ରାତି ସମୟରେ ଟ୍ରେନ ର ବେଗ କାହିଁକି ସବୁଠୁ ଅଧିକ ? ଭାରତୀୟ ରେଳ ର ଏହି ରହସ୍ୟ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ

ଟ୍ରେନ ଯାତ୍ରା ସୁବିଧାଜନକ ହେବାସହ କମ୍ ଖର୍ଚ୍ଚ ହେଉଥିବାରୁ ଅଧିକାଂଶ ଲୋକେ ଟ୍ରେନ ଯାତ୍ରା କରିବାକୁ ପସନ୍ଦ କରିଥାନ୍ତି । ହେଲେ ସାଧାରଣତଃ ଦେଖାଯାଏ କି ଦିନ ଅପେକ୍ଷା ରାତିବେଳା ଟ୍ରେନର ବେଗ ଅଧିକ ରହିଥାଏ । ତେବେ ରାତିରେ ଟ୍ରେନ କାହିଁକି ତୀବ୍ର ବେଗରେ ଗତି କରେ କେବେ ଚିନ୍ତା କରିଛନ୍ତି କି ? ଗୋଟିଏ ଟ୍ରେନର ଓଜନ ପ୍ରାୟ 10 ଲକ୍ଷ ଟନ୍ ହୋଇଥାଏ । କେବଳ ରେଳଧାରଣା ଏହି ଓଜନ ସମ୍ଭାଳି ପାରିବ ନାହିଁ, ତେଣୁ ଟ୍ରାକରେ ପଥର ମଧ୍ୟ ରଖାଯାଏ ।

ଆଉ ରାତି ସମୟରେ ଟ୍ରାକ ଖାଲି ହେତୁ ଟ୍ରେନ ଦ୍ରୁତଗତିରେ ଯାଇଥାଏ । ଇଂରେଜମାନେ ଭାରତରେ ଟ୍ରେନ ଚଳାଚଳ ଆରମ୍ଭ କରିଥିଲେ । ବ୍ରିଟିଶ ଶାସନ ବେଳେ ଇଂରେଜମାନେ ଯାତ୍ରା କରିବାକୁ ଅସୁବିଧାର ସମୁଖୀନ ହେଉଥିବା ଯୋଗୁଁ ସେମାନେ ଟ୍ରେନ ଲାଇନ ତିଆରି କରିଥିଲେ । ଭାରତୀୟ ରେଳର ଇତିହାସ ଯେତିକି ପୁରୁଣା ଏହାସହ ଜଡିତ ତଥ୍ୟ ମଧ୍ୟ ସେତିକି ରୋଚକପୂର୍ଣ୍ଣ ।

ଆପଣ ଯଦି କେବେ ରାତିରେ ଟ୍ରେନଯାତ୍ରା କରିଥିବେ ତେବେ ଅନୁଭବ କରିଥିବେ କି ଦିନ ଅପେକ୍ଷା ରାତିରେ ଟ୍ରେନ ଦ୍ରୁତଗୀତରେ ଚାଲିଥାଏ । ତେବେ ଏହା ପଛରେ ଅନେକ କାରଣ ରହିଛି । ରାତି ସମୟରେ ଟ୍ରାକରେ କୌଣସି ମେଣ୍ଟେନାନ୍ସ କାମ ନଥାଏ କି କେହି ସେଠାରେ ଯିବାଆସିବା କରି ନଥାନ୍ତି ।

ଏହି କାରଣରୁ ରାତିରେ ଟ୍ରେନର ବେଗ ଅଧିକ ହୋଇଥାଏ । ଟ୍ରାକରେ ଯଦି କେହି ଜୀବଜନ୍ତୁ କିମ୍ବା ବ୍ୟକ୍ତି ଯିବାଆସିବା କରୁଥାନ୍ତି ତେବେ ପାଇଲଟ ତାଙ୍କୁ ଦୂରରୁ ଚିହ୍ନଟ କରିଥାନ୍ତି । ତେଣୁ ବ୍ରେକ କେତେବେଳେ ମାରିବେ ତାଙ୍କୁ ଦୂରରୁ ଜଣା ପଡିଯାଏ । ଏମିତିରେ ଟ୍ରେନର ସ୍ପିଡ୍ କମ୍ ହୋଇନଥାଏ ତେଣୁ ଟ୍ରେନର ବେଗ ଅଧିକ ବୋଲି ଜଣାପଡେ ।

ଟ୍ରେନର ଟ୍ରାକ ତଳେ ଏକ ପ୍ଳେଟ ରହିଛି ଯାହା କଂକ୍ରିଟରେ ତିଆରି । ଏହାକୁ ସ୍ଳିପର କୁହାଯାଏ । ଏହା ତଳେ ଗୋଟି ଥାଏ ଯାହାକୁ ବାଲାଷ୍ଟ କୁହାଯାଏ ଓ ଏଥିରେ ବିଭିନ୍ନ ପ୍ରକାରର ଦୁଇଟି ସ୍ତରର ମାଟି ଥାଏ । ସବୁଠୁ ତଳେ ନର୍ମାଲ ଭୂମି ଥାଏ ଏବଂ ଏହାର ଟିକେ ଉପରକୁ ଟ୍ରେନ ଟ୍ରାକ ଥାଏ ।

କିନ୍ତୁ ମେଟ୍ରୋ କିମ୍ବା ବୁଲେଟ ଟ୍ରେନ ଟ୍ରାକରେ କୌଣସି ଗୋଡି ନଥାଏ ବରଂ ଏହା ସଂପୂର୍ଣ୍ଣ ରୂପେ କଂକ୍ରିଟ ଥାଏ । ରେଳ ଟ୍ରାକରେ ଥିବା ଚିପ୍ସ ଓ ବୋଲ୍ଡର ପରସ୍ପରକୁ ଜାବୁଡି ଧରିଥାଏ । ଯାହାଫଳରେ ଏହା ଟ୍ରେନର ଓଜନକୁ ସହଜରେ ନିୟନ୍ତ୍ରଣ କରିପାରେ ।

ତେବେ ରାତି ସମୟରେ ଟ୍ରାକ ପ୍ରାୟତଃ ଖାଲି ରହିବା ହେତୁ ଟ୍ରେନ ସ୍ପିଡ୍ ରେ ଯାଇଥାଏ । ଭାରତୀୟ ରେଳବିଭାଗ ଦୁନିଆର ଚତୁର୍ଥ ଏବଂ ଏସିଆର ଦ୍ଵିତୀୟ ସବୁଠାରୁ ବଡ ରେଳ ନେଟୱର୍କ । ଆମ ଦେଶରେ ପ୍ରାୟତଃ 8000 ରେଳ ଷ୍ଟେସନ ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।