ମୁକେଶ ଅମ୍ବାନୀଙ୍କ ଐତିହାସିକ ଏଲାନ : ସହିଦ ମାନଙ୍କ ପିଲାଙ୍କର ପାଠ ପଢାର ଖର୍ଚ୍ଚ ଅମ୍ବାନୀ ଉଠେଇବେ ଏବଂ ଚାକିରି ମଧ୍ୟ ଦେବେ ତାହା ସହିତ ଦେବେ ଏହି ସବୁ ସୁବିଧା

ଜମ୍ମୂ-କଶ୍ମୀରର ପୁଲୱାମାରେ ଗୁରୁବାର ଦିନ ସୀଆରପୀଏଫ ଉପରେ ବଡ ଆତଙ୍କି ଆକ୍ରମଣ ହୋଇଛି, ଯେଉଁଥିରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୬ ଜଣ ଯବାନ ସହିଦ ହୋଇ ସାରିଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି । ବର୍ତ୍ତମାନ ଆହତମାନଙ୍କର ହସ୍ପିଟାଲରେ ଚିକିସ୍ଛା ଚାଲିଛି । ଏହି ଆକ୍ରମଣକୁ ସାରା ଦୁନିଆରେ ନିନ୍ଦା କରା ଯାଉଛି । ସୁଇସାଇଡ ଆକ୍ରମଣରେ ଆତଙ୍କବାଦୀମାନେ ବମ ଭର୍ତ୍ତି କାରକୁ CRPFର ଗାଡି ସହିତ ଧକା କରିଥିଲେ । ଏହି ଘଟଣା ପୁରା ଦେଶବାସୀଙ୍କର ମନବଳକୁ ଭାଙ୍ଗି ଦେଇଛି ।

ଗୋଟେ ପଟେ ଏହି ଘଟଣାରେ ବଲୀଉଡ ବହୁତ କ୍ରୋଧିତ ନଜର ଆସୁଛି । ଅଜୟ ଦେବଗନ, ଅଭିଷେକ ବଚ୍ଚନ ଠାରୁ ନେଇ ସ୍ୱରା ଭାସ୍କର ଏବଂ ତାପସୀ ପନ୍ନୂ ବି ଟ୍ୱୀଟ କରି ଏହି ଆକ୍ରମଣର ବିଷୟରେ କହିଥିବା ବେଳେ ଅନ୍ୟ ପଟେ ଜଣାଶୁଣା ଉଦ୍ୟୋଗପତି ମୁକେଶ ଅମ୍ବାନୀ ଙ୍କର ସାମାଜିକ କାର୍ଯ୍ୟ କରୁଥିବା ରିଲାୟଏନସ ଫାଉନ୍ଡେଶନ ପୁଲୱାମାରେ ସହିଦଙ୍କ ପିଲା ମାନଙ୍କ ଶିକ୍ଷାର ସମ୍ପୂର୍ଣ୍ଣ ଖର୍ଚ୍ଚ, ସେମାନଙ୍କ ପିଲାଙ୍କୁ ରୋଜଗାର ଦେବା ଓ ତାଙ୍କ ପରିବାରର ପୁରା ଖର୍ଚ୍ଚ ଉଠାଇବେ ବୋଲି କହିଛନ୍ତି ।

ରିଲାୟଏନସ ଫାଉନ୍ଡେଶନ ତରଫରୁ ଶନିବାର ଦିନ କୁହାଯାଇଛି ଯେ ସହିଦ ହୋଇଥିବା କେନ୍ଦ୍ରୀୟ ରିଜର୍ବ ପୁଲିସ ବଳ (ସିଆରପିଏଫ) ଙ୍କ ଛୁଆ ମାନଙ୍କ ଶିକ୍ଷାର ସଂପୂର୍ଣ୍ଣ ଦାୟିତ୍ଵ ଉଠାଇବାକୁ ସେ ପ୍ରସ୍ତୁତ ଅଛନ୍ତି । ସେ କହିଲେ କି ସେ ସହିଦଙ୍କ ପିଲାଙ୍କୁ ରୋଜଗାର ଏବଂ ଅନେକ ପରିବାରର ଖର୍ଚ୍ଚକୁ ମଧ୍ୟ ବହନ କରିବେ ।

ଏତିକି ନୁହେଁ ଏହି ଆକ୍ରମଣରେ ଘୟାଲ ହୋଇଥିବା ଯବାନ ଙ୍କର ଶୀଘ୍ର ସୁସ୍ଥ ହେବାର କାମନା କରି କହିଛନ୍ତି କି ତାଙ୍କର ହୋସ୍ପିଟାଲ ଏହି ଆତଙ୍କବାଦୀ ଆକ୍ରମଣରେ ଆହତ ହୋଇଥିବା ଯବାନ ମାନଙ୍କର ଭଲ ଚିକିତ୍ସା ପାଇଁ ମଧ୍ୟ ପ୍ରସ୍ତୁତ ଅଛି । ସେ କହିଛନ୍ତି କି ଯଦି ସରକାର ସେମାନଙ୍କୁ ସହିଦ ମାନଙ୍କର ସାହାଯ୍ୟ କରିବା ପାଇଁ କୌଣସି ଦାୟିତ୍ଵ ଦିଏ, ତେବେ ସେମାନେ ତାକୁ ବି ସ୍ଵୀକାର କରିବେ ।

ଫାଉଣ୍ଡେସନ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଓ ପରିବାର ବର୍ଗଙ୍କ ପ୍ରତି ସଂବେଦନା ବ୍ୟକ୍ତ କରି କହିଛି କି ଆତଙ୍କବାଦୀ ର ଏହି ଘୃଣ୍ୟ କାମର ମୁକାବିଲା କରିବା ପାଇଁ ଦେଶର ୧୩୦ କୋଟି ଜନତାଙ୍କ ସହ ସଂପୂର୍ଣ୍ଣ ରିଲାୟେନ୍ସ ପରିବାରର ସହଯୋଗ ଅଛି। କେଉଁ ବି ଶତ୍ରୁ ଭାରତର ଏକତାକୁ ଭାଙ୍ଗି ପାଇବେ ନାହିଁ ।

ଆଗକୁ ଅପଡେଟ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।