ୍ୟ ପାଇଁ ପୁରୁଷ ମାନଙ୍କୁ ଲାଜ କରିବା ଉଚିତ ନୁହେଁ ।

2- ଭୋଜନ କରିବା ସମୟରେ ଜମାରୁ ବି ଲଜ୍ଜା କରିବା ଉଚିତ ନୁହେଁ । ସେ ପୁରୁଷ ହେଉ ଅବା ନାରୀ ଭୋଜନ ସମୟରେ ଲଜ୍ଜା କରିବାର କୌଣସି ଆବଶ୍ୟକତା ନାହିଁ । କାରଣ ଯେଉଁ ବ୍ୟକ୍ତି ଭୋଜନ ସମୟରେ ଲଜ୍ଜା କରିଥାଏ । ସେ ଭୋକିଲା ହୋଇ ରହିଜାଇଥାଏ ।

3- ଗୁରୁ ହେଉ ଅବା କୌଣସି ବ୍ୟକ୍ତିଙ୍କ ଠାରୁ ଯଦି କିଛି ଭଲ ଗୁଣ ଶିଖିବାକୁ ପାଉଛନ୍ତି । ତେବେ ସେଠାରେ ଲଜ୍ଜାଭାବ କି ସଙ୍କୋଚ ଭାବ ମନ ମଧ୍ୟରେ ଆଦ୍ୱା ଆଣିବା ଅନୁଚିତ । ଚାଣକ୍ୟଙ୍କ କହିବା ଅନୁଯାଇ ଗୁରୁଙ୍କ ଠାରୁ ଯେତେବେଳେ ଶିକ୍ଷା ନେଇଥାଉ । ସେତେବେଳେ ମନ ମଧ୍ୟରେ ଲଜ୍ଜାଭାବ ବିଲକୁଲ ବି ଆଣିବା ଅନୁଚିତ । କାରଣ ଜ୍ଞାନ ନେବା ସମୟରେ ଲଜ୍ଜା ମନୋଭାବ ରଖୁଥିବା ବ୍ୟକ୍ତିଙ୍କର ଜ୍ଞାନ ସବୁବେଳେ ଅଧୁରା ହୋଇ ରହିଜାଇଥାଏ ।

4- ଯଦି ଆପଣଙ୍କ ଠାରୁ କେହି କିଛି ଟଙ୍କା ଉଧାର ନେଇଥାନ୍ତି । ତେବେ ଚାଣକ୍ୟଙ୍କ କହିବା ଅନୁଯାଇ ଅନ୍ୟକୁ ଉଧାରରେ ଦେଇଥିବା ଟଙ୍କା ତାଙ୍କ ଠାରୁ ଆଣିବା ସମୟରେ ଲାଜ କରିବା ଉଚିତ ନୁହେଁ । କାରଣ ଯେଉଁ ବ୍ୟକ୍ତି ନିଜର ଟଙ୍କା ମାଗିବାରେ ସବୁବେଳେ ଲାଜ କରେ । ସେ ଜୀବନରେ ଧନୀ ହୋଇପାରିବ ନାହିଁ ।

ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ପେଜକୁ ଲାଇକ୍ ଟିଏ କରିବା ସହ ଏହାକୁ ଅନ୍ୟ ମାନଙ୍କୁ ମଧ୍ୟ ଶେୟାର କରନ୍ତୁ ।