Dieting Tips: ଡାଏଟିଂ କରୁଛନ୍ତି କି ? ପ୍ରଥମେ ଜାଣି ରଖନ୍ତୁ ଡାଏଟିଂ କଣ ଓ ଏହା କରିବାର ସଠିକ ଉପାୟ, ନଚେତ ଅସୁବିଧାରେ ପଡ଼ିପାରନ୍ତି, Dietician Sapna Singh

ଆଜିକାଲି ଡାଏଟିଂ ପରି ଫ୍ୟାନ୍ସି ଶବ୍ଦ ସବୁ ଲୋକଙ୍କୁ ବହୁତ ଆକର୍ଷଣ କରୁଛି । ଏହି ନାଁରେ ବଜାରରେ ବିଭିନ୍ନ ପ୍ରକାରର ମାର୍କେଟିଂ ମଧ୍ୟ ହେଉଛି । କିନ୍ତୁ ପ୍ରକୃତରେ ଡାଏଟିଂ କରିବା କଣ ତାହା ଆମେ ବୁଝିବା ଆବଶ୍ୟକ ରହିଛି । ଯାହାଫଳରେ ଆମେ ଠକାମିରେ ପଡିବା ନାହି କି ବେକାରରେ କୌଣସି ଜିନିଷ ପଛରେ ନିଜ ସମୟ ବରବାଦ କରିବା ନାହିଁ । ତେବେ ଡାଏଟ ମାନେ ପ୍ରକୃତରେ ଓ କେମିତି ଡାଏଟ କରିବା ସାସ୍ଥ୍ୟକର କଣ ଆସନ୍ତୁ ଜାଣିବା ଡାଏଟିସିଆନ ସ୍ଵପ୍ନା ସିଂଙ୍କ ଠାରୁ ।

ଶୀଘ୍ର ଓଜନ କମେଇବା ପାଇଁ ଆଜିକାଲି ଲୋକମାନେ ବିଭିନ୍ନ ପ୍ରକାରର ଡାଏଟ ସବୁ ଅନୁସରଣ କରୁଛନ୍ତି । ହେଲେ ସେହି ଡାଏଟ ସବୁ ବିଷୟରେ ସେମାନଙ୍କୁ ବିଶେଷ ଅଭିଜ୍ଞାତା ନଥାଏ । ବଜାରରେ ଡାଏଟ ଯୋଗାଇବା ନାଁ’ରେ ଲୋକଙ୍କ ଠାରୁ ପଇସା ଲୁଟୁଥିବା ଲୋକମାନେ ଏହାର ଫାଇଦା ଉଠାଉଛନ୍ତି । ଏହା ବ୍ଯତୀତ ଭୁଲ ଡାଏଟର ପରିଣାମ ସ୍ୱରୂପ ଲୋକମାନେ ବିଭିନ୍ନ ଶାରୀରିକ ସମସ୍ଯାର ମଧ୍ୟ ସମୁଖୀନ ହେଉଛନ୍ତି ।

ତେଣୁ ନିଜ ପାଇଁ କେଉଁ ଡାଏଟ ଭଲ, ଡାଏଟ କାହାକୁ କୁହାଯାଏ ଓ କେମିତି ଡାଏଟ କରିବେ ଏନେଇ ସଠିକ ଜ୍ଞାନ ଥିବା ଆବଶ୍ୟକ । ତେବେ ଡାଏଟର ଅର୍ଥ ନୁହେଁ କି ନ ଖାଇକି ରହିବା ବା ଉପବାସ ରହିବା । ଉଚିତ ସମୟରେ ଉଚିତ ପରିମାଣର ଉତ୍ତମ ଗୁଣଯୁକ୍ତ ଖାଦ୍ଯ ଖାଇବାକୁ ହିଁ ଡାଏଟ କୁହାଯାଏ ।

କୌଣସି ଖାଦ୍ଯ ମଧ୍ୟ ଖରାପ ନୁହେଁ । କିନ୍ତୁ ସେହି ଖାଦ୍ଯକୁ ଆମେ କେତେ ପରିମାଣରେ ଖାଉଛୁ ତାହା ହିଁ ଆମ ଶରୀର ଉପରେ ପ୍ରଭାବ ପକାଇଥାଏ । ଭୋକରେ ରହିବା ବା ଉପବାସ କରିବାକୁ ଡାଏଟ କୁହାଯାଏ ନାହିଁ । ଉପଯୁକ୍ତ ଖାଦ୍ଯ ଖାଆନ୍ତୁ ଓ ଖାଦ୍ଯରେ ଯେପରି ସବୁ ପ୍ରକାରର ପୋଷକତତ୍ତ୍ଵ ସାମିଲ ହୋଇପାରିବ ତାହା ଚେଷ୍ଟା କରନ୍ତୁ । ସବୁଦିନ ଅଲଗା ଅଲଗା ଖାଦ୍ଯ ଖାଆନ୍ତୁ ଓ ଉଚିତ ପରିମାଣରେ ଖାଆନ୍ତୁ ।

କମ୍ କିମ୍ବା ବେଶୀ ଖାଇବା ଦ୍ଵାରା ଏହା ଆପଣଙ୍କ ଶରୀର ଉପରେ ପ୍ରଭାବ ପକାଇଥାଏ । ଯେଉଁ ଖାଦ୍ଯ ଆପଣଙ୍କ ଶରୀର ସହଜରେ ହଜମ କରିପାରୁ ନାହିଁ ବୋଲି ଆପଣ ଭାବୁଛନ୍ତି ସେହି ଖାଦ୍ଯ ବଦଳରେ ଅନ୍ୟ କିଛି ଖାଆନ୍ତୁ । ଏହାସହ ଯଥେଷ୍ଟ ପରିମାଣରେ ପାଣି ପିଅନ୍ତୁ ।

ମନେରଖନ୍ତୁ ଆପଣଙ୍କ ଶରୀରରେ ଜଳ ସ୍ତର ଠିକ ରହିବା ସହ ମିନେରାଲ ମଧ୍ୟ ସଠିକ ପରିମାଣରେ ରହିବା ଉଚିତ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଆପଣଙ୍କୁ ଯେଉଁ ଭିଟାମିନର ଅଧିକ ଆବଶ୍ୟକ ରହୁଛି ସେହି ଭିଟାମିନର ଅଭାବକୁ ପୂରଣ କରିବାକୁ ଚେଷ୍ଟା କରନ୍ତୁ । ପ୍ରଥମେ ଜାଣି ରଖନ୍ତୁ ଯେ ଆପଣ ଯେ କଣ ପାଇଁ ଡାଏଟିଂ କରିବାକୁ ଚାହୁଁଛନ୍ତି ବ କରୁଛନ୍ତି । ଓଜନ କମାଇବା ପାଇଁ କି କୌଣସି ରୋଗକୁ ନିୟନ୍ତ୍ରଣରେ ରଖିବା ପାଇଁ ଡାଏଟ କରୁଛନ୍ତି ତାହା ପ୍ରଥମେ ଜାଣନ୍ତୁ ।

ଏହାପରେ ଯାଇ ଆପଣ ଉଚିତ ଡାଏଟ କରନ୍ତୁ । କିନ୍ତୁ ଆପଣ ଯାହାବି ଡାଏଟ କରୁଛନ୍ତି ତାକୁ ସବୁବେଳେ ପାଇଁ ଜାରି ରଖନ୍ତୁ । ପୁଣି ଥରେ ପୂର୍ବ ଅଭ୍ଯାସକୁ ଫେରିଲେ ଆପଣଙ୍କ ଡାଏଟିଂ ବୃଥା ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।