ରୋଷେଇ ଘରେ ତାୱା କିପରି ରଖିଲେ ବର୍ଷିଥାଏ ମା’ ଲକ୍ଷ୍ମୀଙ୍କ କୃପା

ସାଧାରଣତଃ ଲୋକମାନେ ଘରକୁ ଲକ୍ଷ୍ମୀ ଆସିବା ପାଇଁ ବହୁତ କିଛି କରିଥାନ୍ତି । ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ କହିବୁ ଯାହାକୁ ବ୍ୟବହାର କରିଲେ ଆପଣଙ୍କ ଘରେ ମା’ ଲକ୍ଷ୍ମୀ ବାସ କରିବେ । ଆଜି ଆମେ ଆପଣଙ୍କୁ ରୋଷେଇ ଘରେ ଥିବା କିଛି ମୁଖ୍ୟ ସାମଗ୍ରୀର ସଠିକ ସ୍ଥାନାନ୍ତର ବିଷୟରେ କହିବୁ । ଏହା ଦ୍ଵାରା ଆପଣଙ୍କ ଘରେ ମା’ ଲକ୍ଷ୍ମୀଙ୍କର ବାସ ହେବ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ରୋଷେଇ ଘରେ ଥିବା ସବୁ ବସ୍ତୁର କିଛି ଅଲଗା ମହତ୍ଵ ରହିଥାଏ । ହେଲେ ତାୱା ଓ କଢାଇକୁ ରାହୁଙ୍କର ପ୍ରତିନିଧି କୁହାଯାଏ । ତେଣୁ ଏହାକୁ ସଠିକ ସ୍ଥାନର୍ରେ ରଖିବା ଅତ୍ୟନ୍ତ ଆବଶ୍ୟକ । ରୋଷେଇ ଘରେ ଲକ୍ଷ୍ମୀଙ୍କର ବାସ ହୋଇଥାଏ, ତେଣୁ ରୋଷେଇ ଘରକୁ ସବୁବେଳେ ସଫା ରଖିବା ଉଚିତ ।

ସାଧାରଣତଃ ରାତିର ଅଇଁଠା ବାସନକୁ ସଫା କରି ଶୋଇବା ଉଚିତ । ଅଧିକାଂଶ ଲୋକ କ୍ଳାନ୍ତ ହୋଇ ଏହି ସବୁ କାର୍ଯ୍ୟ ଉପରେ ଗୁରୁତ୍ଵ ଦେଇନଥାନ୍ତି । ହେଲେ ଏହା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ । ସାଧାରଣତଃ ଅଇଁଠା ତାୱା ଓ କଢାଇକୁ ରାତିରେ ଧୋଇବା ଉଚିତ ।

ଯେଉଁ ଜାଗା ସଫା ସୁତୁରା ନଥାଏ, ସେଠାରେ ମା’ ଲକ୍ଷ୍ମୀ ପାଦ ଦିଅନ୍ତି ନାହିଁ । ବହୁତ ଥର ପରିବାରର ସଦସ୍ୟମାନଙ୍କ ମଧ୍ୟରେ କେତେକ ବାଦବିବାଦ ହୋଇଥାଏ, ତେଣୁ ଏହାକୁ ଦୂର କରିବା ପାଇଁ ଆପଣ ପ୍ରତିଦିନ ସକାଳେ ତାୱାକୁ ଗରମ କରନ୍ତୁ ଓ ଏଥିରେ ଅଳ୍ପ ଥଣ୍ଡା ପାଣି ପକାନ୍ତୁ । ଏହା ଦ୍ଵାରା ଘରେ ଶାନ୍ତି ଆସିଥାଏ ।

ସାଧାରଣତଃ ଯେବେ ଆପଣ ସକାଳର ଖାଦ୍ୟ ତିଆରି କରିବାକୁ ଯିବେ, ସେତେବେଳେ ପ୍ରଥମେ ଆପଣ ତାୱା ଗରମ କରନ୍ତୁ ଓ ଏଥିରେ ଅଳ୍ପ ଲୁଣ ପକାନ୍ତୁ । ଲୁଣକୁ ମା’ ଲକ୍ଷ୍ମୀଙ୍କର ରୂପ କୁହାଯାଇଥାଏ । ତେଣୁ ସର୍ବ ପ୍ରଥମେ ଆପଣ ଲୁଣ ପକାଇ ଖାଦ୍ୟ ତିଆରି କରନ୍ତୁ । ଏହା ପରେ ଯେତେବେଳେ ଆପଣ ସକାଳର ଖାଦ୍ୟ ପାଇଁ କିଛି ରୁଟି କରୁଛନ୍ତି, ତେବେ ଆପଣ କରିଥିବା ପ୍ରଥମ ରୁଟିକୁ ଗାଈ, କାଉ ବା ଅନ୍ୟାନ୍ୟ ପ୍ରାଣୀଙ୍କୁ ଖାଇବାକୁ ଦିଅନ୍ତୁ ।

ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି, ଯଦି ଆପଣ ତାୱାକୁ ବ୍ୟବହାର କରୁ ନାହାନ୍ତି, ତେବେ ତାୱାକୁ ଏକ ଏମିତି ସ୍ଥାନ ତଥା ଆଲମାରି ବା ଅନ୍ୟ କୌଣସି ସ୍ଥାନରେ ଲୁଚାଇ ଦିଅନ୍ତୁ । ଯାହାଫଳରେ କୌଣସି ଲୋକ ତାୱାକୁ ଦେଖିପାରିବେ ନାହିଁ । ଏହି ସବୁ ଉପାୟକୁ ଉପଯୋଗ କରିଲେ ଆପଣଙ୍କ ଘରେ ମା’ ଲକ୍ଷ୍ମୀ ବାସ କରିବେ ।