ସବୁଦିନ ରାତି 3 ଟାରୁ 5ଟା ଭିତରେ ଏକା ସମୟରେ ଯଦି ଭାଙ୍ଗୁଛି ନିଦ ତ ଭଗବାନ ଦେଇଥାନ୍ତି ଏହି ବିଶେଷ ସଙ୍କେତ

ଯଦି ସବୁଦିନ ଗୋଟେ ସମୟରେ ନିଦ ଭାଙ୍ଗୁଛି ତେବେ ଭଗବାନ ଆପଣଙ୍କୁ କିଛି ସଙ୍କେତ ଦେଇଥାନ୍ତି । ହିନ୍ଦୁ ଧର୍ମରେ ଭଗବାନ ଙ୍କ ତରଫରୁ ମିଳୁଥିବା ସଙ୍କେତ ବିଷୟରେ କୁହାଯାଇଛି । ଆଜି ଆମେ ଆପଣଙ୍କୁ ସେମିତି କିଛି ସଙ୍କେତ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣଙ୍କୁ ଭଗବାନ ଙ୍କ ପକ୍ଷରୁ ସଙ୍କେତ ମିଳିଥାଏ । ତେବେ ଚାଲନ୍ତୁ ଜାଣିବା । ରାତି ୩ ଟାରୁ ୫ଟା ଭିତରେ ଯଦି ଆପଣଙ୍କ ନିଦ ହଠାତ ଭାଙ୍ଗୁଛି ତେବେ ଜଣାନ୍ତୁ ଆପଣଙ୍କ ପାଇଁ କିଛି ଦୁଃଖ ଖବର ଆସିବାକୁ ଯାଉଛି । ଏବଂ ଆପଣଙ୍କୁ ଶାରୀରିକ କଷ୍ଟ ମଧ୍ୟ ମିଳିପାରେ । ଏହା ସହିତ ଆପଣଙ୍କ ଉପରେ କୌଣସି ପ୍ରକାରର ନକାରାତ୍ମକ ଶକ୍ତି ମଧ୍ୟ ରହିପାରେ ।

ଯଦି ପ୍ରତିଦିନ ୯ ଟାରୁ ୧୧ ଟା ଭିତରେ ଆପଣଙ୍କୁ ନିଦ ଆସୁନାହିଁ ତେବେ ଏହା ଦ୍ଵାରା ଆପଣଙ୍କ ଚିନ୍ତା ବଢ଼ିଥାଏ । ଭଗବାନଙ୍କୁ ସ୍ମରଣ କରି ସୁଅନ୍ତୁ । ଏହା ଦ୍ଵାରା ଆପଣଙ୍କ ଜୀବନରେ ଖୁସି ଆସିବ । ଏହି ସମୟରେ ନିଦ ନ ଆସିଲେ ଆପଣଙ୍କୁ ବିଭିନ୍ନ ପ୍ରକାରର ଚିନ୍ତା ଘେରି ଥାଏ ଏବଂ ଆପଣଙ୍କୁ ଏହା ପ୍ରଭାବ ପକାଇଥାଏ ।

ଯଦି ରାତି ୧୧ ଟା ରୁ ୧ଟା ଭିତରେ ହଠାତ ନିଦ ଭାଙ୍ଗୁଛି ତେବେ ଆପଣ ସେହି ସମୟରେ ପବିତ୍ର ମନ୍ତ୍ର ର ଉଚ୍ଚାରଣ କରନ୍ତୁ । କାରଣ ଏହି ସମୟରେ ନିଦ ଭାଙ୍ଗିବା ଶୁଭ ହୋଇନଥାଏ । ଏହା ଦ୍ଵାରା ଭଗବାନ ସଙ୍କେତ ଦେଇଥାନ୍ତି କି ଆପଣଙ୍କ ଜୀବନରେ କୌଣସି ସମସ୍ୟା ଆସିବାକୁ ଯାଉଛି ତେଣୁ ସର୍ତର୍କ ରୁହନ୍ତୁ ।

ଯଦି ରାତି ୧ ଟାରୁ ୩ଟା ଭିତରେ ନିଦ ଭାଙ୍ଗୁଛି ତେବେ ଏହି ମଧ୍ୟରାତ୍ରି ସମୟ ଅଧିକ ଶକ୍ତିଶାଳୀ ହୋଇଥାଏ । ଏହି ସମୟରେ ନିଦ ଭାଙ୍ଗିଲେ ସଙ୍ଗେ ସଙ୍ଗେ ନିଜ ଇଷ୍ଟ ଦେବତାଙ୍କୁ ପାର୍ଥନା କରନ୍ତୁ କାରଣ ଏହି ସମୟରେ ସବୁ ତନ୍ତ୍ର ମନ୍ତ୍ର ସାଧନା ସମ୍ପୂର୍ଣ୍ଣ କରାଯାଇଥାଏ ।

ତେବେ ଆପଣଙ୍କ ର କେବେ ଏହି ସମୟରେ ନିଦ ଭାଙ୍ଗିଛି କି ନାହିଁ ଆମକୁ ନିଶ୍ଚୟ ଜଣାନ୍ତୁ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।