ଏହି କ୍ରିକେଟର ନିଜର ଡେବ୍ୟୁ ମ୍ୟାଚର ପ୍ରଥମ ଓଭରରେ ହାଟ୍ରିକ କରି ରଚିଲେ ଇତିହାସ, ଭିଡିଓ ଭାଇରାଲ

ମଧ୍ୟ ପ୍ରଦେଶର କ୍ରିକେଟର ରବି ଯାଦବ ଚମତ୍କାର ବୋଲିଂ କରି ନିଜ ନାମରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ଗତ ସୋମବାର ଦିନ ରବି ଫର୍ଷ୍ଟ କ୍ଲାସ କ୍ରିକେଟରେ ଡେବ୍ୟୁ କରି ନିଜ କ୍ୟାରିୟରର ପ୍ରଥମ ହାଟ୍ରିକକୁ ପ୍ରଥମ ଓଭରରେ କରିଛନ୍ତି । ରଞ୍ଜୀ ଟ୍ରୋଫିରେ ୨୮ ବର୍ଷର ରବି ଯାଦବ ଏହି କାରନାମା ଉତ୍ତର ପ୍ରଦେଶ ବିପକ୍ଷରେ କରିଛନ୍ତି ।

ଇନ୍ଦୋରର ହୋଲ୍କର କ୍ରିକେଟ ଷ୍ଟାଡିୟମରେ ରବି ତାଙ୍କର ଏହି କାରନାମା ଦେଖାଇଛନ୍ତି । ରବି ଉତ୍ତର ପ୍ରଦେଶର ବାସିନ୍ଧା ଅଟନ୍ତି । ରବିଙ୍କ କ୍ରିକେଟ କ୍ୟାରିୟର ଆଘାତ କାରଣରୁ ବହୁତ ଉତ୍ଥାନ ପତ୍ତନ ର ସାମ୍ନା କରିଛି । ସେଥିପାଇଁ ସେ ରଣଜୀ ଟ୍ରୋଫିରେ ୨୮ ବର୍ଷରେ ଡେବ୍ୟୁ କରିଛନ୍ତି ।

ମ୍ୟାଚର ପ୍ରଥମ ଓଭରରେ ରବି ବୋଲିଂ କରି ଆର୍ୟନ ଜୁୟାଲ, ଅଙ୍କିତ ରାଜପୁତ ଓ ସମୀର ରିଜବୀଙ୍କୁ ରବି ଯାଦବ ନିଜର ଶିକାର ବନେଇଥିଲେ ଓ ଲଗାତାର ତିନୋଟି ବଲରେ ଆଉଟ କରିଥିଲେ ।

ରବିଙ୍କର ଏହି ଚମତ୍କାର ବୋଲିଂକୁ ବିସିସିଆଇ ସୋସିଆଲ ମିଡିଆରେ ସେୟାର କରିଥିଲେ । ପ୍ରଥମେ ରବି, ଯୁୟାଲଙ୍କୁ ୱିକେଟ କିପର ହାତରେ କ୍ୟାଚ ଧରାଇ ଆଉଟ କଲେ ଓ ଏହା ପରେ ଅନ୍ୟ ଦୁଇ ବଲରେ ସେ ଅଙ୍କିତ ରାଜପୁତ ଓ ସମୀର ରିଜବୀଙ୍କୁ ଆଉଟ କରିଥିଲେ ।

ଏହି ମ୍ୟାଚରେ ୬୧ ରନ ଦେଇ ରବି ୫ ୱିକେଟ ନେଇଥିଲେ । ଏହିପରି ପଦର୍ଶନ କରି ରବି ଏକ ନୂଆ ଇତିହାସ କରିଛନ୍ତି ଓ ତାଙ୍କର ଏହି ପଦର୍ଶନ ପାଇଁ ଲୋକମାନେ ତାଙ୍କର ବହୁତ ପ୍ରଶଂସା କରୁଛନ୍ତି ।