70 ବର୍ଷରେ କରିଥିଲେ ଚତୁର୍ଥ ବିବାହ, କାହିଁକି ସଫଳ ହୋଇ ପାରୁ ନଥିଲା ତାଙ୍କ ବୈବାହିକ ଜୀବନ ? (Kabir Bedi Biography)

ନିଜ ଫିଲ୍ମ ଜୀବନ ସହ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ବେଶ ଚର୍ଚ୍ଚାରେ ରୁହନ୍ତି ଅଭିନେତା କବୀର ବେଦି । ଫୁଲ ଭରି ମାଙ୍ଗ, ମେ ହୁଁ ନା, କାଇଟ, କଚେ ଧାଗେ, ତାଜମହଲ ଓ ବ୍ଲୁ ଭଳି ଅନେକ ଚଳଚ୍ଚିତ୍ରରେ ଆଖିଦୃଷ୍ଟିଆ କାମ କରିଥିବା କବୀର ବେଦି 1971 ମସିହା ଠାରୁ ଏବେ ଯାଏଁ ପ୍ରାୟ 60ରୁ ଉର୍ଦ୍ଧ୍ଵ ଚଳଚ୍ଚିତ୍ରରେ ନିଜ ଅଭିନୟର ଜାଦୁ ଦେଖାଇଛନ୍ତି । ଆଜି ସେ ହିନ୍ଦୀ ଚଳଚ୍ଚିତ୍ର ଜଗତର ଜଣେ ଭେଟେରାନ ଅଭିନେତା ।

ତାଙ୍କ ଆକାଉଣ୍ଟରେ ଏକାଧିକ ହିଟ୍ ଫିଲ୍ମ ରହିଥିବା ବେଳେ ତାଙ୍କ କଣ୍ଠ ସ୍ଵର ଏବଂ ଉତ୍କୃଷ୍ଟ ବ୍ୟକ୍ତିତ୍ବ ପାଇଁ ସେ ଖୁବ ଲୋକପ୍ରିୟ । ତେବେ ଫିଲ୍ମ କ୍ଯାରିୟର ବ୍ଯତୀତ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଖୁବ ଚର୍ଚ୍ଚା ହୁଏ । କାରଣ କବୀର ବେଦିଙ୍କ ତିନି ତିନୋଟି ବିବାହ ଭାଙ୍ଗିବା ପରେ ସେ 70 ବର୍ଷ ବୟସରେ ତାଙ୍କ ଠାରୁ 30 ବର୍ଷ ସାନ ଗାର୍ଲଫ୍ରେଣ୍ଡ ସହ ବିବାହ କରିଛନ୍ତି । ପ୍ରେମ କେବେ ବୟସ କିମ୍ବା ଧର୍ମ ଦେଖେନି ଏହାର ଅନେକ ଉଦାହରଣ ଆପଣ ଦେଖିଥିବେ ।

ତେବେ ଏକ ନାଟକରୁ ସେମାନଙ୍କ ବନ୍ଧୁତା ଗଢି ଉଠିଥିଲା ଓ ପରେ ଏହା ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା । ଶେଷରେ ସେମାନେ ବଯସର ସବୁ ପ୍ରତିବନ୍ଧକକୁ ଅଣଦେଖା କରି ବିବାହ କରି ନେଇଥିଲେ । କବୀର ବେଦି ଚାରୋଟି ବିବାହ କରିଥିବା ବେଳେ ତାଙ୍କ ଚତୁର୍ଥ ପତ୍ନୀ ପରବୀନ ଦୁସାଞ୍ଜ ତାଙ୍କ ଠାରୁ 30 ବର୍ଷ ସାନ ।

କବୀର 2016ରେ ତାଙ୍କ 70 ଜନ୍ମଦିନରେ ପରବୀନଙ୍କୁ ବିବାହ କରିଥିଲେ । ପରବୀନ ଜଣେ ଅଭିନେତ୍ରୀ, ମଡେଲ ଏବଂ ଟିଭି ନିର୍ମାତା । ବିବାହ ପୂର୍ବରୁ ପରବୀନ ଅନେକ ବର୍ଷ ଧରି କବୀରଙ୍କ ସହ ଲିଭ-ଇନ ସମ୍ପର୍କରେ ଥିଲେ । ସେମାନେ ପରସ୍ପରକୁ 10 ବର୍ଷ ଧରି ଡେଟ୍ କରିବା ପରେ ବିବାହ କରିଥିଲେ । ଲଣ୍ଡନରେ ଏକ ନାଟକ ସମୟରେ କବୀର ପ୍ରଥମ ଥର ପାଇଁ ପରବୀନଙ୍କୁ ଭେଟିଥିଲେ ।

କବୀର ପ୍ରଥମେ ନୃତ୍ୟଶିଳ୍ପୀ ପ୍ରତିମା ବେଦିଙ୍କୁ 1969 ମସିହାରେ ବିବାହ କରିଥିଲେ । ତାଙ୍କ ଠାରୁ ପୂଜା ବେଦି ଓ ସିଦ୍ଧାର୍ଥ ବେଦି ଦୁଇ ସନ୍ତାନ ଜନ୍ମ ହୋଇଥିଲେ । ହେଲେ କୁହାଯାଏ କି ପ୍ରସିଦ୍ଧ ଅଭିନେତ୍ରୀ ପରବୀନ ବାବିଙ୍କ ଯୋଗୁଁ ସେମାନେ ଅଲଗା ହୋଇ ଯାଇଥିଲେ । ପୁଅ ସିଦ୍ଧାର୍ଥ ଆତ୍ମହତ୍ୟା କରିବା ପରେ ପ୍ରତିମା ମଧ୍ୟ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ।

ଅନ୍ୟପଟେ ପରବୀନଙ୍କ ସହ ମଧ୍ୟ ତାଙ୍କ ସମ୍ପର୍କ ସଫଳ ହୋଇପାରିଲା ନାହିଁ । ଏହାପରେ ବ୍ରିଟିଶ ଫ୍ୟାଶନ ଡିଜାଇନର ସୁଜାନ ହାମ୍ପ୍ରେଜଙ୍କୁ ପ୍ରେମ ବିବାହ କରିଥିଲେ କବୀର । ସେମାନଙ୍କର ମଧ୍ୟ ଗୋଟିଏ ପୁଅ ଥିବା ବେଳେ ସୁଜାନଙ୍କ ଠାରୁ ମଧ୍ୟ କବୀର ଅଲଗା ହୋଇ ଯାଇଥିଲେ । ଏହାପରେ 1990 ଦଶକରେ କବୀର ପୁଣି ଥରେ ଟିଭି ଏବଂ ରେଡିଓ ଉପସ୍ଥାପିକା ନିକି ବେଦିଙ୍କୁ ବିବାହ କରିଥିଲେ ।

ଏହି ବିବାହରୁ ତାଙ୍କର କୌଣସି ସନ୍ତାନ ନଥିବା ବେଳେ 15 ବର୍ଷ ପରେ ଏହି ବିବାହ ମଧ୍ୟ ଭାଙ୍ଗି ଯାଇଥିଲା । ଏହାପରେ କବୀର ତାଙ୍କ 70ତମ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ଚତୁର୍ଥ ପତ୍ନୀ ପରବୀନ ଦୁସାଞ୍ଜଙ୍କୁ ବିବାହ କରିଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।