ନିଜ ସ୍ଵାମୀଙ୍କଠୁ ଅଲଗା ହେବା ପରେ bollywood ରେ ନାଁ କମେଇଛନ୍ତି ଏହି 6 ହିରୋଇନ

ଚଳଚିତ୍ର ଜଗତରେ କିଛି ଅଭିନେତ୍ରୀ ମାନଙ୍କ ଛାଡପତ୍ର ହୋଇଛି । ବଲୀଉଡ ସିନେମା ଜଗତରେ ଯେମିତି ଦୀପିକା ପାଦୁକୋନ, ଅନୁଷ୍କା ଶର୍ମା, ପ୍ରିୟଙ୍କା ଚୋପ୍ରା ବିବାହ ଆଗରୁ ଏବଂ ପରେ ବହୁତ ନାମ କମେଇଛନ୍ତି ଓ କିଛି ଅଭିନେତ୍ରୀ ମାନେ ନିଜ ସ୍ବାମୀଙ୍କ ପକ୍ଷରୁ ଅଲଗା ହେବା ପରେ ସିନେମା ଜଗତରେ ପହଞ୍ଚି ସଫଳ ହୋଇଥିଲେ । ଆଜି ଆମେ ଆପଣଙ୍କୁ ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ଜଣାଇବୁ ଖାସ କରି ଯେଉଁମାନେ ନିଜ ସ୍ଵାମୀଙ୍କ ପାଖରୁ ଅଲଗା ହେବା ପରେ କେବଳ ବଲୀଉଡ ଜଗତରେ ଖୁବ ନାମ କମେଇଛନ୍ତି ତାହା ନୁହେଁ ବରଂ ଆଜିର ଦୁନିଆରେ ସେମାନଙ୍କର ଅନେକ ଫ୍ୟାନ ଅଛନ୍ତି ।

ଅଦିତି ରାଓ ହେଦରୀ

ବୋଧେ ଆପଣ ମାନେ ଜାଣି ଥିବେ ଏହି କଥା କି ଅଭିନେତ୍ରୀ ଅଦିତି ରାଓ ହେଦରୀ ‘ଦିଲ୍ଲୀ ୬’ ରେ ଅଭିନୟ କରିବା ଆଗରୁ ବିବାହ କରିଥିଲେ । ଜାଣିବାକୁ ପାଉଛୁ ଯେ କୁହାଯାଉଛି କି ଅଦିତି ରାଓ ହେଦରୀ ୧୭ ବର୍ଷ ବୟସରେ ତାଙ୍କ ଛୋଟ ବେଳ ସାଙ୍ଗ ସହିତ ବିବାହ ହୋଇଥିଲା ।

କିନ୍ତୁ ତାଙ୍କର ବିବାହ ବେଶୀ ଦିନ ରହିଲା ନାହିଁ ସେମାନେ ଅଲଗା ହୋଇଗଲେ । ଅଦିତି ରାଓ ତାଙ୍କ ପତିଙ୍କ ଠାରୁ ଅଲଗା ହେବା ପରେ ସାଉଥ ସହିତ କିଛି ବଲୀଉଡ ସିନେମାରେ କାମ କରିଲେ । ଆଜି ଅଦିତି ବଲୀଉଡ ଜଗତରେ ବେଶ ପରିଚିତ ।

ଚିତ୍ରାଂଗଦା ସିଂହ

ସିନେମା ଜଗତରେ ନିଜର ନାମ କମେଇଥିବା ଅଭିନେତ୍ରୀ ମାନଙ୍କ ମଧ୍ୟ ରୁ ଅନ୍ୟ ଝିଅ ଟି ହେଲେ ଚିତ୍ରାଂଗଦା ସିଂ । ଅଭିନୟ ସାଥିରେ ବହୁତ ସୁନ୍ଦର ଲୁକ ଦେଖାଇ ସମସ୍ତଙ୍କୁ ଦିବାନା କରିଛନ୍ତି ଅଭିନେତ୍ରୀ ଚିତ୍ରାଂଗଦା ସିଂ ୨୦୦୧ ବର୍ଷ ରେ ଜ୍ଯୋତି ରନ୍ଧାବା ଙ୍କ ସହ ବିବାହ କରିଥିଲେ କିନ୍ତୁ କିଛି ବର୍ଷ ପରେ ଦୁଇଜଣ ୨୦୧୪ ରେ ଅଲଗା ହୋଇଗଲେ । ଏହା ପରେ ଚିତ୍ରାଂଗଦା ଦେଶୀ ବୟ ସିନେମା ପରେ କିଛି ସୁପରହିଟ ସିନେମାରେ ନଜର କୁ ଆସିଥିଲେ ।

