ମହିଳା ମାନେ ଭୁଲ୍ ରେ ମଧ୍ୟ ରାତିରେ ଏହି ୫ ଟି କାମ କରନ୍ତୁ ନାହିଁ !

ସମସ୍ତ ବ୍ୟକ୍ତି ଭିନ୍ନ ଭିନ୍ନ ସମୟରେ ନିଜର କାମ କରିଥାନ୍ତି । ସମୟ ଅଭାବରୁ କେହି କେହି ବାଧ୍ୟ ହୋଇ ସକାଳ କାମ ସନ୍ଧ୍ୟାରେ କରିଥାନ୍ତି ତ କେହି ଅଳସୁଆ ପଣରେ ଡେରି କରି କରିଥାନ୍ତି । କିନ୍ତୁ କିଛି କାମ ଏମିତି ଅଛି ଯାହାକୁ ଭୁଲରେ ବି ସନ୍ଧ୍ୟା ପରେ କରିବା ଉଚିତ ନୁହେଁ ବା କେହି ମାଗିଲେ ସେହି ଜିନିଷକୁ ଦେବା ଉଚିତ ନୁହେଁ । ତାହା କଣ ଅଟେ ଚାଲନ୍ତୁ ଜାଣିବା ।

Image courtesy: Google

୧. ସନ୍ଧ୍ୟା ସମୟରେ ଯଦି କେହି କ୍ଷୀର ଜାତୀୟ ଜିନିଷ ମାଗେ ଯେମିତିକି କ୍ଷୀର, ଦହି, ଛେନା ଆଦି ତେବେ କେବେ ହେଲେ ଦେବେ ନାହିଁ । ଯଦି ଦେବେ ସୂର୍ଯ୍ୟ ବୁଡିବା ପୂର୍ବରୁ ଦେବେ । ସୂର୍ଯ୍ୟ ବୁଡିବା ପରେ କ୍ଷୀର ଜାତୀୟ ଜିନିଷ କିଛି ହେଲେ ଦେବେ ନାହିଁ । ଏହା ଦ୍ଵାରା ମା’ଲକ୍ଷ୍ମୀ ସେ ଘର ଛାଡି ଚାଲିଯାନ୍ତି ଓ ଘରେ ଅଭାବ ଅନଟନ ଲାଗି ରହିଥାଏ ।

Image courtesy: Google

୨. ଘରର ସ୍ତ୍ରୀଲୋକମାନେ ଘରର ଲକ୍ଷ୍ମୀ ହୋଇଥାନ୍ତି । ସନ୍ଧ୍ୟା ସମୟରେ ଯଦି ଘରର ମହିଳାମାନେ ଅନ୍ୟ ଘରକୁ ବୁଲି ଯାଆନ୍ତି ତେବେ ମା’ଲକ୍ଷ୍ମୀ କୋପ କରିଥାନ୍ତି ଓ ସେପରି ଘରେ ସେ ରୁହନ୍ତି ନାହିଁ ।

Image courtesy: Google

୩. ଯେତେ ବି ଜରୁରୀ କାମ ହେଉ ନା କାହିଁକି ଆପଣ ସୂର୍ଯ୍ୟ ବୁଡିବା ପରେ କାହାକୁ ଲୁହା ଦେବେ ନାହିଁ । ଆମର ହିନ୍ଦୁ ଶାସ୍ତ୍ର ରେ କୁହାଯାଏ କି ଯେବେ ଘରୁ ଶବକୁ ନିଆଯାଏ ତେବେ ଯାଇ ସନ୍ଧ୍ୟା ପରେ ଘରୁ ଶାବଳ ବା କୋଦାଳ ବାହାର କରାଯାଏ । ତେଣୁ ଆପଣ ସନ୍ଧ୍ୟା ପରେ କେବେ ହେଲେ ଲୁହାର ଜିନିଷ ଦେବେ ନାହିଁ ।

Image courtesy: Google

୪. ସନ୍ଧ୍ୟା ପରେ ବା ସୂର୍ଯ୍ୟ ବୁଡିବା ପରେ ଆପଣ କେବେ ହେଲେ ସାବୁନ ବା ସର୍ଫ ରେ କପଡା ଧୋଇବା ଉଚିତ ନୁହେଁ । ବେଳେ ବେଳେ କଣ ହୁଏ ନା ଦିନରେ ଅଧିକ କାମ ଥାଏ । ତେଣୁ ଆମେ ବାଧ୍ୟ ହୋଇ ରାତିରେ କପଡା ଧୋଇ ଥାଉ । କିନ୍ତୁ ଏପରି କରିବା ଅନୁଚିତ ଅଟେ ।

Image courtesy: Google

୫. ସନ୍ଧ୍ୟା ପରେ କେବେ ହେଲେ ଘରେ ଝାଡୁ ଲଗାନ୍ତୁ ନାହିଁ । ଯଦି ମଇଳା ଅଛି ତାହାକୁ ରଖି ଦିଅନ୍ତୁ । ପର ଦିନ ସକାଳେ ତାହାକୁ ଫିଙ୍ଗି ପାରିବେ । ସୂର୍ଯ୍ୟ ବୁଡିବା ପରେ ଏସବୁ କେବେ ହେଲେ କରିବେ ନାହିଁ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।