ମୁଖ୍ୟମନ୍ତ୍ରୀଙ୍କ ନାଁରେ ସାଂଘାତିକ ଅଭିଯୋଗ ! ମଦ ପିଇ ନିଶାରେ ଢଳି ପଡୁଥିଲେ ମୁଖ୍ୟମନ୍ତ୍ରୀ, ବିମାନରୁ ଓହ୍ଲାଇ ଦେଲେ ଫ୍ଲାଇଟ କତ୍ତୃପକ୍ଷ

ମଦ ପିଇ ନିଶାରେ ଟୁଲ୍ ଥିଲେ ମୁଖ୍ୟମନ୍ତ୍ରୀ । ଯାହାକୁ ନେଇ ସହଯାତ୍ରୀ ମାନେ ଅଭିଯୋଗ କରିବା ପରେ ବିମାନ କତ୍ତୃପକ୍ଷ ତାଙ୍କୁ ବିମାନରୁ ଓହ୍ଲାଇ ଦେଲେ । ଏମିତି କିଛି ଅଭିଯୋଗ ଆସିଛି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ନାଁ ରେ । ପ୍ଳେନରେ ଚଢିବା ବେଳେ କୁଆଡେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଏତେ ନିଶାରେ ଥିଲେ ଯେ ସେ ଚାଲିବା ଅବସ୍ଥାରେ ବି ନଥିଲେ । ତେଣୁ ପ୍ଳେନ କତ୍ତୃପକ୍ଷ ତାଙ୍କୁ ପ୍ଳେନରେ ବସିବା ପାଇଁ ଅନୁମତି ଦେଇ ନଥିଲେ । ଏହି ଖବର ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି ।

ତେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ନାମରେ ଏଭଳି କିଛି ଅଭିଯୋଗ ଆଣିଛନ୍ତି ଶିରୋମଣି ଅକାଳି ଦଳର ମୁଖ୍ୟ ସୁଖବିନ୍ଦର ସିଂ ବାଦଲ । ଭଗବନ୍ତ ମାନ ପଞ୍ଜାବ ବାସୀଙ୍କୁ ଅପମାନିତ କରିଥିବା ଅଭିଯୋଗ ଆଣିଛନ୍ତି ସୁଖବିନ୍ଦର । ଭଗବନ୍ତ ମାନ ମଦ ପିଇ ଥିବାରୁ ତାଙ୍କୁ ଜର୍ମାନୀ ବିମାନ ବନ୍ଦରରେ ଫ୍ରାଙ୍କଫର୍ଟ ବିମାନରୁ ଓହ୍ଲାଇ ଦିଆ ଯାଇଥିଲା ବୋଲି କହିଛନ୍ତି ଶିରୋମଣି ଅକାଳି ଦଳର ମୁଖ୍ୟ ।

ଉକ୍ତ ବିମାନରେ ତାଙ୍କର କିଛି ସହଯାତ୍ରୀ ଅଭିଯୋଗ ଆଣିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆ ଯାଇଥିବା କଥା ଗଣମାଧ୍ୟମରେ ପ୍ରକାଶ ପାଇଥିବା କହିଛନ୍ତି ସୁଖବିନ୍ଦର । ସେହିପରି ମାନ ଏତେ ପରିମାଣରେ ମଦ୍ୟପାନ କରିଥିଲେ ଯେ, ସେ ଚାଲିବାକୁ ଅସମର୍ଥ ଥିଲେ । କେବଳ ଏତିକି ନୁହେଁ ବରଂ ତାଙ୍କ ପାଇଁ ବିମାନ ଚାରି ଘଣ୍ଟା ବିଳମ୍ବ ହୋଇଥିଲା । ଯେଉଁଥି ପାଇଁ ଆପ୍ ର ଜାତୀୟ ସମ୍ମିଳନୀରେ ଯୋଗ ଦେଇ ପାରି ନଥିଲେ ମାନ । ତେଣୁ ଏହା ପଞ୍ଜାବ ବାସୀଙ୍କ ପାଇଁ ଲଜ୍ଜା ଓ ଅପମାନଜନକ ।

ମାନ ବିଶ୍ଵ ଦରବାରରେ ପଞ୍ଜାବକୁ ଅପମାନିତ କରିଛନ୍ତି ବୋଲି କହିଛନ୍ତି ଅକାଳି ଦଳ ମୁଖ୍ୟ । ତେବେ ଗଣମାଧ୍ୟମର ଏହି ରିପୋର୍ଟକୁ ପଞ୍ଜାବ ସରକାରଙ୍କ ପକ୍ଷରୁ ଖାରଜ କରି ଦିଆଯାଇଛି । ସୁଖବିନ୍ଦରଙ୍କ ଅଭିଯୋଗର ମଧ୍ୟ ଜବାବ ଦେଇଛି ଆପ୍ । ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମୁଖପାତ୍ର କଲୋନ୍ଦର ସିଂ କଙ୍ଗ । ସେ କହିଛନ୍ତି, ପଞ୍ଜାବ ମୁଖ୍ୟମନ୍ତ୍ରୀ ଠିକ ସମୟରେ ଦିଲ୍ଲୀ ଫେରି ଆସିଛନ୍ତି ।

ସେ ସେପ୍ଟେମ୍ବର ୧୮ରେ ଜର୍ମାନୀରେ ଫ୍ଲାଇଟ ଧରିଥିଲେ ଓ ସେପ୍ଟେମ୍ବର ୧୯ରେ ସେ ନୂଆଦିଲ୍ଲୀରେ ପହଞ୍ଚିଥିଲେ । ବିରୋଧୀଙ୍କ ପକ୍ଷରୁ ଆସିଥିବା ଅଭିଯୋଗ ଅସତ୍ୟ ବୋଲି ସେ କହିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ମଦ୍ୟପାନକୁ ନେଇ ଏହା ପ୍ରଥମ ଅଭିଯୋଗ ନୁହେଁ । ପୂର୍ବରୁ ମଧ୍ୟ ଏଭଳି ଅନେକ ଅଭିଯୋଗ ଆସିଛି ଭଗବନ୍ତ ମାନଙ୍କ ନାଁରେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।