ମାତ୍ର 4 ବର୍ଷ ବୟସରେ ଅଭିନୟ ଆରମ୍ଭ କରିଥିଲେ ଏହି ଲୋକପ୍ରିୟ Actor, ଆଉ ଆଜି ସେ South ସିନେମାର ନାମୀ Superstar

ଭାରତୀୟ ସିନେମାର ଅନେକ ତାରକା ବହୁତ କମ୍ ବଯସରୁ ଅଭିନୟରେ ନିଜ କ୍ଯାରିୟର ଆରମ୍ଭ କରି ଦେଇଥିଲେ । ସେମାନଙ୍କ ମଧ୍ୟରୁ ଅନ୍ଯତମ ହେଉଛନ୍ତି ସାଉଥ ସୁପରଷ୍ଟାର ମହେଶ ବାବୁ । ତାଙ୍କୁ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଚକଲେଟ ବୟ ମଧ୍ୟ କୁହାଯାଏ । ଆଜି ୪୭ ବର୍ଷରେ ପଦାର୍ପଣ କରି ସାରିଥିଲେ ମଧ୍ୟ ମହେଶ ବାବୁଙ୍କ ଚକୋଲେଟ ଇମେଜ ଏବେବି ବଜାୟ ରହିଛି । ଆଜି ବି ମହେଶ ବାବୁଙ୍କ ଫିମେଲ ଫ୍ୟାନ ଫଲୋଇଂ ତିଳେ ମାତ୍ର କମ୍ ହୋଇନାହିଁ ।

ମାତ୍ର ୪ ବର୍ଷ ବୟସରୁ ସିନେମାରେ ପାଦ ଦେଇଥିବା ଏହି ଅଭିନେତାଙ୍କ ଲୋକପ୍ରିୟତା ଅନ୍ଯତମ ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଠାରୁ ମଧ୍ୟ କିଛି କମ୍ ନୁହେଁ । ମହେଶ ବାବୁ ସାଉଥର ପ୍ରାସ ସମସ୍ତ ବଡ ବଡ ଅଭିନେତ୍ରୀଙ୍କ ସହ କାମ କରିଛନ୍ତି । ମହେଶ ବାବୁଙ୍କ ଚକୋଲେଟ ଇମେଜ ଯୋଗୁଁ ଭାରତରେ ତାଙ୍କର ପୁରୁଷଙ୍କ ଠାରୁ ଅଧିକ ମହିଳା ପ୍ରଶଂସକ ଅଛନ୍ତି । ଅସଲ ଜୀବନରେ ମହେଶ ବାବୁ ଅତି ଶାନ୍ତ ଓ ସରଳ ବ୍ୟକ୍ତିତ୍ବର ଅଟନ୍ତି ।

ସେ ରଜନୀକାନ୍ତଙ୍କ କିଛି ଫିଲ୍ମରେ ଶିଶୁ କଳାକାର ଭାବେ ଅଭିନୟ କରିଥିବା ବେଳେ ଏବେ ରଜନୀକାନ୍ତଙ୍କୁ ବି ଟକ୍କର ଦେଉଛନ୍ତି । ମହେଶ ବାବୁଙ୍କ ଜନ୍ମ ୯ ଅଗଷ୍ଟ ୧୯୭୫ରେ ଛେନାଇରେ ହୋଇଥିଲା । ତାଙ୍କର ପୁରା ନାମ ହେଉଛି ମହେଶ ଘଟ୍ଟାମନେନୀ । ତେଲୁଗୁ ଅଭିନେତା କ୍ରୀଷ୍ଣା ତାଙ୍କ ପିତା ଅଟନ୍ତି ଓ ମା’ଙ୍କ ନାମ ଇନ୍ଦ୍ରାଦେବୀ । ଫିଲ୍ମି ବ୍ୟାକଗ୍ରାଉଣ୍ଡ ହୋଇଥିବା କାରଣରୁ ମାତ୍ର ୪ ବର୍ଷ ବୟସରେ ଫିଲ୍ମ ନୀଦାରେ ତାଙ୍କୁ କାମ କରିବାକୁ ସୁଯୋଗ ମିଳିଥିଲା ।