କଲ୍କି କୋଚଲିନ

ନିଜର ସବୁ କଥା କୁ ବିବାଦ କରି କିଛି ନ ବୁଝି ସମସ୍ତଙ୍କ ର ସାମ୍ନା କୁ ଆସିଥିବା ଅଭିନେତ୍ରି କଲ୍କି କୋଚଲୀନ କିଛି ସୁପର ହିଟ ସିନେମାରେ ସାମ୍ନା କୁ ଆସିଥିଲେ । ସିନେମା ନିର୍ଦ୍ଧେଶକ ଅନୁରାଗ ଙ୍କ ସହ ବିବାହ କରିଥିଲେ । ଅନୁରାଗ ଙ୍କ ଠାରୁ ଅଲଗା ହେବା ପରେ ସେ କିଛି ସିନେମାରେ ନଜର କୁ ଆସିଥିଲେ ।

ମାହି ଗିଲ

ଅଭିନେତ୍ରୀ ମାହି ଗିଲ ବଲୀଉଡ ସହ ସାଉଥ ଚଳଚିତ୍ର ରେ ସାମ୍ନା କୁ ଆସିଥିଲେ । ମାହି ଗିଲ ବି ସମ୍ପର୍କ ଭାଙ୍ଗି ଦେଇଥିଲେ । କିନ୍ତୁ ସ୍ଵାମୀ ଙ୍କ ଠାରୁ ଅଲଗା ହେବା ପରେ ମାହି ଗିଲ ଦେବ ଡି, ସାହେବ, ବିବି, ଏବଂ ଗ୍ଯାଙ୍ଗସ୍ଟାର ଏହି ପରି ହିଟ ପସିନେମାରେ ସାମ୍ନା କୁ ଆସିଥିଲେ ।

ମଲ୍ଲିକା ସେରାବତ

ନିଜର ହଟନେସ ସହ ବୋଲ୍ଡନେସ କୁ ଦେଖାଇ ଖୁସି ରେ ରହୁଥିବା ମହିଳା ଅଭିନେତ୍ରୀ ମଲ୍ଲୀକ୍କା ସେରାବତ ବି ଏହି ଲିଷ୍ଟ ରେ ଅଛନ୍ତି । ମଲ୍ଲିକା ସେରାବତ ଙ୍କୁ ବି ତାଙ୍କ ସ୍ଵାମୀ ଙ୍କ ଠାରୁ ଅଲଗା ହେବା ପରେ ସଫଳତା ମିଳିଥିଲା । ଖ୍ୱାହିଶ ଏବଂ ମଡର ପରି ସୁପରହିଟ ସିନେମାରେ ସାମ୍ନା କୁ ଆସିଥିଲେ ମଲ୍ଲିକା ସେରବତ ମିଡ଼ିଆ ଆଗରେ କହିଥିଲେ ସବୁ ବେଳେ ଏକା ରହିବେ ।

ରାଖୀ ଗୁଲଜାର

ସିନେମା ଜଗତରେ ସବୁଠୁ ସୁନ୍ଦର ଅଭିନତ୍ରୀ ରାଖୀ ଗୁଲଜାର । ରାଖୀ ଗୁଲଜାର ଇଛା କରିଥିଲେ ଜଣେ ବଡ ସ୍ଟାର ଙ୍କ ସହ କାମ କରିବା ପାଇଁ ଯେବେ ସେ ତାଙ୍କ ସ୍ଵାମୀ ଙ୍କୁ ଏହି କଥା କହିଥିଲେ ସେ ତାଙ୍କ କଥାରେ ରାଜି ହୋଇ ନଥିଲେ ନିଜର ସ୍ୱପ୍ନ କୁ ପୁରା କରିବା ପାଇଁ ରାଖୀ ଗୁଲଜାର ତାଙ୍କ ସ୍ବାମୀଙ୍କ ଠାରୁ ଅଲଗା ହେବାର ନିଷ୍ପତି ନେଇଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।