ଦୁଇ ଭଉଣୀ ପରି ଖୁସିରେ ରହି ପାରିବେ ବଡଯା – ସାନଯା, କେବେ ହେବନାହିଁ ଝଗଡା, କେବଳ କରିବାକୁ ହେବ ଏହି ୫ ଟି କାମ

ବଡଯା – ସାନଯା ଦୁଇ ଜଣ ଏମିତି ମହିଳା ଅଟନ୍ତି ଯେଉଁମାନେ ତ ଅଲଗା ପରିବାର ଓ ବ୍ୟାକଗ୍ରାଉଂଡରୁ ଆସିଥାନ୍ତି, କିନ୍ତୁ ବାହାଘର ପରେ ଏକା ସହିତ ଗୋଟିଏ ଛାତ ତଳେ ହିଁ ରୁହନ୍ତି । ଯେଉଁଭଳି ଭାବରେ ଶାଶୁ ବୋହୁଙ୍କର ଝଗଡା ସାଧାରଣ ଅଟେ ଠିକ ସେହିଭଳି ବଡଯା – ସାନଯାଙ୍କର ଝଗଡା ବି ବହୁତ ଶୁଣିବାକୁ ମିଳିଥାଏ । ବେଳେ ବେଳେ ଏମାନଙ୍କ କାରଣରୁ ପରିବାର ଅଲଗା ହୋଇ ଯାଆନ୍ତି ।

କିନ୍ତୁ ଯଦି କିଛି ସହଜ ଟିପ୍ସକୁ ଆପଣାଇବେ ତେବେ ବଡଯା – ସାନଯା ବି ନିଜ ଭିତରେ ଭଉଣୀ ଭଳି ରହି ପାରିବେ । ଏମିତିରେ ଆଜି ଆମେ ଆପଣଙ୍କୁ କିଛି ଏମିତି ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହା ଦ୍ଵାରା ବଡଯା – ସାନଯା ନିଜ ମଧ୍ୟରେ ଆରାମରେ ରହି ପାରିବେ ।

ପରସ୍ପରର ଶୁଣିବେ ଅନ୍ୟ ବ୍ୟକ୍ତିଙ୍କର ନୁହେଁ

ସବୁ ପରିବାରରେ ଏମିତି ଜଣେ ଥାଏ ଯିଏକି ସମସ୍ତଙ୍କ ମଧ୍ୟରେ ଝଗଡା ଲଗାଇବାର କାମ କରିଥାଏ । ସେଥିପାଇଁ ଯଦି କେହି ଆପଣଙ୍କୁ କହିବ କି ଆପଣଙ୍କର ସାନଯା କିମ୍ବା ବଡଯା ଆପଣଙ୍କ ବିଷୟରେ ଖରାପ କଥା କହୁଛି ତେବେ ଆପଣ ତାଙ୍କର କଥାକୁ ବିଶ୍ଵାସ କରିବା ଉଚିତ ନୁହେଁ । ଆପଣ ସିଧା ନିଜର ସାନଯା କିମ୍ବା ବଡଯାଙ୍କ ପାଖକୁ ଯାଇ ସମସ୍ତ କଥାକୁ କ୍ଲିୟର କରି ଦିଅନ୍ତୁ ।

Image courtesy: Google

ସବୁକିଛି ଏକା ସହିତ କରନ୍ତୁ

ପରସ୍ପରକୁ ଠିକ ଭାବରେ ବୁଝିବା ପାଇଁ ଆପଣ ପରସ୍ପର ସହିତ ସମୟ ବ୍ୟତୀତ କରନ୍ତୁ । ଏକା ସହିତ ମିଶି ସପିଙ୍ଗ ଯାଇ ପାରିବେ, ଘରର କାମ ବି ମିଶିକରି କରି ପାରିବେ । ଯଦି ଏକା ସହିତ ମିଶିକରି ରହିବେ ତେବେ ଝଗଡାର ଚାନ୍ସ ଆସିବ ନାହିଁ ।

ମାନ ସମ୍ମାନ ଓ ସମାନତା

ପ୍ରାୟତଃ ଲୋକମାନଙ୍କ ମଧ୍ୟରେ ଏହି ଭୁଲ ଧାରଣା ଥାଏ କି ବଡଯା ଘରର ବଡ ହୋଇଥାନ୍ତି ତାହା ପରେ ସାନଯାର ନମ୍ବର ଆସିଥାଏ । କିନ୍ତୁ କହିବାକୁ ଗଲେ ବଡଯାର ଯେତିକି ଅଧିକାର ଅଛି ସାନଯାର ବି ସେତିକି ଅଧିକାର ଅଛି । ଏହି କଥା ଦୁଇ ଜଣଙ୍କୁ ବୁଝି ଯିବା ଉଚିତ । ନିଜ ନିଜ ମଧ୍ୟରେ ମିଳିମିଶି ଓ ସମାନ ଅଧିକାର ସହିତ ରହିବା ଉଚିତ ।

Image courtesy: Google

ହୃଦୟର ସହିତ କେୟାରିଙ୍ଗ କରିବା

ଘରେ ଯେତେବେଳେ ମା କିମ୍ବା ଭଉଣୀ ରୋଗରେ ପଡିଥାନ୍ତି ତେବେ ଆମେ ସେବା କରିଥାଉ, କାମରେ ବି ସାହାର୍ଯ୍ୟ କରିଥାଉ । ଏହିଭଳି ଚିନ୍ତାଧାରା ଆପଣ ସାନଯା ବା ବଡଯାଙ୍କ ସହିତ ବି ରଖନ୍ତୁ । ଯଦି ଆପଣ ତାଙ୍କର ନିଜର ଭଉଣୀ ଭାବି କେୟାରିଙ୍ଗ କରିବେ ତେବେ ସାମ୍ନାରେ ଥିବା ବ୍ୟକ୍ତି ବି ଆପଣଙ୍କର କେୟାର କରିବ ।

ପର୍ଶନାଲ ମାମଲାରେ ମୁଣ୍ଡ ଦିଅନ୍ତୁ ନାହିଁ

କହିବାକୁ ଗଲେ ସର୍ବଦା ପରସ୍ପର ସହିତ ରହିବା ଉଚିତ ଓ ସମସ୍ତ କଥା ପରସ୍ପର ସହିତ ଶେୟାର କରିବା ଉଚିତ । କିନ୍ତୁ କିଛି ଜିନିଷ ଅଛି ସେଥିରୁ ଦୂରରେ ରହିବା ଉଚିତ । ଖାସକରି ଅନ୍ୟର ମାମଲାରେ ଆପଣଙ୍କୁ ପଶିବା ଉଚିତ ନୁହେଁ । ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।