ରିଟେନ ଓ ରିଲିଜ ପରେ କେଉଁ ଦଳ ପର୍ସରେ କେତେ ଟଙ୍କା ବଳକା ଅଛି ? ସବୁଠୁ ଅଧିକ ଟଙ୍କା କାହା ପର୍ସରେ ରହିଛି ? ଦେଖନ୍ତୁ ପୁରା ଲିଷ୍ଟ (IPL 2023 Auction)

IPL 2023 ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଲେଣି 10ଟି ଯାକ ଦଳ । ସବୁ ଦଳ ନିଜର ନୂଆ ଟିମ୍ ବନାଇଥିବା ବେଳେ କିଛି ଦଳଙ୍କ ପାଖରେ ନିଲାମି ପାଇଁ ଆଉ ଟଙ୍କା ନାହିଁ । ଆଜ୍ଞା ହଁ, କିଛି ଦଳରେ ଖେଳାଳିଙ୍କ ପାଇଁ ଜାଗା ଖାଲି ଥିଲେ ବି ଟଙ୍କା ବହୁତ କମ୍ ଅଛି । ଆଜି ଆମେ ଆପଣଙ୍କୁ କହିବୁ କି, IPL ପାଇଁ ଖେଳାଳିଙ୍କୁ ରିଟେନ ଓ ରିଲିଜ କରିବା ପରେ କେଉଁ ଦଳ ପର୍ସରେ ଆଉ କେତେ ଟଙ୍କା ରହିଛି ଏବଂ କେତେ ସ୍ଲଟ ବାକି ଅଛି ।

ଚେନ୍ନାଇ ସୁପରକିଙ୍ଗସ୍ ପାଖରେ ବର୍ତ୍ତମାନ 18ଜଣ ଖେଳାଳି ରହିଥିବା ବେଳେ ସେଥିରୁ 6ଜଣ ବିଦେଶୀ ଖେଳାଳି । ବର୍ତ୍ତମାନ ଯାଏଁ 74କୋଟି 55ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଥିବା ବେଳେ ଚେନ୍ନାଇ ପର୍ସରେ ଆଉ ମାତ୍ର ରହିଛି 20କୋଟି 45 ଲକ୍ଷ ଟଙ୍କା । ତେବେ ଦଳରେ 7ଟି ସ୍ଲଟ ଖାଲି ଥିବାବେଳେ ଚେନ୍ନାଇ ଆହୁରି 2 ବିଦେଶୀ ଖେଳାଳିଙ୍କୁ କିଣିପାରିବ ।

ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ପାଖରେ 20ଜଣ ଖେଳାଳି ଥିବାବେଳେ ସେଥିରୁ 6ଜଣ ବିଦେଶୀ ଖେଳାଳି । ଦିଲ୍ଲୀ ଏବେ ଯାଏଁ 75କୋଟି 55ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବେଳେ ତା’ ପର୍ସରେ ରହିଛି ଆଉ 19କୋଟି 45ଲକ୍ଷ ଟଙ୍କା ଓ ଏହାସହ ଦଳରେ 5ଟି ସ୍ଲଟ ଖାଲି ଅଛି ।

ଗୁଜୁରାଟ ଟାଇଟାନ୍ସ ପାଖରେ 5 ବିଦେଶୀ ଖେଳାଳିଙ୍କୁ ମିଶାଇ ମୋଟ 18ଜଣ ଖେଳାଳି ଅଛନ୍ତି । ଗୁଜୁରାଟ ତା’ ପର୍ସରୁ 75କୋଟି 75ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଥିବା ବେଳେ 7ଟି ସ୍ଲଟ ଖାଲି ଅଛି । କଲିକତା ନାଇଟ ରାଇଡ଼ର୍ସର ହାଲାତ ସବୁଠୁ ଖରାପ ରହିଛି । କାରଣ ଦଳ ପାଖେ 5 ବିଦେଶୀ ଖେଳାଳିଙ୍କୁ ମିଶାଇ ମୋଟ 14ଜଣ ଖେଳାଳି ଥିବାବେଳେ ଆହୁରି 11ଟି ସ୍ଲଟ ଖାଲି ଅଛି । ଏଥିପାଇଁ ଦଳ 87କୋଟି 95ଲକ୍ଷ ଖର୍ଚ୍ଚ କରି ସାରିଥିବା ବେଳେ  ଆଉ ମାତ୍ର 7କୋଟି 50ଲକ୍ଷ ଟଙ୍କା ପର୍ସରେ ରହିଛି ।

ଲକ୍ଷ୍ନୌ ସୁପର ଜାୟାଣ୍ଟସ୍ ପାଖରେ ସେହିପରି 4 ବିଦେଶୀ ଖେଳାଳିଙ୍କ ସମେତ 15ଜଣ ଖେଳାଳି ଅଛନ୍ତି । ଦଳ ପାଖରେ ଆଉ 71କୋଟି 65ଲକ୍ଷ ଟଙ୍କା ଥିବାବେଳେ ପର୍ସରେ ବଳକା ଅଛି ଆଉ ମାତ୍ର 23କୋଟି 35ଲକ୍ଷ । ଲକ୍ଷ୍ନୌ ଦଳରେ ଆହୁରି 10ଟି ସ୍ଲଟ ଖାଲି ରହିଛି ।

