ରଥ ଦଉଡିର ସ୍ପର୍ଶରେ କ୍ଷୟ ହୋଇଥାଏ ଜନ୍ମ ଜନ୍ମାନ୍ତରର ପାପ, ରଥ ଦଉଡି କେଉଁଠାରୁ ଓ କିପରି ଆସିଥାଏ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପୂର୍ବକାଳର ମାନ୍ୟତା ଅନୁଯାଇ ଜନ୍ମ ଜନ୍ମାନ୍ତରର ପାପ ହରଣ କରିଥାଏ ପବିତ୍ର ରଥ ଦଉଡି ! ଆଜି ହେଉଛି ଓଡିଶାର ସବୁଠାରୁ ବଡ ତଥା ବିଶ୍ଵପ୍ରସିଦ୍ଧ ରଥଯାତ୍ରା ! ପୁରୀ ଶ୍ରୀକ୍ଷେତ୍ର ଠାରେ ବଡ ଆଡମ୍ବର ସହକାରେ ରଥଯାତ୍ରା ଅନୁଷ୍ଠିତ କରାଯାଇଥାଏ । ଖାଲି ପୁରୀ କାହିଁକି ଓଡିଶାର କୋଣ ଅନୁକୋଣରେ ଅନେକ ଜଗନ୍ନାଥ ମନ୍ଦିର ମାନଙ୍କରେ ମଧ୍ୟ ଆଜି ରଥଯାତ୍ରା ପର୍ବ ପାଳିତ ହୋଇଥାଏ ।

ମହାପ୍ରଭୁ ଜଗନ୍ନାଥଙ୍କ ସମେତ ବଳଭଦ୍ର ଓ ତାଙ୍କ ଭଉଣୀ ଦେବୀ ସୁଭଦ୍ରା ମଧ୍ୟ ରଥରେ ବସି ନିଜ ମାଉସୀ ମା’ ଙ୍କ ମନ୍ଦିରକୁ ଯାଇଥାନ୍ତି । ତେବେ ରଥରେ ବଡ ମନ୍ଦିରରୁ ମାଉସୀ ମା’ ଙ୍କ ମନ୍ଦିର ଯିବା ପାଇଁ ଦଉଡିର ଆବଶ୍ୟକତା ପଡିଥାଏ । କାରଣ ଦଉଡି ଦ୍ଵାରା ହିଁ ରଥକୁ ଟାଣି ଟାଣି ଭକ୍ତ ନିଜ ଭଗବାନଙ୍କ ତାଙ୍କ ମାଉସୀ ମା’ ଙ୍କ ମନ୍ଦିରରେ ପହଞ୍ଚାଇ ଦେଇଥାନ୍ତି । ଆଉ ସେହି ରଥର ଦଉଡିକୁ ଛୁଇଁ ଅନେକ ଭକ୍ତ ନିଜର କୋଟି କୋଟି ପାପକୁ କ୍ଷୟ କରିଥାନ୍ତି ।

ତେବେ ଆପଣ କଣ ଜାଣିଛନ୍ତି ଏହି ପୁରୀ ମନ୍ଦିରର ରଥର ଦଉଡି କେଉଁଠାରୁ ଓ କିପରି ଆସିଥାଏ ? ୮ ଇଞ୍ଚ ଗୋଳେଇ ବିଶିଷ୍ଠ ୨୨୦ ଫୁଟ୍ ଲମ୍ବର ୧୨ ଟି ଦଉଡି ୩ ରଥ ପାଇଁ ଦରକାର ପଡିଥାଏ । ସେହିଭକ୍ଲି ୨୨୦ ଫୁଟ୍ ର ରଥର ଦଉଡି ଜରୁରୀ ଅବଶ୍ୟକତା ପାଇଁ ରଖା ଯାଇଥାଏ । ମନ୍ଦିର ପ୍ରଶାସନ ତରଫରୁ ଲକ୍ଷାଧିକ ଟଙ୍କା ଖର୍ଚ କରାଯାଇ ରଥର ଦଉଡି କିଣା ଯାଇଥାଏ । ଶଙ୍ଖଚୂଡ ଦଉଡିରେ ପ୍ରଭୁ ଜଗନ୍ନାଥଙ୍କର ରଥ ଟଣା ଯାଇଥାଏ ।

ବାସୁକୀ ନାମର ଦଉଡିର ପ୍ରଭୁ ବଳଭଦ୍ରଙ୍କ ରଥ ଟଣା ଯାଇଥାଏ । ସ୍ଵର୍ଣ୍ଣଚୂଡ ନାମକ ଦଉଡିରେ ଦେବୀ ସୁଭଦ୍ରାଙ୍କ ରଥ ଟଣା ଯାଇଥାଏ । ଗତ କିଛି ବର୍ଷ ଧରି ପ୍ରତି ବର୍ଷ ରଥଯାତ୍ରାରେ କେରଳର କୋଏଲ ନିଗମରୁ ପୁରୀ ମନ୍ଦିରର ରଥଯାତ୍ରା ପାଇଁ ରଥର ଦଉଡି ଆସିଥାଏ । ପୂର୍ବରୁ କିନ୍ତୁ କଲିକତାରୁ ଏହି ରଥର ଦଉଡି ଅଣା ଯାଉଥିଲା ।

ତେବେ ମାନ୍ୟତା ଅଛି ଯେ, ଏହି ରଥର ଦଉଡିକୁ ସ୍ପର୍ଶ କରିବା ଦ୍ଵାରା ବ୍ୟକ୍ତିର ଜନ୍ମ ଜନ୍ମର ପାପ ମହାପ୍ରଭୁ ଧୋଇ କ୍ଷମା କରିଦେଇଥାନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