Health Tips- କଣ ଚିନି ଖାଇଲେ ଡାଇବେଟିସ ହୋଇଥାଏ କି ? ଦେଖନ୍ତୁ କଣ କହୁଛନ୍ତି ବିଶିଷ୍ଟ ଭେଷଜ ଓ ମଧୁମେହ ବିଶେଷଜ୍ଞ Dr. Shiv Kumar Lath

ଅଧିକାଂଶ ଲୋକଙ୍କ ଧାରଣା ଥାଏ କେ, ଚିନି ଖାଇବା ଦ୍ଵାରା ଡାଇବେଟିସ ହୋଇଥାଏ । ସେହିପରି ଥରେ ଡାଇବେଟିସ ହେଲେ ଜୀବନ ସାରା ଖାଇ ହେବ ନାହିଁ ବୋଲି ମଧ୍ୟ ଅନେକ ଭାବିଥାନ୍ତି । ଡାଇବେଟିସକୁ ନେଇ ଲୋକଙ୍କ ମନରେ ଅନେକ ଭୁଲ ଧାରଣା ସବୁ ରହି ଆସିଛି । ତେବେ ଏହା କେତେ ସତ ? ଆସନ୍ତୁ ଜାଣିବା ଏନେଇ କଣ ଟିପ୍ପଣୀ ଦେଉଛନ୍ତି ବିଶିଷ୍ଟ ଭେଷଜ ବିଶେଷଜ୍ଞ ଓ ମଧୁମେହ ବିଶେଷଜ୍ଞ ଡାକ୍ତର ଶିବ କୁମାର ଲାଥ ଙ୍କ ଠାରୁ ।

ଅନେକ ଲୋକ ଭାବିଥାନ୍ତି ଅତ୍ୟଧିକ ଚିନି ଖାଇବା ଦ୍ଵାରା ଡାଇବେଟିସ ହୋଇଥାଏ । କିନ୍ତୁ ଏହା ସଂପୂର୍ଣ୍ଣ ସତ୍ୟ ନୁହେଁ । ଯଦି ଚିନି ଖାଇବା ଦ୍ଵାରା ଆପଣଙ୍କ ଓଜନ ବଢୁଛି ତେବେ ଯାଇ ଡାଇବେଟିସ ହେବାର ସମ୍ଭାବନା ରହିଥାଏ । ଚିନି ହେଉଛି ଏକ ଉଚ୍ଚ କ୍ୟାଲୋରି ଯୁକ୍ତ ଖାଦ୍ୟ ସାମଗ୍ରୀ । ଅଳ୍ପ ଚିନି ଖାଇବା ଦ୍ଵାରା ମଧ୍ୟ ଅତ୍ୟଧିକ ଶକ୍ତି ଉତ୍ପନ୍ନ କରିଥାଏ । ଉଦାହରଣ ସ୍ୱରୂପ:- ଆପଣ ଦୁଇଟି ରୁଟି ଖାଇଲେ ସେଥିରୁ ଆପଣଙ୍କ ଶରୀରରେ ଯେତିକି ଶକ୍ତି ବାହାରିବ ତାହା ତୁଳନାରେ କେବଳ ଗୋଟିଏ ଗୁଲାବଜାମୁନ ଖାଇଲେ ସେଥିରୁ ଅଧିକ ଶକ୍ତି ବାହାରିବ ।

ରୁଟି ପରିମାଣରେ ଅଧିକ ଓ ବଡ ଏବଂ ଗୁଲାବଜାମୁନ ଛୋଟ ହେଲେ ମଧ୍ୟ ସେଥିରୁ ରୁଟି ତୁଳନାରେ ଅଧିକ ଶକ୍ତି ଉତ୍ପନ୍ନ ହେବ । ରୁଟି ଖାଇଲେ ପେଟ ପୁରେ କିନ୍ତୁ ଗୁଲାବଜାମୁନ କହିଲେ ପେଟ ମଧ୍ୟ ପୁରେ ନାହିଁ । ତେଣୁ ଆମେ ଅନେକ ସମୟରେ ଏକାଧିକ ଗୁଲାବଜାମୁନ ଖାଇଦେଉ । ଯାହାଫଳରେ ଆମର ଓଜନ ବଢିଥାଏ ।

