ଚୋର-ପୋଲିସ ନୁହେଁ ଚାଲିଛି ପୋଲିସ-ପୋଲିସ ଖେଳ ! SDPO ଙ୍କୁ ଜଗିଛନ୍ତି SP, ଟଙ୍କା ହେରଫେର ମାମଲାର ତଦନ୍ତ କରୁଛନ୍ତି ବଲାଙ୍ଗୀର SP Nitin Kusalkar

କଥା ଆଉ ଅଛପା ନାହିଁ । ପୋଲିସ ବିରୋଧରେ ତଦନ୍ତ କରୁଛି ପୋଲିସ । ଚୋର ପୋଲିସ ନୁହେଁ ବରଂ ଏଠି ଚାଲିଛି ପୋଲିସ ପୋଲିସ ଖେଳ । ଇଟାଭାଟି ମାଲିକଙ୍କୁ କିଏ ଜୁଆଡି ସଜାଇଥିଲେ ଏବଂ ଜବତ ଟଙ୍କାରୁ ଭାଗ ବସାଇବାକୁ ଚାହୁଁଥିଲେ, ବଲାଙ୍ଗୀର ଏସପି ଏବେ ଏସବୁର ପର୍ଦ୍ଦାଫାଶ କରୁଛନ୍ତି । ଏସପି ନିତିନ କୁଶଳକରଙ୍କ ପ୍ରତିକ୍ରିୟା ଶୁଣିବା ପରେ ଏବେ ସମସ୍ତଙ୍କ ନଜର ରହିଛି ବଲାଙ୍ଗୀର କଣ୍ଟାବାଞ୍ଜି ଏସଡିପିଓ ହୃଷିକେଶ ମେହେରଙ୍କ ଉପରେ ।

ବଲାଙ୍ଗୀର ପୋଲିସ ଏବେ ଆକ୍ସନ ମୋଡରେ ଥିବାବେଳେ ପୋଲିସ ବିରୁଦ୍ଧରେ ତଦନ୍ତ କରୁଛି ପୋଲିସ । ପ୍ରଥମେ ଏସଡ଼ିପିଓ ବ୍ୟବହାର କରୁଥିବା ଗାଡି ଓ ଷ୍ଟାଫମାନଙ୍କ ଅପସାରଣ ପରେ ବଲାଙ୍ଗୀର ହେଡକ୍ଵାଟର୍ସକୁ ତାଙ୍କୁ ବଦଳି କରାଯାଇଛି । ଥାନାରୁ କୋଟି କୋଟି ଟଙ୍କା ଜବତ ହେଲା ହେଲେ ମାତ୍ର ୫୮ଲକ୍ଷ ୫୨ହଜାର ୨୫୦ଟଙ୍କା ଜବତ ହୋଇଥିବା କହିଥିଲେ କଣ୍ଟାବାଞ୍ଜିର ତତ୍କାଳୀନ ଏସଡ଼ିପିଓ ହୃଷିକେଶ ମେହେର । ପରବର୍ତ୍ତୀ ସମୟରେ ଥାନାରୁ ୧୩ଲକ୍ଷ ଟଙ୍କା ଜବତ କରିଥିଲା ବଲାଙ୍ଗୀର ପୋଲିସ ।

ଏବେ ଏସଡ଼ିପିଓ ଙ୍କ ଦୁଇ ବନ୍ଧୁ ଓ ଦୁଇ ଦାଦନ ସର୍ଦ୍ଦାରଙ୍କୁ ଅଟକ ରଖି ଖୋଲତାଡ କରୁଛି ପୋଲିସ । ଟେବୁଲ ତଳେ ଟଙ୍କା ଚାପି ଦିଆଯାଇ ଥାଇପାରେ ବୋଲି ଅନୁମାନ କରାଯାଉଛି । ବଲାଙ୍ଗୀର ଏସପି ନିଜେ ଏକଥା କହିଥିଲେ ଯେ ଜବତ ହୋଇଥିବା ଟଙ୍କାରେ କିଛି ହେରଫେର ହୋଇଛି ।

ସଂପୂର୍ଣ୍ଣ କଥା କହି ନଥିଲେ ମଧ୍ୟ ଏସପିଙ୍କ କଥାରୁ ଊଣା ଅଧିକେ ସମସ୍ତେ ବୁଝି ସାରିଲେଣି ଯେ ଜବତ ଟଙ୍କା ହେରଫେର ପଛରେ କଣ୍ଟାବାଞ୍ଜି ଏସଡ଼ିପିଓ ଙ୍କ ହାତ ରହିଛି । ସକାଳୁ ସକାଳୁ କଣ୍ଟାବାଞ୍ଜି ଏସଡ଼ିପିଓ ହୃଷିକେଶ ମେହେର ବଲାଙ୍ଗୀର ହେଡକ୍ଵାଟର୍ସରେ ପହଞ୍ଚି ଏକ ସାଧା କାଗଜରେ ରିପୋର୍ଟ ଲେଖି କାର୍ଯ୍ୟରେ ଯୋଗ ଦେଇଥିଲେ । ହାଇଦ୍ରାବାଦରୁ ଆସି କଣ୍ଟାବାଞ୍ଜିସ୍ଥିତ ଏକ ହୋଟେଲରେ ବିଡା ବିଡା ଟଙ୍କା ଗଣୁଥିଲେ ହାଇଦ୍ରାବାଦ ଇଟାଭାଟି ମାଲିକ ।

କିନ୍ତୁ ସକାଳୁ ସକାଳୁ ମାମଲା ଓଲଟପାଲଟ କରି ଦେଇଥିଲେ କଣ୍ଟାବାଞ୍ଜି ଏସଡ଼ିପିଓ । ଏବେ କିନ୍ତୁ ଏସଡ଼ିପିଓ ମହାଶୟ କହୁଛନ୍ତି ତାଙ୍କ ଉପରେ ବ୍ୟକ୍ତିଗତ ରାଗ ରଖି ଏମିତି କରାଯାଉଛି । କେବଳ ସେତିକି ନୁହେଁ ବରଂ ତାଙ୍କ ବିରୋଧରେ ଆସୁଥିବା ସମସ୍ତ ଅଭିଯୋଗକୁ ସେ ଖଣ୍ଡନ ମଧ୍ୟ କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।