Chanakya Niti- ଖରାପ ହୁଅ, ତେବେ ଯାଇ ହେବେ ସଫଳ, ଏହା ପଛରେ ରହିଛି ଏହି ବଡ କାରଣ, ଜାଣିଲେ ବଦଳିଯିବ ଜୀବନ

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ବିଶ୍ଵସ୍ଥତା ମନୁଷ୍ୟର ସବୁଠୁ ବଡ଼ ଶ୍ରାପ ଅଟେ । ତେଣୁ ସେ ଅଧିକ ବିଶ୍ଵସ୍ତ ନ ହେବା ପାଇଁ ଉପଦେଶ ଦେଇଛନ୍ତି । କାରଣ ଯେଉଁ ଲୋକ ଯେତେ ବିଶ୍ଵସ୍ତ ସେ ସେତେ ହଇରାଣ ହୋଇଥାଏ । ଆଚାର୍ଯ୍ୟ ଚାଣକ୍ୟ ନିଜେ ଏତେ ଭଲ ମନୁଷ୍ୟ ଥିଲେ, କିନ୍ତୁ ସେ କାହିଁକି ବିଶ୍ଵସ୍ତ ନ ହେବା ପାଇଁ କହୁଛନ୍ତି? ଆସନ୍ତୁ ଜାଣିବା ସେ ଏପରି କଣ ପାଇଁ କହିଛନ୍ତି ।

ଆଚାର୍ଯ୍ୟ ଚାଣକ୍ୟ ଅନେକ ଗୁଡ଼ିଏ ସନ୍ଦର୍ଭ ଦେଇ କହିଛନ୍ତି କି, ଜଙ୍ଗଲରେ ଯେଉଁ ଗଛ ଯେତେ ସିଧା ଥାଏ ତାକୁ ସର୍ବ ପ୍ରଥମେ କାଟି ଦିଆ ଯାଇଥାଏ । କିନ୍ତୁ ଅଙ୍କା ବଙ୍କା ଗଛ ଗୁଡ଼ିକୁ ଲୋକ ଛାଡି ଦିଅନ୍ତି । ଏହାର ଅର୍ଥ ଜୀବନରେ ଭଲରେ ବଞ୍ଚି ରହିବାକୁ ହେଲେ ଟିକେ ତେଢ଼ା ହେବା ଜରୁରୀ ଅଟେ । ନ ହେଲେ ସିଧା ହେଲେ ଲୋକଙ୍କ ଦ୍ଵାରା କଟା ଯିବେ । ‌ ସେ ଆଉ ଏକ ସନ୍ଦର୍ଭ ଦିଅନ୍ତି କି ସାପ ବିଷଧର ନ ହୋଇଥିଲେ ବି ସେ ଫଣା ଟେକିବା ଉଚିତ୍ ।

ଅର୍ଥାତ୍ ସାପ ଦେଖାଇ ହେବା ଉଚିତ୍ କି ହାଁ ମୋ ପାଖେ ବହୁତ ବିଷ ଅଛି । ନ ହେଲେ ବିଷ ନ ଥିବା ସାପ ପରି ରହିଲେ ଲୋକ ମାରିକି ଫୋପାଡି ଦେବେ । କିନ୍ତୁ ବୁଝିବାକୁ ଚେଷ୍ଟା କରନ୍ତୁ କି ଚାଣକ୍ୟ ବିନା ମତଲବ ରେ ତେଢା ହେବାକୁ କହି ନାହାଁନ୍ତି । ସେ କହିଛନ୍ତି କି ଯେଉଁମାନେ ତୁମ ସହ ଖରାପ କରନ୍ତି ଓ ଖରାପ ଚିନ୍ତା ରଖନ୍ତି ସେମାନଙ୍କ ସାମନାରେ କେବେ ସିଧା ସାଧା ହୁଅନ୍ତୁ ନାହିଁ, ନ ହେଲେ ସେମାନେ ତୁମକୁ କାଟି ପକାଇବେ । ଭଲ ଲୋକ ଙ୍କ ସହ ଭଲ ଭାବେ ରୁହନ୍ତୁ କିନ୍ତୁ ତେଢା ଲୋକଙ୍କ ଆଗରେ ଆହୁରି ଅଧିକ ତେଢା ଦେଖାଇ ହୁଅନ୍ତୁ ।

