ବିଦେଶରେ କଟକ ବାଲିଯାତ୍ରାର ମାହାତ୍ମ୍ୟ ଗାଇଲେ PM Narendra Modi, ବାଲିଯାତ୍ରାର ପ୍ରକୃତ ଅର୍ଥ କଣ ବୁଝାଇଲେ ପ୍ରଧାନମନ୍ତ୍ରୀ, ଦେଖନ୍ତୁ video

ଇଣ୍ଡୋନେସିଆରେ ପ୍ରଧାନମନ୍ତ୍ରୀଙ୍କ ମୁହଁରୁ ଶୁଣିବାକୁ ମିଳିଲା କଟକର ଐତିହାସିକ ବାଲିଯାତ୍ରା କଥା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି G20 ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି । ଏଥିପାଇଁ ସେ ଦୁଇ ଦିନିଆ ଇଣ୍ଡୋନେସିଆ ଗସ୍ତରେ ଯାଇଥିଲେ । ସେଠାରେ ବାଲିରେ ଥିବା ପ୍ରବାସୀ ଭାରତୀୟ ମାନଙ୍କୁ ସମ୍ବୋଧିତ କରିବା ବେଳେ ପ୍ରଧାନମନ୍ତ୍ରୀ କଟକ ବାଲିଯାତ୍ରାର ପୁରା ଇତିହାସ ବଖାଣିଛନ୍ତି । ପ୍ରାଚୀନ କାଳରୁ ଭରତ ଓ ଇଣ୍ଡୋନେସିଆ ମଧ୍ୟରେ ଚାଲି ଆସୁଥିବା ବାଣିଜ୍ୟ କାରବାର ବିଷୟରେ ଓ ବାଣିଜ୍ୟ ସମ୍ପର୍କ ବିଷୟରେ ପ୍ରଧାନମନ୍ତ୍ରୀ ବୁଝାଇ କହିଛନ୍ତି ।

ଆଉ ଏହି ବାଣିଜ୍ୟ ସମ୍ବନ୍ଧର ଜୀବନ୍ତ ଉଦାହରଣ ହେଉଛି ବର୍ତ୍ତମାନ କଟକରେ ଅନୁଷ୍ଠିତ ହେଉଥିବା ବାଲିଯାତ୍ରା । ବାଲିର ଲୋକମାନେ ପ୍ରଧାନମନ୍ତ୍ରୀଙ୍କ ମୁହଁରୁ ଶୁଣିଛି କଟକ ବାଲିଯାତ୍ରାର ସାମୌର୍ଣ୍ଣ ବୃତ୍ତାନ୍ତ । ମୋଦି ତାଙ୍କ ସମ୍ବୋଧନରେ କହିଛନ୍ତି କି, ବର୍ତ୍ତମାନ ମୁଁ ବାଲିରେ ଆପଣଙ୍କ ଗହଣରେ ଥିବାବେଳେ ଏଠାରୁ 1500 କିମି ଦୂର ଭାରତର ଓଡିଶା ରାଜ୍ୟରେ ଥିବା ଐତିହାସିକ କଟକ ସହରରେ ବାଲିଯାତ୍ରା ମହୋତ୍ସବ ଅନୁଷ୍ଠିତ ହେଉଛି ।

ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ଚାଲି ଆସିଥିବା ହଜାର ହଜାର ବର୍ଷର ବାଣିଜ୍ୟିକ ସମ୍ପର୍କ ସ୍ମୃତିରେ ଏହି ବାଲିଯାତ୍ରା ପର୍ବ ଅନୁଷ୍ଠିତ ହେଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ବାଲିଯାତ୍ରା ମହୋତ୍ସବ ଦୁଇ ଦେଶର ଦୀର୍ଘକାଳର ଟ୍ରେଡ ରିଲେସନକୁ ପ୍ରତିପାଦନ କରୁଛି । ଏଥର ଇଣ୍ଟରନେଟରେ ବାଲିଯାତ୍ରାର ଫଟୋ ଦେଖିଲେ ଏଠାକାର ଲୋକମାନେ ନିହାତି ଭାବେ ଗର୍ବିତ ଅନୁଭବ କରିବେ ବୋଲି ମଧ୍ୟ ମୋଦି କହିଛନ୍ତି ।

କାରଣ ଏଥର ବାଲିଯାତ୍ରା ବିରାଟ ଏବଂ ଭବ୍ଯ ଆକାରରେ ଆୟୋଜନ କରାଯାଇଛି । ପ୍ରଧାନମନ୍ତ୍ରୀ ବିଦେଶରେ କଟକ ବାଲିଯାତ୍ରାର ମାହାତ୍ମ୍ଯ ଗାଇବା ନେଇ ପ୍ରତିଟି ଓଡିଆ ମଧ୍ୟ ବେଶ ଗର୍ବିତ । ବିଦେଶ କଥା ତ ଦୂର ଭାରତ ମଧ୍ୟରେ ମଧ୍ୟ ଓଡିଶା ଭଳି ରାଜ୍ୟକୁ ଅନେକ ଲୋକ ଚିହ୍ନି ନଥିଲେ । ଆଉ ଓଡ଼ିଶାକୁ ନେଇ ଲୋକଙ୍କ ମନରେ ବହୁତ ଭୁଲ ଧାରଣା ସବୁ ମଧ୍ୟ ରହିଥିଲା । ଆଉ ଏବେ ଓଡିଶା ଧୀରେ ଧୀରେ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ନିଜର ପରିଚୟ ସୃଷ୍ଟି କରିଚାଲିଛି ।

ଯାହା ପ୍ରତିଟି ଓଡିଆଙ୍କ ପାଇଁ ଗର୍ବର କାରଣ ସାଜିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶରେ କଟକ ବାଲିଯାତ୍ରାକୁ ପ୍ରଶଂସା କରିବା ନେଇ ସମସ୍ତେ ବେଶ ଖୁସି ଥିବା ଜଣାପଡିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।