ସକାଳୁ ବାସୀ ମୁହଁରେ ପାଣି ପିଇଲେ ମିଳିଥାଏ ଏତେ ସବୁ ଫାଇଦା, ବଞ୍ଚାଇଥାଏ ଏହି ସବୁ ବଡ ରୋଗରୁ

ସାଧାରଣ ଭାବରେ ଆଗ କାଳର ଲୋକମାନେ ରାତିରେ ଗୋଟିଏ ପାତ୍ରରେ ପାଣି ରଖି ଦେଉଥିଲେ ଓ ସକାଳୁ ଉଠି ଖାଲି ପେଟରେ ଅଧୂଆ ମୁହଁରେ ସେହି ପାଣିକୁ ପିଉଥିଲେ । କହିବାକୁ ଗଲେ ଏହା ପଛରେ ଏକ କାରଣ ଥିଲା । ଏହାର ମୁଖ୍ୟ କାରଣ ହେଉଛି କି ସକାଳ ସମୟରେ ଆର ପେଟରେ ଏସିଡ ଥାଏ ଓ ଆମ ମୁହଁର ଯେଉଁ ଲାଳ ଥାଏ ସେଥିରେ ଆଲକାଲାଇନ ଥାଏ ଏବଂ ଏହି ଲାଳ ସେହି ଏସିଡକୁ ମାରିଦିଏ ।

ଏଥିପାଇଁ ଆମକୁ ଆମର ମୁହଁର ଲାଳକୁ ନଷ୍ଟ କରିବା ଉଚିତ ନୁହେଁ । ବାସୀ ମୁହଁରେ ଉସୁମ ପାଣି ପିଇବା ଉଚିତ ଓ ଏହାକୁ ତଳେ ବସି ପିଇବା ଉଚିତ । ଏହା ଦ୍ଵାରା ଆପଣଙ୍କୁ କେବେ ବି ଆଣ୍ଠୁ ଗଣ୍ଠି ଦର୍ଜ ବି ହେବ ନାହିଁ ।

ଏହି ଲାଳକୁ ଆପଣ ନିଜ ଆଖି ପତା ତଳେ ଲାଗିଲେ ଆପଣଙ୍କର ଆଖି ପତା ତଳେ ଥିବା କଳା ଦାଗ ବି ଭଲ ହୋଇଯିବ ଓ ଚେହେରା ଲଗାଇଲେ ବ୍ରଣ ବି ଭଲ ହୋଇଯାଏ । ଏହା ସହିତ ରିସର୍ଚରେ ଜଣା ପଡିଛି କି ଲାଳରେ ପେନକିଲର ଥାଏ ସେଥିପାଇଁ ପଶୁମାନେ ସବୁବେଳେ ତାଙ୍କ ଶରୀରର କ୍ଷତ ବିକ୍ଷତ ଅଂସକୁ ଚାଟିଥାନ୍ତି ଯାହା ଦ୍ଵାରା ତାଙ୍କ କ୍ଷତ ଭଲ ହୋଇଯାଏ । ଲାଳ ଆମ ହଜମ ଶକ୍ତିକୁ ବଢାଇ ଥାଏ । ସାଧାରଣ ଭାବେ ଆମ ପେଟ ଖରାପ ହେଲେ ଆମକୁ ବିଭିନ୍ନ ରୋଗ ହୋଇଥାଏ ।

ଯେମିତି କି ହାଇବ୍ଲଡ଼ ପ୍ରେସର ହାର୍ଟ ଆଟାକ, କିଡ୍ନି ରୋଗ ଇତ୍ୟାଦି ହୋଇଥାଏ । ଏଥିରୁ ମୁକ୍ତି ପାଇଁ ଆପଣଙ୍କୁ ସବୁ ବେଳେ ସକାଳୁ ଉଠି ଅଳ୍ପ ଉସୁମ ପାଣି ପିଇବା ଉଚିତ । ଆୟୁର୍ବେଦ ଅନୁସାରେ ସକାଳେ ପାଣି ସହ ଗୋଟିଏ ଚାମଚ ଅର୍ଜୁନ ଛେଲି ମିଶାଇ ପିଇଳେ ସବୁ ରୋଗରୁ ମୁକ୍ତି ମିଳିଥାଏ । କ୍ୟାନ୍ସର ଓ ଷ୍ଟୋନ ଭଳି ରୋଗରୁ ବି ମୁକ୍ତି ମିଳିଥାଏ ଏଥିପାଇଁ ଅପାନ ଉସୁମ ପାଣି ପିଅନ୍ତୁ । ବାସୀ ମୁହଁ ପାଣି ପିଇଲେ ଶରୀରର ଚର୍ବି ବି ଦୂର ହୋଇଥାଏ । ପାଣିକୁ ସବୁବେଳେ ଧୀରେ ଧୀରେ ପିଇବା ଉଚିତ ।

ଆପଣଙ୍କୁ କହିଦେଉଛୁ କି ଭୋଜନ କରିବା ଏକ ଘଣ୍ଟା ପାରେ ପାଣି ପିଇବା ଉଚିତ । ଏହି କଥାକୁ ମାନିଲେ ଆପଣ ସୁସ୍ଥ ରହିବା ସଙ୍ଗେ ମୋଟାପାରୁ ରକ୍ଷା ପାଇବେ । ଆପଣଙ୍କ ମୁହଁ ରେ ଯଦି ବ୍ରଣ ହେଉଛି ତେବେ ଆପଣଙ୍କୁ ଔଷଧ ଖାଇବା ଆବଶ୍ୟକ ନାହିଁ । ଏହାର ମୁଖ୍ୟ କାରଣ ଆପଣଙ୍କ ରକ୍ତ ଅପରିଷ୍କାର ହୋଇ ଯାଇଛି । ଯଦି ଆପଣ ଉସୁମ ପାଣି ସବୁବେଳେ ପିଇବେ ତେବେ ଆପଣଙ୍କ ରକ୍ତ ପରିଷ୍କାର ହୋଇଯିବ ଓ ଆପଣଙ୍କର ମୁହଁର ବ୍ରଣ ଠିକ ହୋଇଯିବ ।

ଯଦି ଆପଣଙ୍କୁ ଗଣ୍ଠି ବାତ ସମସ୍ୟା ଅଛି ତେବେ ଆପଣ ପାଣିରେ ହଳଦୀ ଓ ସୁଣ୍ଠି ପାଉଡର ମିଶାଇ ପିଇଲେ ଗଣ୍ଠି ସମସ୍ୟା ଠିକ ହୋଇଯାଏ । ଆପଣ କବ୍ଜକୁ ଠିକ କରିବା ପାଇଁ ଚାହୁଁଛନ୍ତି ତେବେ ବାସୀ ମୁହଁରେ ଉସୁମ ପାଣି ପିଇବା ଉଚିତ । ମୁଣ୍ଡ ବିନ୍ଧିଲେ ମଧ୍ୟ ଔଷଧ ନ ଖାଇ ସକାଳୁ ଉଠି ବାସୀ ମୁହଁରେ ଉସୁମ ପାଣି ପିଇବା ଉଚିତ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।