ଦୁର୍ଦ୍ଦଶ ବ୍ୟାଟ୍ସମ୍ୟାନ କିରନ ପୋଲାର୍ଡ ଅବସର ନେଇ ସାରିଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ପାଖରେ ଏବେ 5 ବିଦେଶୀ ଖେଳାଳିଙ୍କୁ ମିଶାଇ ମୋଟ 16ଜଣ ଖେଳାଳି ଅଛନ୍ତି । ଏବେ ମୁମ୍ବାଇ ଇଣ୍ଡିଆନ୍ସ ପାଖରେ ଆଉ 9ଟି ସ୍ଲଟ ଖାଲି ଥାଇ ଆଉ 20କୋଟି 55ଲକ୍ଷ ଥିବାବେଳେ ଦଳ 74କୋଟି 45ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଛି ।

ପଞ୍ଜାବ ପାଖରେ ଏବେବି 32କୋଟି 20ଲକ୍ଷ ଟଙ୍କା ବାକି ରହିଥିବବେଳେ ଦଳ 62କୋଟି 80ଲକ୍ଷ ଟଙ୍କା ଖର୍ଚ୍ଚ କରିଛି । ତେବେ ପଞ୍ଜାବ 5 ବିଦେଶୀ ଖେଳାଳିଙ୍କ ସମେତ 16ଜଣଙ୍କୁ ରିଟେନ ରଖିଛି । ଦଳରେ ଏବେବି ଆହୁରି 9ଟି ସ୍ଲଟ ବାକି ରହିଛି । ଅଧିନାଯକ ମୟଙ୍କ ଅଗ୍ରୱାଲଙ୍କୁ ରିଲିଜ କରି ତାଙ୍କ ବଦଳରେ ଶିଖର ଧାବନଙ୍କୁ କ୍ଯାପଟେନ କରିଛି ଦଳ ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଖରେ 18 ଖେଳାଳି ଅଛନ୍ତି, ଯେଉଁଥିରେ ସାମିଲ ଅଛନ୍ତି 6 ବିଦେଶୀ ଖେଳାଳି । RCB ଏବେ ଯାଏଁ 86କୋଟି 25ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବେଳେ ପର୍ସରେ ରହିଛି ଆଉ 8କୋଟି 75ଲକ୍ଷ ଟଙ୍କା । ସେହିପରି 7 ସ୍ଲଟ ମଧ୍ୟ ଖାଲି ରହିଛି ।

ରାଜସ୍ଥାନ ରୟାଲ୍ସ 16 ଖେଳାଳିଙ୍କୁ ରିଟେନ ରଖିଥିବା ବେଳେ ସେଥିରେ 4ଜଣ ବିଦେଶୀ ଖେଳାଳି ଅଛନ୍ତି । ରାଜସ୍ଥାନ ଏବେ ଯାଏଁ 81କୋଟି 80ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବେଳେ ପର୍ସରେ ରହିଛି ଆଉ ମାତ୍ର 13କୋଟି 20ଲକ୍ଷ ଟଙ୍କା ଏବଂ ନିଲାମି ପାଇଁ ବଳିଛି 9ଟି ସ୍ଲଟ ।

ସନରାଇଜର୍ସ ହାଇଦ୍ରାବାଦ ମଧ୍ୟ ଅଧିନାୟକ କେନ ୱିଲିୟାମସନଙ୍କୁ ରିଲିଜ କରିଛି । ହାଇଦ୍ରାବାଦ ପାଖେ 12 ଖେଳାଳି ଥିବାବେଳେ ସେଥିରୁ 4ଜଣ ବିଦେଶୀ ଖେଳାଳି । ଟିମ୍ ଏବେ ଯାଏଁ 52କୋଟି 75ଲକ୍ଷ ଖର୍ଚ୍ଚ କରିଥିବା ବେଳେ ଟିମ୍ ପାଖରେ ସର୍ବାଧିକ 42କୋଟି 25ଲକ୍ଷ ଟଙ୍କା ରହିଛି ଓ 13ଟି ସ୍ଲଟ ମଧ୍ୟ ଖାଲି ରହିଛି ।

ତେବେ ସମୁଦାୟ 163ଜଣ ଖେଳାଳି ରିଟେନ ରହିଥିବା ବେଳେ ସେଥିରେ 50ଜଣ ବିଦେଶୀ ଖେଳାଳି ସାମିଲ ଅଛନ୍ତି । ସବୁ ଦଳ ଏବେ ପର୍ଯ୍ୟନ୍ତ 743କୋଟି ଉର୍ଦ୍ଧ୍ଵ ଟଙ୍କା ବ୍ୟୟ କରି ସାରିଛନ୍ତି ଓ ପାଖାପାଖି 206କୋଟି ଟଙ୍କା ଅକ୍ସନ ପାଇଁ ବାକି ରହିଛି । ସମୁଦାୟ 87 ସ୍ଲଟ ବାକି ରହିଥିବାବେଳେ ସେଥିରେ ଆହୁରି 30ଜଣ ବିଦେଶୀ ଖେଳାଳିଙ୍କ ସ୍ଥାନ ମଧ୍ୟ ଖାଲି ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।