ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ୧୮୪୧ ମସିହାରେ ରଥ ତଳେ ଚାଲିଯାଇଥିଲା ୭ ଜୀବନ ! ତେବେ ବନ୍ଧୁଗଣ ଆଜି ହେଉଛି ବିଶ୍ଵପ୍ରସିଦ୍ଧ ପବିତ୍ର ରଥଯାତ୍ରା । ପୁରୀ ଶ୍ରୀକ୍ଷେତ୍ରଠାରେ ହଜାର ହଜାର ଭକ୍ତଙ୍କର ସମାଗମରେ ପୁରୀ ଦାନ୍ଡ ଉଛୁଳି ଉଠୁଛି । କାଇଁ କେତେ ଦୂରରୁ ମହାପ୍ରଭୁଙ୍କର ଦର୍ଶନ ପାଇଁ ଶ୍ରଦ୍ଧାଳୁ ମାନଙ୍କର ଭିଡ ଦେଖିବାକୁ ମିଳିଛି । ରଥ ଟାଣନ୍ତୁ ଅବା ନଟାଣନ୍ତୁ, ହେଲେ ଭଗବାନଙ୍କର ରଥର ଦଉଡିକୁ ଟିକେ ଛୁଇଁବା ପାଇଁ ଭକ୍ତ ମାନଙ୍କ ମଧ୍ୟରେ ଥିବା ଖୁସି ଓ ଭକ୍ତିଭାବନା କହିଲେ ନସରେ ।
ହେଲେ ଏତେ ସବୁ ଧାର୍ମିକ ପରିବେଶ ମଧ୍ୟରେ ଇତିହାସର ଗୋଟିଏ ପୁରୁଣା କଥା ମନେ ପଡି ଯାଉଛି । ସେଦିନ ବି ଥିଲା ଏହିପରି ରଥଯାତ୍ରା । କାହିଁ କେତେ ଦୂରରୁ ଭକ୍ତ ନିଜର ଭଗବାନଙ୍କର ରଥଯାତ୍ରା ଦେଖିବାକୁ ଆସିଥିଲେ । ହେଲେ ରଥଯାତ୍ରାର ଭିଡର ସମାଗମ ଏତେ ମାତ୍ରାରେ ଅଧିକ ଥିଲା । ଯେ ତାହାକୁ ସାଧାରଣରେ ନିୟନ୍ତ୍ରଣ କରିବା ପୋଲିସ ପକ୍ଷଙ୍କ ନିକଟରେ କଷ୍ଟସାଧ୍ୟ ହୋଇଯାଇଥିଲା । ତାପରେ ଚାହୁଁ ଚାହୁଁ ରଥର ଚକା ତଳେ ଚାପି ହୋଇଯାଇଥିଲା ୬ ଜଣଙ୍କର ଜୀବନ ।
କାରଣ ୧୨ ଜଣ ଭକ୍ତ ରଥର ଦଉଡିରେ ଛନ୍ଦି ହୋଇଯାଇଥିଲେ । ସେଥିମଧ୍ୟରୁ ୬ ଜଣଙ୍କର ରଥ ଚକା ତଳେ ଜୀବନ କଚାଲି ଯାଇଥିଲା । ତେବେ ଆଉ ଜଣେ ଭକ୍ତ ନିଜସ୍ୱ ଉଦ୍ୟମରେ ନିଜକୁ ରଥର ଚକା ତଳେ ମହାପ୍ରଭୁଙ୍କ ନିକଟରେ ସମର୍ପଣ କରିଦେଇଥିଲା । ତାହାପରେ ସେହି ଭକ୍ତଟିର ମଧ୍ୟ ଜୀବନ ଚାଲି ଯାଇଥିଲା । ତେଣୁ ୧୮୪୧ ମସିହାରେ ଅକାଳରେ ୭ ଜଣଙ୍କର ଜୀବନ ଚାଲି ଯାଇଥିଲା । ତେବେ ଏହି ଘଟଣାକୁ ନେଇ ସେ କାଳରେ ବେଶ ଚର୍ଚା ଧରିଥିଲା ।
ଖାଲି ଓଡିଶା କି ଭାରତ ନୁହେଁ । ବଂର ଲଣ୍ଡନ ବାସୀଙ୍କ ମଧ୍ୟରେ ଏହି କଥାକୁ ନେଇ ଆଲୋଡନ ସୃଷ୍ଟି କରିଥିଲା । ଇତିହାସ ପୃଷ୍ଠାର ଏହି ଘଟଣାକୁ ଆଜି ପର୍ଯ୍ୟନ୍ତ ମଧ୍ୟ ଅନେକ ଭୁଲି ପାରିନାହାନ୍ତି । ବିଶେଷ କରି ରଥଯାତ୍ରା ଆସିଲା ମାତ୍ରେ ସାଧାରଣରେ ଏହି କଥା ମନକୁ ଆପେ ଆପେ ଚାଲି ଆସିଥାଏ। ତେବେ ତାହାରି ମଧ୍ୟରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କର ମହାପ୍ରଭୁଙ୍କ ଉପରୁ ଆସ୍ଥା ତୁଟିନାହିଁ ।
ଆଜି ପର୍ଯ୍ୟନ୍ତ ମଧ୍ୟ ରଥଯାତ୍ରା ଆସିଲେ । ପୁରୀ ବଡଦାନ୍ଡ ହଜାର ଝଜର ଭକ୍ତଙ୍କ ସମାଗମରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ତେବେ ଏହିଭଳି ଖବର ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