ଚାଣକ୍ୟ କହିଛନ୍ତି କି ଯଦି କେହି ଆପଣଙ୍କ ସହ ତେଢା ହୁଏ ଏବଂ ତା ପରେ ବି ତୁମେ ତା ଆଗରେ ସିଧା ରହିଛ ତେବେ ତୁମେ ମୂର୍ଖ ଅଟ । ମୂର୍ଖ ବନନ୍ତୁ ନାହିଁ । ଯେଉଁଠି ଆପଣଙ୍କ ସିଧାପଣ ର ସମ୍ମାନ ଅଛି ସେଠାରେ ସିଧା ହୁଅନ୍ତୁ । ଆପଣଙ୍କ ଖରାପ ଚିନ୍ତା କରୁଥିବା ଲୋକଙ୍କ ଆଗରେ ସିଧା ରହି ଜାଣିଶୁଣି ନିଜର ମୂର୍ଖତା ପ୍ରକାଶ କରନ୍ତୁ ନାହିଁ ।

ଏପରି କଲେ ତୁମ ପାଇଁ ତୁମର ବିଶ୍ଵସ୍ତତା ହିଁ ସବୁଠୁ ବଡ଼ ଶ୍ରାପ ହେବ । କେବେ ଯଦି ଖରାପ ହେବା ଜରୁରୀ ଅଟେ ତେବେ ସେଠାରେ ଖରାପ ମଧ୍ୟ ବନିବାକୁ ପଛାନ୍ତୁ ନାହିଁ । କଳିଯୁଗରେ ସିଧା ହୋଇ ଗୋଟେ ଗାଲ ରେ ମାଡ଼ ଖାଇ ଅନ୍ୟ ଗାଲ ଦେଖାଇଲେ ଲୋକ ଆହୁରି ୪ ଟା ଥାପଡ଼ ମାରି ପଲେଇବେ । ସେଥିପାଇଁ ଭୁଲ ରେ ମଧ୍ୟ ତେଢା ଲୋକଙ୍କ ପ୍ରତି ସିଧା ହୁଅନ୍ତୁ ନାହିଁ । ଯିଏ ଯେମିତି ତା ପ୍ରତି ସେମିତି ବ୍ୟବହାର କରନ୍ତୁ ।

ଚେଷ୍ଟା କରନ୍ତୁ ପ୍ରଥମେ ନିଜେ ଭୁଲ ନ କରିବା ପାଇଁ । କିନ୍ତୁ କେହି ଭୁଲ କଲେ ତାକୁ ଛାଡ଼ନ୍ତୁ ନାହିଁ । ଯେପରି ସେ ଆଉ କେବେ ତୁମ ସହ ଭୁଲ କରିବାକୁ ଭାବି ମଧ୍ୟ ପାରିବନି । କେହି ତୁମକୁ କଟୁ କଥା ବା ତେଢା ମେଢା କଥା କହିଲେ ପ୍ରଥମରୁ ହିଁ ତାକୁ ବିରୋଧ କରନ୍ତୁ । ତା ହେଲେ ସେ ଆଉ କେବେ ସେପରି କରିବ ନାହିଁ ।

ନ ହେଲେ ତୁମେ କିଛି କରିପାରିବ ନାହିଁ ଭାବି ଲୋକ କିଛି ବି କହିବେ ଓ ସେପରି ବ୍ୟବହାର କରି ଚାଲିଥିବେ । ଆପଣ ବହୁତ ଭଲ ଅଟନ୍ତି କିନ୍ତୁ କେହି ଖରାପ କଲେ ବା କହିଲେ ଆପଣ ବରଦାସ୍ତ କରିବା ଲୋକ ନୁହନ୍ତି । ଏହିପରି ନିଜକୁ ବନାନ୍ତୁ ବୋଲି ଗୁରୁ ଚାଣକ୍ୟ ବୁଝାଇଛନ୍ତି । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।