ସାପ କାମୁଡିବା ପରେ ସ୍ଵାମୀ ସ୍ତ୍ରୀକୁ କାମୁଡିଲା, ତା ପରେ ଯାହା ହେଲା ତାହା ସବୁଠୁ ଆଶ୍ଚର୍ଯ୍ୟକର ଥିଲା

ଦୁନିଆରେ ବୋଧେ ଏମିତି କୌଣସି ବ୍ୟକ୍ତି ନାହିଁ ଯିଏ ସାପକୁ ଭୟ କରୁ ନ ଥିବ । କହିବାକୁ ଗଲେ ଦୁନିଆରେ ତ କେବଳ ୩ % ହିଁ ଏମିତି ସାପ ଅଛନ୍ତି ଯିଏକି ବିଷଧର ଅଟନ୍ତି । କିନ୍ତୁ ସାପ ପ୍ରତି ଲୋକମାନଙ୍କର ଡର ଏତେ ଅଟେ କି ସେମାନେ ଯେଉଁ ସାପ ମଧ୍ୟରେ ବିଷ ନ ଥାଏ ତାକୁ ବି ଦେଖି ଡରିବାକୁ ଲାଗନ୍ତି । ଆଜି ଆମେ ଆପଣଙ୍କୁ ଏହିଭଳି ଏକ ବାକ୍ୟା କହିବାକୁ ଯାଉଛୁ ଯାହାକୁ ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଚାଲନ୍ତୁ ଜାଣିବା ଶେଷରେ କାହିଁକି ସାପ କାମୁଡିବା ପରେ ସ୍ଵାମୀ ସ୍ତ୍ରୀକୁ କାମୁଡିଲା ।

ଆପଣଙ୍କୁ କହିଦେଉଛୁ କି ଏହି ଘଟଣା ବିହାର ସମସ୍ତୀପୁର ଜିଲ୍ଲାର ଅଟେ । ଯେଉଁଠି କିଛି ଦିନ ତଳେ ଗୋଟିଏ ବ୍ୟକ୍ତିକୁ ଏକ ବିଷଧର ସାପ କାମୁଡି ଦେଲା । ସାପ କାମୁଡିବା ପରେ ସେହି ବ୍ୟକ୍ତି ଜଣକ ଏତେ ଡରି ଯାଇଥିଲା କି କିଛି ଘଣ୍ଟା ମଧ୍ୟରେ ହିଁ ତାହାର ମୃତ୍ୟୁ ହୋଇଗଲା । ସୂତ୍ରରୁ ମିଳିଥିବା ଖବର ଅନୁସାରେ ଯେଉଁ ବ୍ୟକ୍ତିକୁ ସାପ କାମୁଡିଥିଲା ସେ ରାତିରେ ନିଜ ଘରେ ଶୋଇଥିଲା ଓ ସେହି ସମୟରେ କେଉଁଠୁ ଏକ ବହୁତ ବିଷଧର ସାପ ଆସି ସେହି ବ୍ୟକ୍ତିକୁ କାମୁଡି ଦେଲା ।

ଯାହା ପରେ ସେହି ବ୍ୟକ୍ତିର ଅବସ୍ଥା ବହୁତ ଖରାପ ହୋଇଗଲା ଓ ସେହି ଅବସ୍ଥାରେ ସେ ନିଜ ସ୍ତ୍ରୀ ପାଖକୁ ଗଲା ଓ ସେହି ବ୍ୟକ୍ତି ଜଣକ ନିଜ ସ୍ତ୍ରୀ ହାତକୁ କାମୁଡି ଦେଲା । ଯାହା ପରେ ତାହାର ପତ୍ନୀ ବି ବେହୋସ ହୋଇଗଲା । କହିବାକୁ ଗଲେ ଦୁନିଆରେ ସବୁ ବର୍ଷ ସାପର ବିଷରେ ମୃତ୍ୟୁ ବରଣ କରୁଥିବା ଲୋକମାନଙ୍କ ସଂଖ୍ୟା ହଜାର ହଜାର ଅଟେ । କିନ୍ତୁ ଏହି ଘଟଣା ବହୁତ ଅଜବ ଓ ଭିନ୍ନ ପ୍ରକାରର ଥିଲା ।

ସମସ୍ତୀପୁର ରେ ରହୁଥିବା ଏହି ବ୍ୟକ୍ତି ଯାହାର ମୃତ୍ୟୁ ସାପ ବିଷ କାରଣରୁ ହୋଇଗଲା, ପ୍ରକୃତରେ ସେ ନିଜର ପତ୍ନୀକୁ ବହୁତ ପ୍ରେମ କରୁଥିଲା ଓ ସେ ତାହା ସହିତ ବଞ୍ଚିବା ଓ ମରିବା ପାଇଁ ଚାହୁଁଥିଲା । ଏହି ବ୍ୟକ୍ତିକୁ ଯେତେବେଳେ ସାପ କାମୁଡିଲା ତ ତାହାର ଅବସ୍ଥା ଖରାପ ହୋଇଗଲା ଯାହା ପରେ ସେହି ବ୍ୟକ୍ତିକୁ ଲାଗିଲା କି ସେ ଆଉ ବଞ୍ଚିବ ନାହିଁ । ସେଥିପାଇଁ ସେ ନିଜର ପତ୍ନୀ ପାଖକୁ ଗଲା ଓ ନିଜର ଅନ୍ତିମ ଇଚ୍ଛା କହିଲା କି ମୁଁ ତୁମ ସହିତ ବଞ୍ଚିବାକୁ ଓ ମରିବାକୁ ଚାହୁଁଛି ଓ ଏହା ପରେ ତାହାର ପତ୍ନୀ ବି ନିଜ ହାତକୁ କାମୁଡିବା ପାଇଁ ସ୍ଵାମୀକୁ ଅନୁମତି ଦେଲା ।

ନିଜ ପତ୍ନୀର ହାତକୁ କାମୁଡିବା ପରେ ସେହି ବ୍ୟକ୍ତି ଓ ତାହାର ସ୍ତ୍ରୀ ଦୁଇ ଜଣ ହିଁ ବେହୋସ ହୋଇ ପଡିଗଲେ । ଯେତେବେଳେ ଘର ଲୋକମାନଙ୍କୁ ଏହି ବିଷୟରେ ଜଣା ପଡିଲା ତ ସେମାନେ ଦୁଇ ଜଣଙ୍କୁ ହସ୍ପିଟାଲକୁ ନେଇଗଲେ । ଏହା ପରେ ସେହି ବ୍ୟକ୍ତିର ମୃତ୍ୟୁ ତତ୍କାଳ ହୋଇଗଲା । ଯେତେବେଳେ କି ତାହାର ପତ୍ନୀକୁ ଡାକ୍ତରମାନେ ବଞ୍ଚାଇ ନେଲେ ।

ଡାକ୍ତରମାନଙ୍କ କହିବା ଅଟେ କି ସେହି ବ୍ୟକ୍ତିର ପୁରା ଶରୀରରେ ବିଷ ବହୁତ ଅଧିକ ବ୍ୟାପି ଯାଇଥିଲା ସେଥିପାଇଁ ସେମାନେ ତାକୁ ବଞ୍ଚାଇ ପାରିଲେ ନାହିଁ । ଯେତେବେଳେ କି ତାହାର ପତ୍ନୀର ଶରୀରରେ ବିଷର ପ୍ରଭାବ ବହୁତ କମ ଥିଲା ।