‘ସ୍ଲମଡଗ ମିଲିନେୟର’ରେ ଥିବା ଏହି ଅଭିନେତା, ଏବେ ଝୁମ୍ପୁଡି ରେ ବିତୁଛି ଜୀବନ

୨୦୦୮ରେ ହଲିଉଡ ନିର୍ଦ୍ଦେଶକ ଡ୍ୟାନୀ ବୟଲ (Danny Boyle)ଙ୍କ ଫିଲ୍ମ ‘ସ୍ଲମଡଗ ମିଲିନେୟର’ (Slumdog Millionaire)  ଓସ୍କାର (Oscar)ରେ ଧୁମ ମଚାଇ ଥିଲା । କିନ୍ତୁ ଏହି ପୁରଷ୍କାର ମଧ୍ୟରେ ଜଣେ ପିଲା ସମସ୍ତଙ୍କ ଧ୍ୟାନ ନିଜ ଆଡକୁ ଆକର୍ଷିତ କରିଥିଲା । ଯାହାର ନାମ ଅଜହରୁଦ୍ଦୀନ ଇସ୍ମାଇଲ ଅଟେ । ମୁମ୍ବାଇର ଝୁପୁଡି ବସ୍ତିରେ ରହୁଥିବା ଅଜହରୁଦ୍ଦୀନ ଏହି ଫିଲ୍ମରେ ଛୋଟ ସଲିମର ଅଭିନୟ କରିଥିଲେ ।

ନିଜର ପ୍ରଥମ ଫିଲ୍ମରେ ଏତେ କିଛି ପାଇଥିବା ଅଜହରୁଦ୍ଦୀନକୁ ଫିଲ୍ମର ନିର୍ଦ୍ଦେଶକ ଏକ ଫ୍ଲାଟ ବି ଦେଇଥିଲେ । କିନ୍ତୁ ୧୨ ବର୍ଷ ପରେ ବର୍ତ୍ତମାନ ଅଜହରୁଦ୍ଦୀନ ପୁଣି ଥରେ ମୁମ୍ବାଇର ସେହି ଝୁପୁଡି ର ଦୁନିଆକୁ ଫେରି ଯାଇଛନ୍ତି । କେବଳ ଅଜହରୁଦ୍ଦୀନ ନୁହେଁ, ଏହି ଫିଲ୍ମରେ ଫ୍ରୀଡା ପିଂଟା ର ଚରିତ୍ର ଲତିକାର ପିଲାଦିନର ରୋଲ କରିଥିବା ରୁବୀନା ଅଲୀ କୁରୈଶୀ (Rubina Ali Qureshi) ବି ପୁଣି ଥରେ ମୁମ୍ବାଇର ଝୁପୁଡି ବସ୍ତି ଦୁନିଆକୁ ଫେରି ଯାଇଛନ୍ତି ।

କହିବାକୁ ଗଲେ ‘ସ୍ଲମଡଗ ମିଲିନେୟର’ ସଫଳତା ପରେ ନିର୍ଦ୍ଦେଶକ ଡ୍ୟାନୀ ବୟଲ ଏହି ଫିଲ୍ମର ଦୁଇ ଜଣ ବାଲ୍ୟ କଳାକାର ଅଜହର ଓ ରୁବୀନା କୁରୈଶୀର ସାହାର୍ଯ୍ୟ ପାଇଁ ‘ଜୟ ହୋ’ ନାମରେ ଏକ ଟ୍ରସ୍ଟ କରିଥିଲେ । ଏହା ଦ୍ଵାରା ତାଙ୍କୁ ଫ୍ଲାଟ ଓ ମାସିକ ଭତ୍ତା ବି ମିଳୁଥିଲା । କିନ୍ତୁ ବର୍ତ୍ତମାନ ଅଜହରୁଦ୍ଦୀନର ପରିବାର ସେହି ଫ୍ଲାଟ ବିକ୍ରି କରିଦେଇଛନ୍ତି । ୨୦୦୮ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ମାନେ ୧୨ ବର୍ଷ ପରେ ଅଜହର ୨୧ ବର୍ଷର ହୋଇ ଯାଇଛନ୍ତି ।

