ବିପଦରେ Rohit ଙ୍କ ଅଧିନାୟକ ପଦ ! Virat ଙ୍କ ଦଶା ଭୋଗିବେ Rohit Sharma, ବଡ ବୟାନ ଦେଲେ BCCI ର ଏହି ବରିଷ୍ଠ ଅଧିକାରୀ

ଟି20 ବିଶ୍ଵକପ ସେମିଫାଇନାଲରୁ ଟିମ୍ ଇଣ୍ଡିଆ ବିଦା ହେବା ପରେ ପୁଣି ଥରେ ଟି20 ଓ ଦିନିକିଆ ପାଇଁ ଅଲଗା ଅଲଗା କ୍ଯାପଟେନ ବାଛିବା ଭଳି ବଡ ନିଷ୍ପତ୍ତି BCCI ନେଇପାରେ ବୋଲି ଚର୍ଚ୍ଚା ହେଉଛି । BCCI ଟିମ୍ ରେ ଖେଳାଳି ଚୟନ ଠାରୁ ଆରମ୍ଭ କରି ଅଧିନାୟକ ପଦ ପର୍ଯ୍ୟନ୍ତ ବଡ ପରିବର୍ତ୍ତନ କରିପାରେ । BCCI ର ଏହି ଫର୍ମୁଲା ଅନୁଯାୟୀ ଟି20 ଅଧିନାୟକ ପଦରୁ ରୋହିତ ଶର୍ମା ବିଦା ହୋଇପାରନ୍ତି । ଭିନ୍ନ ଫର୍ମାଟରେ ଭିନ୍ନ ଅଧିନାୟକ ନିଯୁକ୍ତି କରିବାକୁ BCCI ବିଚାର ବିମର୍ଷ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ ଜାନୁୟାରୀରେ ଶ୍ରୀଲଙ୍କା ବିପକ୍ଷରେ ହେବାକୁ ଥିବା ସିରିଜରେ BCCI ଏହା ଲାଗୁ କରିବାକୁ ପ୍ରସ୍ତୁତ ହେଉଛି । ଯଦି ଏମିତି ହୁଏ ତେବେ ହିଟମ୍ୟାନ ରୋହିତ ଶର୍ମା କୋହଲିଙ୍କ ଦଶା ଭୋଗି ପାରନ୍ତି ବୋଲି ସମସ୍ତେ କଥା ହେଉଛନ୍ତି । ଏହାସହ BCCI ପ୍ୟାନିକ ବଟନ ଦବାଇଥିବା ନେଇ ଏକ ବାର୍ତ୍ତା ମଧ୍ୟ ଯିବ । ଶ୍ରୀଲଙ୍କା ବିପକ୍ଷ ଟି20 ଓ ଦିନିକିଆ ସିରିଜରେ ଦୁଇ ଅଲଗା ଅଧିନାୟକଙ୍କ ନେତୃତ୍ବରେ ମଇଦାନକୁ ଓହ୍ଲାଇପାରେ ଟିମ୍ ଇଣ୍ଡିଆ ।

ଦିନିକିଆରେ ରୋହିତ ଭାରତୀୟ ଦଳର ମଙ୍ଗ ସମ୍ଭାଳିବାକୁ ଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଟି20 ସିରିଜର ନେତୃତ୍ଵ ନେଇପାରନ୍ତି । ତେବେ ଶ୍ରୀଲଙ୍କ ବିପକ୍ଷ ସିରିଜ ପାଇଁ ଦଳ ଘୋଷଣା ହେବାପରେ ଏହା ଉପରୁ ପରଦା ହଟିବ । ବିରାଟ କୋହଲି ଟି20 ଅଧିନାୟକ ପଦ ଛାଡିବା ବେଳେ ଏହି ପଦ ରୋହିତଙ୍କୁ ମିଳିଥିଲା । କିନ୍ତୁ ଦୁଇଟି ଫର୍ମାଟରେ ଭିନ୍ନ ଭିନ୍ନ ଅଧିନାୟକ ପରମ୍ପରା ବେଶୀ ଦିନ ତିଷ୍ଠି ନଥିଲା ।

ପରବର୍ତ୍ତୀ ସମୟରେ କୋହଲିଙ୍କୁ ଦିନିକିଆ ଅଧିନାୟକ ପଦ ମଧ୍ୟ ଛାଡିବାକୁ ପଡିଥିଲା । କୋହଲିଙ୍କ ନେତୃତ୍ବରେ ଦଳ ବିଦେଶ ମାଟିରେ ଅନେକ ଦମଦାର ପ୍ରଦର୍ଶନ କରିଥିବା ବେଳେ ସେତେବେଳେ BCCI ର ଏଭଳି ନିଷ୍ପତ୍ତି ଉପରେ ଅନେକ କ୍ରିକେଟପ୍ରେମୀ ପ୍ରଶ୍ନ ଉଠାଇଥିଲେ । ତେବେ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, BCCI ର ଜଣେ ଶୀର୍ଷ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି କି ଟିମ୍ ଇଣ୍ଡିଆର ଅଧିନାୟକ ପଦାକୁ ନେଇ ଆଗୁଆ କହିବ ଯୁକ୍ତିଯୁକ୍ତ ହେବନାହିଁ ।

ହେଲେ ବୋର୍ଡ ଏନେଇ ବିଚାର କରୁଛି । ଦିନିକିଆ ଓ ଟି20 ଫର୍ମାଟରେ ଭିନ୍ନ ଭିନ୍ନ ଅଧିନାୟକ ରଖିବା ସଠିକ ହେବକି ନାହିଁ ସେନେଇ ତର୍ଜମା ଚାଲିଛି । ତେଣୁ ବିଭିନ୍ନ ଦୃଷ୍ଟିକୋଣରୁ ଚିନ୍ତା କରି BCCI ନିଷ୍ପତ୍ତି ନେବ । ନାମ ଗୋପନ ରଖିବା ସର୍ତ୍ତରେ ସେ ଆହୁରି ମଧ୍ୟ କହିଛନ୍ତି କି, ରୋହିତଙ୍କ ଉପରୁ ଚାପ ହଟାଇବା ପାଇଁ BCCI ଏଭଳି ନିଷ୍ପତ୍ତି ନେଇପାରେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।