ଶିଶୁ କଳାକାର ଭାବେ ଦର୍ଶକେ ତାଙ୍କୁ ବେଶ ପସନ୍ଦ କରିଥିଲେ । ଏହାପରେ ଶଙ୍ଖାରବମ, ବାଜାର ରାଉଡି, ମୁଗୁରୁ କୋଡୁକୁଲୁ ପ ଗଦାଚାରୀ ଭଳି ଫିଲ୍ମରେ ସେ କାମ କରିଥିଲେ । ୧୦ ବର୍ଷ ବୟସରେ ଏକ ଫିଲ୍ମରେ ସେ ଡବଲ ରୋଲ ମଧ୍ୟ କରିଥିଲେ । କିନ୍ତୁ ଏହାପରେ ନିଜ ପାଠପଢା ସଂପୂର୍ଣ୍ଣ କରିବା ପାଇଁ ସେ ୯ ବର୍ଷ ପର୍ଯ୍ୟନ୍ତ ଫିଲ୍ମ ଦୁନିଆରୁ ଦୂରେଇ ରହିଥିଲେ । ବର୍ତ୍ତମାନ ମହେଶ ବାବୁ ଭାରତୀୟ ସିନେମାରେ ସବୁଠୁ ଅଧିକ ଫିସ୍ ନେଉଥିବା ଟପ୍-୧୦ ଆକ୍ଟରଙ୍କ ମଧ୍ୟରେ ସାମିଲ ଅଛନ୍ତି ।

ଗୋଟିଏ ଫିଲ୍ମ ପାଇଁ ସେ ପ୍ରାୟ ୧୮ରୁ ୨୦ କୋଟି ଟଙ୍କା ଚାର୍ଜ କରନ୍ତି । ୧୯୯୩ରେ ଫେମିନା ମିସ ଇଣ୍ଡିଆ ବିଜୟିନୀ ଅଭିନେତ୍ରୀ ନମ୍ରତା ଶିରୋଡକରଙ୍କୁ ବିବାହ କରିଛନ୍ତି ମହେଶ ବାବୁ । ସେମାନଙ୍କର ଦୁଇ ସନ୍ତାନ ଗୌତମ ଏବଂ ସିତାରା ଅଛନ୍ତି । ନମ୍ରତା ମଧ୍ୟ ବଡ ପରଦାରେ ସଞ୍ଜୟ ଦତ୍ତ ଓ ସଲମାନ ଖାନଙ୍କ ପରି ବଡ ତାରକାଙ୍କ ସହ ରୋମାନ୍ସ କରିଛନ୍ତି । କିନ୍ତୁ ବିବାହ ପରେ ସେ ଫିଲ୍ମ ଦୁନିଆରୁ ଦୂରେଇ ଯାଇଥିଲେ ।

୪୭ ବର୍ଷୀୟ ମହେଶ ବାବୁ କିନ୍ତୁ ବର୍ତ୍ତମାନ ସୁଦ୍ଧା ୧୦୦ରୁ ଅଧିକ ଫିଲ୍ମରେ କାମ କରି ସାରିଛନ୍ତି । ତାଙ୍କର ଏକ ହୋମ ପ୍ରଡ଼କ୍ସନ କମ୍ପାନୀ ମଧ୍ୟ ଅଛି , ଯାହାର ନାମ ମହେଶ ବାବୁ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ ଲିମିଟେଡ । ହୋମ ପ୍ରଡ଼କ୍ସନର ଅଧିକାଂଶ ଫିଲ୍ମରେ ମହେଶ ବାବୁ ନିଜେ କେମିଓ କରନ୍ତି । ତାଙ୍କର ଆଗାମୀ ଫିଲ୍ମ “ମେଜର”, ଯାହାକି ଆସନ୍ତା ଜୁନ ୩ ତାରିଖରେ ରିଲିଜ ହେବାକୁ ଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।