ଏକ ରିପୋର୍ଟ ଅନୁସାରେ ଅଜହର ର ପରିବାର ୨୫୦ ସ୍କୋୟାର ଫୁଟର ଫ୍ଲାଟକୁ ୪୯ ଲକ୍ଷ ଟଙ୍କାରେ ବିକ୍ରି କରିଦେଇଛନ୍ତି । କିନ୍ତୁ ପୁଣି ଥରେ ସେହି ବସ୍ତି ବାଲା ଜୀବନ ଅଜହରଙ୍କୁ ଭଲ ଲାଗୁ ନାହିଁ । ଏହା ମଧ୍ୟରେ ସେ ପ୍ରାୟତଃ ରୋଗରେ ବି ପଡିଛନ୍ତି । ମିଡିଆ ସହ କଥା ହୋଇ ଅଜହର କହିଲେ କି, ‘ବର୍ତ୍ତମାନ ସ୍ଟାରଡମ ଶେଷ ହୋଇ ଯାଇଛି । ବର୍ତ୍ତମାନ ମୋତେ ମୋର ପରିବାର ଚଳାଇବା ପାଇଁ ଆୟ କରିବାକୁ ପଡୁଛି ।

ମୁଁ ବସ୍ତିରେ ଜନ୍ମ ହୋଇଛି କିନ୍ତୁ ପୁଣି ଥରେ ସେଠି ରହିବାକୁ ଇଚ୍ଛା ନାହିଁ ।‘ ଅଜହର କହିଲେ କି ଆର୍ଥିକ ଅସୁବିଧା କାରଣରୁ ତାଙ୍କୁ ନିଜର ଫ୍ଲାଟ ବିକ୍ରି କରିବାକୁ ପଡିଲା । ଆପଣଙ୍କୁ କହିଦେଉଛୁ କି ଅଜହରୁଦ୍ଦୀନ ଓ ରୁବୀନାଙ୍କୁ ଫିଲ୍ମ ପାଇଁ ୩୦୦ ପିଲାମାନଙ୍କ ମଧ୍ୟରୁ ଚୟନ କରାଯାଇଥିଲା । ଅନ୍ୟ ପଟେ ରୁବୀନାକୁ ବି ବାନ୍ଦ୍ରାରେ ଏକ ଫ୍ଲାଟ ଦିଆ ଯାଇଥିଲା । କିନ୍ତୁ ରୁବୀନା ନିଜର ଫ୍ଲାଟକୁ ବିକ୍ରି କରି ନାହାନ୍ତି ।

କିନ୍ତୁ ରୁବୀନା ନିଜ ମା’ଙ୍କ ସହିତ  ନାଲାସୋପାରା ବସ୍ତିରେ ରହୁଛନ୍ତି । ଯେତେବେଳେ କି ବାନ୍ଦ୍ରା ବାଲା ଫ୍ଲାଟରେ ତାହାର ପିତା ନିଜର ଦ୍ଵିତୀୟ ପତ୍ନୀ ଓ ୫ ଜଣ ପିଲାଙ୍କ ସହିତ ରହୁଛି । ରୁବିନା ଏକ ରିପୋର୍ଟରେ କହିଲେ କି, ମୁଁ ଚାରି ବର୍ଷ ଏହି ଘରେ ରହିଲି କିନ୍ତୁ ୮ ଜଣ ଲୋକଙ୍କ ସହିତ ରହିବା ବହୁତ କଷ୍ଟ ହୋଇ ଯାଇଥିଲା । ସେଥିପାଇଁ ମୁଁ ଏହି ଘରକୁ ଛାଡି ଦେଲି । ରୁବିନା ମେକଅପର କୋର୍ସ କରିସାରିଛନ୍ତି ଓ ବର୍ତ୍ତମାନ ସେ ଏକ ମେକଅପ ଷ୍ଟୂଡିଓରେ କାମ କରୁଛନ୍ତି ।