ମାର୍କେଟକୁ ଆସିଲା ନୂଆ ଟେକ୍ନୋଲୋଜି ! EMI ନ ଦେଲେ ଗାଡି ନିଜେ ପଳେଇବ ବ୍ଯାଙ୍କ, ବିଶ୍ବାସ ନହେଲେ ବି ଏକଦମ ସତ…

ଆସିଲା ନୂଆ ଟେକ୍ନୋଲୋଜି । ଏଣିକି EMI ନ ଭରିଲେ ଆପଣଙ୍କ କାର୍ ମନକୁ ମନ ବ୍ଯାଙ୍କ ପଳାଇବ । କଥା ଟା ଏକଦମ ଅବିଶ୍ଵସନୀୟ ଲାଗୁଥିଲେ ମଧ୍ୟ ଏକଦମ ସତ । ଅଟୋ ମୋବାଇଲ କମ୍ପାନୀ ଫୋର୍ଡ ବାସ୍ତବରେ କିଛି ଏଭଳି ନୂଆ ଟେକ୍ନୋଲୋଜି ଆଣିଛି । ଏହି ତେଙ୍କୋଲୋଜିର ପେଟେଣ୍ଟ ପାଇଁ କମ୍ପାନୀ 2021 ମସିହାରେ ଆମେରିକାର ଟ୍ରେଡମାର୍କ ଆଣ୍ଡ ପେଟେଣ୍ଟ ଅଫିସରେ ଆବେଦନ କରିଥିଲା ।

ତେବେ ମାତ୍ର କିଛି ସପ୍ତାହ ପୂର୍ବରୁ ଏହାକୁ ପବ୍ଲିକ କରାଯାଇଛି । ଫୋର୍ଡ ର ଏହି ନୂଆ ଟେକ୍ନୋଲୋଜିରେ ସର୍ବ ପ୍ରଥମେ କାର୍ ର ମାଲିକ ବା ଲିଜ୍ ହୋଲ୍ଡରଙ୍କ ପାଖକୁ ଏକ ମେସେଜ ଯିବ । ଏଥିରେ ତାଙ୍କୁ ଜଣାଇ ଦିଆଯିବ କି ସେ କିଛି ମାସ ଧରି କିସ୍ତି ଜମା କରିନାହାନ୍ତି । ଏହାସହ ତାଙ୍କୁ ମେସେଜ ମିଳିଛି ବୋଲି କନଫର୍ମ କରିବା ପାଇଁ ମଧ୍ୟ କାର୍ ମାଲିକଙ୍କୁ କୁହାଯିବ ।

ଯଦି କାର୍ ମାଲିକ ଏହାର କୌଣସି ପ୍ରତିକ୍ରିୟା ଦେବେ ନାହିଁ ତେବେ ଫୋର୍ଡ ର ସିଷ୍ଟମ ଗାଡି ଜବତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଦେବ । ଫୋର୍ଡ ଆପ୍ଲିକେସନ ଅନୁସାରେ ନୂଆ ଟେକ୍ନୋଲୋଜି କାର୍ ର ଏୟାର କଣ୍ଡିସନିଂ ଏବଂ ଇଞ୍ଜିନକୁ ମଧ୍ୟ ବନ୍ଦ କରିଦେବ । ଏହାଦ୍ଵାରା କାର୍ ଲକଆଉଟ ହୋଇଯିବ ଏବଂ ଏହାକୁ କେବଳ ଏମରଜେନ୍ସିରେ ଖୋଲା ଯାଇପାରିବ ।

ଫୋର୍ଡ ର ପେଟେଣ୍ଟ ଆପ୍ଲିକେସନ ଅନୁସାରେ କାର୍ କ୍ୟାମେରା ଦ୍ଵାରା ଏହା ଜାଣି ହେବ କି କୌଣସି ମେଡିକାଲ ଏମରଜେନ୍ସି ରହିଛି କି ନାହିଁ । ଏହାପରେ ହିଁ କାର୍ ଆପେ ଆପେ ଲକ୍ ହୋଇଯିବ । ଯଦି କମ୍ପ୍ୟୁଟରାଇଜଡ ରେପୋ ସିଷ୍ଟମ ଜଣାଥାଏ କି କାର୍ ର ବର୍ତ୍ତମାନ ମାର୍କେଟ ଭାଲ୍ଯୁ ବହୁତ କମ୍ ତେବେ ଏହି କାର୍ କୁ ସିଧା କବାଡିବାଲା ପାଖକୁ ନିଆ ଯାଇହେବ ।

କମ୍ପାନୀର କହିବା ଅନୁସାରେ ଏହି ଟେକ୍ନୋଲୋଜି ଫଳରେ ରିକଭରି ଏଜେଣ୍ଟଙ୍କର ଆଉ ଆବଶ୍ୟକତା ପଡିବନି । ଏହା ବ୍ଯତୀତ କମ୍ପାନୀ ଅଟୋମେଟିକ କାର୍ କୁ ଏମିତି ଲୋକେସନକୁ ଡ୍ରାଇଭ କରି ନେବା କାମ କରିବ ଯେଉଁଠି ଏହାକୁ ଜବତ କରା ଯାଇପାରିବ ।

ଫୋର୍ଡ ର ପେଟେଣ୍ଟ ଆପ୍ଲିକେସନ ଅନୁସାରେ ଯଦି ଜବତ ପ୍ରକ୍ରିୟାରେ କାର୍ ମାଲିକ କୌଣସି ପ୍ରକାର ଅସୁବିଧା ସୃଷ୍ଟି କରନ୍ତି ତେବେ କାର୍ କ୍ୟାମେରାରେ ସବୁ ରେକର୍ଡ ହେବାସହ ଏହା ସିଧା ସଳଖ ପୋଲିସ ପାଖକୁ ମଧ୍ୟ ପଠାଇ ଦେବ । ତେବେ ଏଭଳି ଟେକ୍ନୋଲୋଜି କାର୍ଯ୍ୟକାରୀ ହେଲେ କମ୍ପାନୀ EMI ଭରୁ ନଥିବା ଗ୍ରାହକଙ୍କୁ ସାବାଡ କରି ପାରିବ ।

ଏହାସହ କମ୍ପାନୀକୁ ଯେଉଁ କ୍ଷତି ସହ୍ୟ କରିବାକୁ ପଡୁଥିଲା ସେଥିରେ ମଧ୍ୟ ଅନେକ ପରିମାଣରେ ହ୍ରାସ ଘଟିବ । ଗ୍ରାହକ ମଧ୍ୟ ଏଭଳି ଗାଡି EMI ନ ଦେବା ପୂର୍ବରୁ ଶହେ ଥର ଚିନ୍ତା କରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।