3 ନୁହେଁ 6 ଟି ରଥରେ ହେଉଥିଲା ରଥଯାତ୍ରା, ରଥଯାତ୍ରା ସମ୍ବନ୍ଧିତ କିଛି ଅଜଣା କଥା, ଯାହା ଆପଣ ଆଗରୁ କେବେ ଶୁଣି ନଥିବେ

ନମସ୍କାର ବନ୍ଧୁଗଣ । ସୂଚନା  ମୁତାବକ 3 ନୁହେଁ 6 ଟି ରଥରେ ହେଉଥିଲା ରଥଯାତ୍ରା । ମାତ୍ର ଅସୁବିଧା ସୃଷ୍ଟି କରିଥିଲା ମାଳିନୀ ନଦୀ ଓ ଭାନୁଦେବ ରାଜା ଆରମ୍ଭ କଲେ ନୂଆ ପରମ୍ପରା । ପରେ ତିନି ରଥରେ ନିଜେ ହେଲେ ଶ୍ରୀଜିଉ । ଆଜି ହେଉଛି ମହାପବିତ୍ର ରଥଯାତ୍ରା ପୁରୀଧାମରେ ହଜାର ହଜାର ଲୋକଙ୍କ ଜନଗୋହଳି ଦେଖିବାକୁ ମିଳୁଛି । ରଥଯାତ୍ରାରେ ମହାପ୍ରଭୁଙ୍କୁ ଦର୍ଶନକରି ମୋକ୍ଷ ଅନୁଭବ କରୁଛନ୍ତି ଭକ୍ତବୃନ୍ଦ ।

ତେବେ ରଥଯାତ୍ରାରେ ତିନି ଭଗବାନଙ୍କ ନିମନ୍ତେ ତିଆରି ହୋଇଛି ତିନି ରଥ । ତେବେ ସୂଚନା ଅନୁସାରେ ଆଗରୁ ତିନି ରଥ ବଦଳରେ ଛଅ ରଥ ତିଆରି ହେଉଥିଲା । ରାଜା ଇନ୍ଦ୍ରଦ୍ୟୁନ କାଳରେ 6ଟି ରଥ ନିର୍ମାଣ ହୋଇ ରଥଯାତ୍ରା ପର୍ବପାଳନ କରାଯାଉଥିଲା । ରାଜା  ଇନ୍ଦ୍ରଦ୍ୟୁନ ବାଙ୍କିରୁ ବାରୁଦ ଆଣି ରଥ ତିଆରି କରୁଥିଲେ ।

ଗୁଣ୍ଡିଚା ମନ୍ଦିରରେ ତିନୋଟି ମୂର୍ତ୍ତି ନିର୍ମାଣ କରାଉଥିଲେ ଓ  ବ୍ରହ୍ମାଙ୍କ ନିର୍ଦେଶରେ ଶ୍ରୀମନ୍ଦିର  ନିର୍ମାଣ କରି ତିନିଠାକୁରଙ୍କୁ ସିଂହାସନରେ ବସାଇ ପୂଜାଆରାଧନା ଆରମ୍ଭ କରିଥିଲେ । ପୁରୀ ନଦୀକୁ ତିନୋଟି ଛୋଟ ଛୋଟ ନଦୀ ମିଳିତ ରହିଥିଲେ ତହି ମଧ୍ୟରୁ ମାଳିନୀ ନଦୀ ବାଙ୍କୁ ମୁହାଣଠାରେ ସମୁଦ୍ରରେ ମିଶିଥିଲା । ମାଳିନୀ ନଦୀ ବଡଦାଣ୍ଡକୁ ଦୁଇ ଭାଗରେ ବିଭକ୍ତ କରୁଥିଲା । ଫଳରେ ଗୁଣ୍ଡିଚା ମନ୍ଦିର ସହ ଶ୍ରୀମନ୍ଦିରର ସିଧା ସଂଯୋଗ ହୋଇପାରୁନଥିଲା ।

ତେଣୁ ଇନ୍ଦ୍ରଦ୍ୟୁନ ତିନୋଟି ରଥକୁ ମାଳିନୀ ନଦୀ ପାଖକୁ ନେଇ ବଡ ଡଙ୍ଗାରେ ଏହାକାଉ ଆରପାର ଶ୍ରୀମନ୍ଦିର ପାଶ୍ଵକୁ ନେଉଥିଲେ ଓ ଆଉ ତିନୋଟି ରଥକୁ ନଦୀକୁଳ ବାଟେ ନେଇ ଶ୍ରୀମନ୍ଦିରରେ ପ୍ରତିଷ୍ଟା କରୁଥିଲେ । ଏଭଳି ଛଅଟି ରଥ ଯିବା ବହୁତ କଷ୍ଟକର ହେଉଥିଲେ ତେଵେ ଏସବୁକୁ ଦେଖି ମହାରାଣୀ ଶ୍ରଦ୍ଧାଦେଵିଙ୍କ ମନରେ ଏକ ଚିନ୍ତାଧାରା ଆସିଲା ଓ ସେ ମାଳିନୀ ନଦୀକୁ ପୋତିଦେବାର ଆଲୋଚନା ଦେଇଥିଲେ ।

ମହାପ୍ରଭୁଙ୍କ ଦୟା ହେତୁ ସେହିବର୍ଷ ରଥଯାତ୍ରା ହେବା ପୂବାରୁ ମାଳିନୀ ନଦୀ ପୋତା କାର୍ଯ୍ୟ ଶେଷ ହୋଇଯାଇଥିଲା । ଫଳରେ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଯାଏ ଗୋଟାଏ ବଡଦାଣ୍ଡ ହୋଇଯାଇଥିଲା । ତେଣୁ ଛଅ ରଥ ବଦଳରେ ତିନୋଟି ରଥରେ ଠାକୁରଙ୍କ ରଥଯାତ୍ରା ହୋଇଥାଏ । ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।