ଭାଗ୍ୟ ହେବ ତ ଏମିତି ! ରାତାରାତି କୋଟିପତି ବନିଗଲେ ଅଟୋ ଡ୍ରାଇଭର…

ରାତାରାତି ବଦଳିଗଲା ଅଟୋ ଡ୍ରାଇଭରଙ୍କ ଭାଗ୍ୟ, ଆଉ ବନିଗଲେ କୋଟିପତି । କୋଟିଏ କି ଦୁଇ କୋଟି ନୁହେଁ ବରଂ ପାଇଲେ ଏକାଥରେ ୨୫ କୋଟି । ନିଜ ପେଟପାଟଣା ପାଇଁ ଏକ ସଂସ୍ଥାରୁ ୩ଲକ୍ଷ ଟଙ୍କାର ଋଣ କରିଥିଲେ । ହେଲେ ଭାଗ୍ୟ ସାଥ୍ ଦେଲା ଯେ ତାଙ୍କୁ ଏକକାଳୀନ ମିଳିଲା ପୁରା ୨୫କୋଟି ଟଙ୍କା । କଥାରେ ଅଛି କି, ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡିକି ଦିଅନ୍ତି । ସେହିଭଳି କିଛି ଘଟିଛି କେରଳର ଏହି ଅଟୋ ଡ୍ରାଇଭର ଅନୁପଙ୍କ ସହ । ତାଙ୍କ ଭାଗ୍ୟ ଖୋଲି ଦେଇଛି ଓନମ୍ ଉତ୍ସବ ।

ଓନମ୍ ବମ୍ପର ଲଟେରୀରେ ଅନୁପଙ୍କୁ ମିଳିଛି ୨୫କୋଟି ଟଙ୍କା । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଅନୁପ ଅଟୋ ଚଳାଇ ପରିବାର ଭରଣପୋଷଣ କରନ୍ତି । ହେଲେ ଅଟୋ ଚଳାଇବା ପୂର୍ବରୁ ସେ ଜଣେ ରୋଷେୟା ଭାବେ କାର୍ଯ୍ୟ କରୁଥିଲେ । ଅଟୋରେ ପରିବାର ଚଳେଇବା କଷ୍ଟକର ହୋଇ ପଡିବାରୁ ସେ ପୁଣି ଥରେ ରୋଷେୟା ଭାବେ କାମ କରିବାକୁ ମନ ବଳାଇଥିଲେ । ଏଥିପାଇଁ ସେ ଘର ପରିବାର ଛାଡି ମାଲେସିଆ ଯିବାକୁ ପ୍ରସ୍ତୁତ ହେଉଥିଲେ ।

ଯେଉଁଥି ପାଇଁ ଏକ ସଂସ୍ଥା ପାଖରୁ ତିନି ଲକ୍ଷ ଟଙ୍କାର ଋଣ ମଧ୍ୟ ନେଇଥିଲେ । ତେବେ ସେ ମାଲେସିଆ ଯିବାକୁ ପ୍ରସ୍ତୁତ ହେଉଥିବା ବେଳେ ରାତାରାତି ତାଙ୍କ ଭାଗ୍ୟ ବଦଳେଇ ଦେଇଛି ଓନମ୍ ବମ୍ପର ଲଟେରୀ । ସେ କିଣିଥିବା ଲଟେରୀ ତାଙ୍କୁ ଜିତେଇ ଦେଇଛି ୨୫କୋଟି ଟଙ୍କା । ଶନିବାର ଦିନ ଅନୁପ TJ750605 ର ଲଟେରୀ ଟିକେଟ ଆଣିଥିଲେ । ତେବେ ପ୍ରଥମରୁ ହିଁ ତାଙ୍କର ଟିକେଟ ନମ୍ବର ପସନ୍ଦ ନଥିଲା । ତେଣୁ ସେ ଆଉ ଏକ ନମ୍ବର ଚୟନ କରିଥିଲେ ।

କିନ୍ତୁ ପରବର୍ତ୍ତୀ ସମୟରେ ସେ ସେହି ଟିକେଟ ଧରି ହିଁ ଘରକୁ ଆସିଥିଲେ । ପୂର୍ବରୁ ବି ଲଟେରୀ ଟିକେଟ କିଣିଥିଲେ ଅନୁପ । ହେଲେ ତାଙ୍କ ଜିତିବା ରାଶି କେବେବି ୫ ହଜାର ଟଙ୍କାରୁ ଅଧିକ ନଥିଲା । କିନ୍ତୁ ଏଥର ୨୫କୋଟି ଟଙ୍କା ଜିତି ଯାଇଛନ୍ତି ଅନୁପ । ଟିକସ ଓ ଅନ୍ଯାନ୍ଯ ଖର୍ଚ୍ଚକୁ ବାଦ୍ ଦେଲେ ପ୍ରାୟ ୧୫କୋଟି ଟଙ୍କା ସେ ପାଇବେ ଓଳି ଜଣାପଡିଛି । ତେବେ ଦ୍ଵିତୀୟ ଲକି ଟିକେଟ ନମ୍ବର ହେଉଛି TG270912 । ଏହି ଟିକେଟ ପାଇଥିବା ବ୍ୟକ୍ତି ୫ କୋଟି ଟଙ୍କା ଜିତିଛନ୍ତି ।

ଏହା ବାଦ୍ ଆଉ ୧୦ ଜଣ ଭାଗ୍ୟଶାଳୀ ବିଜେତା ୧କୋଟି ଲେଖାଏଁ ପାଇଛନ୍ତି । ଆଉ ଅଟୋ ଡ୍ରାଇଭରରୁ ହଠାତ କୋଟିପତି ହୋଇଥିବା ଅଟୋ ଡ୍ରାଇଭରଙ୍କ ଖୁସି ଏବେ କହିଲେ ନସରେ । ସେ ଲଟେରୀ ଟଙ୍କାରେ ଘର କିଣିବା ସହ ଋଣ ପରିଶୋଧ କରିବେ ଏବଂ ଏକ ଭଲ ବ୍ୟବସାୟ ଆରମ୍ଭ କରିବା ସହ କିଛି ଅର୍ଥ ଦାନ ଆକାରରେ କିଛି ସଂଗଠନକୁ ଦେବେ ବୋଲି ଅନୁପ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।