କ୍ୟାନ୍ସର ପୀଡ଼ିତା ମା’ଙ୍କୁ ଜଣାନାହିଁ, ସହିଦ ହୋଇଗଲା ତାଙ୍କର ପୁଅ, ସେ ତ ଅପେକ୍ଷାରେ ଅଛି କି ପୁଅ ଆସିବ ଚିକିତ୍ସା କରାଇବ

ଜାମ୍ମୁ କାଶ୍ମୀର ର ପୁଲୱାମା ରେ ଗୁରୁବାରକୁ ହୋଇଥିବା ଆତଙ୍କି ଆକ୍ରମଣରେ ଉତ୍ତର ପ୍ରଦେଶର 12 ଟି ଯବାନ ସହିଦ ହୋଇଗଲେ । ଏଥି ମଧ୍ୟରୁ ଚାନ୍ଦୋଲି ର ବୀରପୁତ୍ର ଅବଧେଶ ଯାଦବ ବି ସହିଦ ହୋଇଗଲେ । ଅବଧେଶ ଯାଦବ 45 ନମ୍ବର ବଟାଲିୟନ ରେ ନିଯୁକ୍ତ ଥିଲେ । ସହିଦ ଅବଧେଶ ଯାଦବଙ୍କର ମା’ କ୍ୟାନ୍ସର ରେ ପୀଡିତ ଅଟନ୍ତି । ମା’ଙ୍କୁ ଜଣାନାହିଁ କି ତାଙ୍କ ପୁଅ ଏବେ ଏହି ଦୁନିଆରେ ନାହିଁ ।  ସେ ନିଜ ପୁଅ ଫେରିବାର ବାଟ ଦେଖୁଛନ୍ତି ।

ପଡୋଶୀ ମାନଙ୍କର କହିବା କଥା କି ଏବେ ଘରର ମହିଳାଙ୍କୁ ଏହି ଖବର ବିଷୟରେ କିଛି କୁହାଯାଇ ନାହିଁ । ଯାବନଙ୍କର ମା’ କ୍ୟାନ୍ସର ପିଡିତ ଅଟନ୍ତି । ଏଥିପାଇଁ ଲୋକ ତାଙ୍କର କିଛି ହେଇ ନଯାଉ ସେଥିପାଇଁ ଡରିକି କିଛି କହି ନାହାନ୍ତି । ଯବାନଙ୍କର ସହିଦ ହେବାର ସୂଚନା ମିଳିବା ମାତ୍ରେ ଗାଁ ରେ ଶୋକର ଛାୟା ଖେଳି ଗଲା । ଅବଧେଶ ଯାଦବ ମୁଗଲସରାୟ କୋତବାଲି ର ବାହାଦୁରପୁର ଗାଁର ବାସିନ୍ଦା ଅଟନ୍ତି ।   ଏ ପର୍ଯ୍ୟନ୍ତ ଘରଲୋକଙ୍କୁ କୌଣସି ଅଫିସିଆଲ ମେସେଜ ଆସି ନାହିଁ କିନ୍ତୁ ଗାଁ ରେ ଅବଧେଶ ଯାଦବଙ୍କର ସହିଦ ହେବାର ଚର୍ଚ୍ଚା ଚାଲିଛି । ନିଶ୍ଚିତ କରି କେହି କିଛି କହୁ ନାହାଁନ୍ତି ।

ଅବଧେଶ ଯାଦବ ଛୁଟିରେ ଘରକୁ ଆସିଥିଲେ । ଦୁଇ ଦିନ ପୂର୍ବରୁ ହିଁ 12 ଫେବୃୟାରୀ କୁ ଡିଉଟି କୁ ଫେରୁଥିଲେ । କାଶ୍ମୀର ରେ ନିଯୁକ୍ତ ଥିବା ବେଦ ପ୍ରକାଶ ତାଙ୍କର ସହିଦ ହେବାର ସୂଚନା ଦେଇଛନ୍ତି । ଅବଧେଶ ଯାଦବ 2010 ରେ ସେନାରେ ଭର୍ତ୍ତି ହୋଇଥିଲେ । ଚାକିରିର 4 ବର୍ଷ ପରେ ସେ 2014 ରେ ଶିଳ୍ପୀ ଯାଦବଙ୍କୁ ବିବାହ କରିଥିଲେ । ଅବଧେଶଙ୍କର ଦୁଇ ବର୍ଷର ପୁଅ ନିଖିଲ ଅଛି । ଅବଧେଶ ଯାଦବ ସିଆରପିଏଫ ର 45 ନମ୍ବର ବଟାଲିୟନ ରେ ରେଡିଓ ଅପରେଟର ପଦରେ ନିଯୁକ୍ତ ଥିଲେ ।

ସହିଦ ଅବଧେଶ ଯାଦବଙ୍କର ପିତାଙ୍କର ନାମ ହରିକେଶ ଯାଦବ, କ୍ୟାନ୍ସର ରେ ପୀଡିତ ତାଙ୍କ ମା’ଙ୍କ ନାମ ମାଳତି ଦେବୀ ଓ ଭାଇ ବୃଜେଶ ଯାଦବ, ଭଉଣୀ ପୁନମ ଓ ନୀଲମଙ୍କର କାନ୍ଦି କାନ୍ଦି ଖରାପ ଅବସ୍ଥା । ଏମିତି ସମୟରେ ଗାଁର ଲୋକମାନେ ତାଙ୍କ ପରିବାରକୁ ସାନ୍ତ୍ଵନା ଦେବା ପାଇଁ ଆଗେଇ ଆସିଛି ।

ଆଗକୁ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।