46 ଜଣ ଯବାନ ସହିଦ ହୋଇଯିବା ପରେ ରାଗିଯାଇଛନ୍ତି ମୋଦୀ….କାଶ୍ମୀର ନାଗରିକଙ୍କୁ ମିଳିଥିବା ସ୍ଵତନ୍ତ୍ରତା ଏବେ ହେଲା ଶେଷ

ପୁଲବାମା ର ଅବନ୍ତିପୁରା ରେ 46 ଜଣ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ସିଆରପିଏଫ ଏକ ବଡ ଶିକ୍ଷା ପାଇ 2003 ରେ ନିୟମ ବଦଳାଇଛି । କେନ୍ଦ୍ରୀୟ ଗୃହମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାରକୁ ଶ୍ରୀନଗର ରେ ଥିଲେ, ସେ ବଡଗାମ ରେ ସହିଦ ଯବାନ ଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ନିୟମରେ ହୋଇଥିବା ଏହି ପରିବର୍ତ୍ତନର ସୂଚନା ଦେଇଥିଲେ । ସେ କହିଲେ କି ଯବାନ ମାନଙ୍କର ସୁରକ୍ଷା କୁ ଧ୍ୟାନରେ ରଖି 16 ବର୍ଷର ପୁରୁଣା ଏହି ସ୍ଵତନ୍ତ୍ରତା କୁ ଶେଷ କରା ଯାଉଛି ।

ଜଣାଇ ଦେଉଛୁ କି ଖୁଫିଆ ଏଜେନ୍ସିମାନେ 8 ଫେବୃୟାରୀ କୁ ଏହି ଆତ୍ମଘାତି ଆକ୍ରମଣର ଆଲର୍ଟ ଜାରି କରିଥିଲେ, ଯେଉଁଥିରେ ସଫା ସଫା ଲେଖା ଥିଲା କି ଯବାନଙ୍କ ବଳ ବାହରିବା ପୂର୍ବରୁ ରୋଡ ଓ ପୁରା ଇଲାକା ଖାଲି କରାଯିବା କଥା , କିନ୍ତୁ ଏମିତି ହେଇ ପରି ନଥିଲା ଯାହା ଫଳରେ ଏହି ଅସାବଧାନୀ କାରଣରୁ 46 ଜଣ ଯବାନଙ୍କର ଜୀବନ ଚାଲିଗଲା । ଏବେ କାଶ୍ମୀର ରେ ଯେଉଁଠୁ ଯବାନ ବାହାରିବେ ସେହି ରୋଡ ପୂର୍ବରୁ ହିଁ ଖାଲି କରାଯିବ ।

ଜଣାଶୁଣା ଉଦ୍ୟୋଗପତି ମୁକେଶ ଆମ୍ବାନୀଙ୍କର ସାମାଜିକ କାର୍ଯ୍ୟରେ ଲିପ୍ତ ଥିବା ରିଲିଆନ୍ସ ଫାଉଣ୍ଡେସନ ପୁଲବାମା ରେ ସହିଦଙ୍କର ପିଲାମାନଙ୍କର ଶିକ୍ଷାର ପୁରା ଖର୍ଚ୍ଚ, ତାଙ୍କ ପିଲାଙ୍କୁ ରୋଜଗାର ଦେବା ଓ ତାଙ୍କ ପରିବାରର ପୁରା ଖର୍ଚ୍ଚ ଉଠାଇବାର ପ୍ରତିଶୃତି ଦେଇଛି ।  ରିଲିଆନ୍ସ ଫାଉଣ୍ଡେସନ ପକ୍ଷରୁ ଶୁକ୍ରବାର ସନ୍ଧ୍ୟାକୁ କୁହାଯାଇଥିଲା କି ସେ ପୁଲବାମା ରେ ସହିଦ ହୋଇଥିବା କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆରପିଏଫ)ଙ୍କ ପିଲାମାଙ୍କର ଶିକ୍ଷାର ପୁରା ଦ୍ଵାଇତ୍ଵ ନେବା ପାଇଁ ପ୍ରସ୍ତୁତ ଅଛି । ସେ କହିଲେ କି ସହିଦଙ୍କ ପିଲାମାନଙ୍କୁ ରୋଜଗାର ଓ ତାଙ୍କ ପରିଜନମାନଙ୍କର ଖର୍ଚ୍ଚ ଉଠାଇବାକୁ ମଧ୍ୟ ପ୍ରସ୍ତୁତ ଅଛି ।

ଆଗକୁ ଅପଡେଟ ପାଇବା ପାଇଁ ଓଡିଆ ଫାଷ୍ଟ ପେଜକୁ ଲାଇକ କରନ୍ତୁ ।