ତେଣୁ ଏପରି ଖାଦ୍ଯାଭ୍ଯାସ ରଖିବା ଦ୍ଵାରା ଭବିଷ୍ୟତରେ ଓଜନ ବୃଦ୍ଧି ପାଇ ଡାଇବେଟିସ ହେବାର ସମ୍ଭାବନା ଅଧିକ ବଢିଯିବ । କିନ୍ତୁ ଚିନି ଭଳି ହାଇ କ୍ୟାଲୋରିଯୁକ୍ତ ଖାଦ୍ଯ ଖାଇବା ସହ ଯଦି ଆପଣ ବ୍ୟାୟାମ ଓ ପ୍ରାଣାୟମ କରି ନିଜର ଓଜନକୁ କଣ୍ଟ୍ରୋଲରେ ରଖୁଛନ୍ତି ତେବେ ଚିନି ଖାଇବା ଦ୍ଵାରା ଆପଣଙ୍କୁ କେବେବି ଡାଇବେଟିସ ହେବନାହିଁ । ଜଣେ ଡାଇବେଟିସ ଲୋକ ବା ସାଧାରଣ ଲୋକ ପାଇଁ ଦିନକୁ ୧୨୦୦ ରୁ ୧୫୦୦ କ୍ୟାଲେରୀର ଖାଦ୍ଯ ଯଥେଷ୍ଟ ହୋଇଥାଏ ।

କିନ୍ତୁ ଆପଣ ଯଦି ଦିନକୁ କେବଳ ଦୁଇଟି ମିଠା ଚାହା, ଗୋଟିଏ ଗୁଲାବଜାମୁନ ଓ ଗୋଟିଏ ସିଙ୍ଗଡା ଖାଇଦେଲେ ତେବେ ସେତିକିରେ ହିଁ ଆପଣଙ୍କୁ ୮୦୦ରୁ ୯୦୦ କ୍ୟାଲୋରି ମିଳିଗଲାଣି । ନିୟମ ଅନୁସାରେ ଏତିକି ଖାଦ୍ୟ ଖାଇବା ପରେ ଆମକୁ ଆଉ ଖାଇବା ଉଚିତ ନୁହେଁ ।

କିନ୍ତୁ ଆମେ ଅଭ୍ଯାସବଶତଃ ବ୍ରେକଫାଷ୍ଟରୁ ଦିନର ଯାଏଁ ସବୁ ଖାଇଥାଉ । ଯାହାଫଳରେ ଯଥେଷ୍ଟ ଇନସୁଲିନ ନଥିବାରୁ ଆମ ରକ୍ତରେ ସୁଗାର ସ୍ତର ବଢିଥାଏ । ସେଥିପାଇଁ କେବଳ ଚିନି ନୁହେଁ ବରଂ ଅନ୍ୟ ସମସ୍ତ ହାଇ କ୍ୟାଲୋରି ଖାଦ୍ୟ ଯେତେ କମ ଖାଇବେ ଡାଇବେଟିସ ରୋଗୀଙ୍କ ପାଇଁ ସେତେ ଭଲ ହୋଇଥାଏ । କେବେ କେମିତି ସେହି ସବୁ ଖାଇପାରିବେ ।

କିନ୍ତୁ ସେହି ଅନୁସାରେ ଏକ୍ସରସାଇଜ କରୁଛନ୍ତି ତେବେ ଆପଣଙ୍କ ଶରୀରରେ ତା’ର ସେତେ ଅଧିକ ପ୍ରଭାବ ମଧ୍ୟ ପଡିବ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।