ଜବରଦଖଲ ଉଚ୍ଛେଦ ପାଇଁ ଆସିଥିଲା ବୁଲଡୋଜର, ହେଲେ ଅଟକାଇ ଦେଲା ସାପ, ଦେଖନ୍ତୁ ଭିଡିଓ

ଏହି ଦୃଶ୍ୟ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟଚକିତ ହୋଇଯିବେ । ଛୋଟ ସାପଟିଏ ବୁଲଡୋଜରକୁ କିଭଳି ଅଟକାଉଛି । ଘର ଭାଙ୍ଗିବାକୁ ଆସିଥିଲା ବୁଲଡୋଜର । ଘର ଭଙ୍ଗା କାମ ବି ଜାରି ରହିଥିଲା ଏବଂ ଘରଟି ଅଧା ଭଙ୍ଗା ସରିଥିଲା । ହେଲେ ଏହି ସମୟରେ ଘର ଭଙ୍ଗା କାମକୁ କିଛି ସମୟ ପାଇଁ ଅଟକାଇ ଦେଇଥିଲା ଛୋଟିଆ ସାପ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏବେ ଲୋକମାନେ ଚର୍ଚ୍ଚା କରୁଛନ୍ତି । ସରକାରଙ୍କ ତରଫରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି ।

ପ୍ରାୟତଃ ସହରାଞ୍ଚଳ ମାନଙ୍କରେ ବିଭିନ୍ନ ଗାଁ ଗଣ୍ଡାରୁ ଲୋକ ଆସି ସରକାରୀ ଜମିରେ ଘର ବନେଇ ବା ତମ୍ବୁ ଟାଣି ବସବାସ କରିଥାନ୍ତି । କିନ୍ତୁ ଯେତେବେଳେ ସରକାରୀ ଜମି ଆବଶ୍ୟକ ପଡେ ସେତେବେଳେ ଅନେକ ସ୍ଥାନରୁ ଲୋକଙ୍କ ଜବରଦଖଲ ଉଚ୍ଛେଦ କରାଯାଏ । ସରକାର ସେହି ଲୋକଙ୍କୁ ଅନ୍ୟତ୍ର ଥାଇଥାନ ବ୍ୟବସ୍ଥା ମଧ୍ୟ କରନ୍ତି । ଠିକ ସେହିପରିଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ମୋହନା କୋର୍ଟ ପରିସର ଅଞ୍ଚଳରୁ ଜବରଦଖଲ ଉଚ୍ଛେଦ ପାଇଁ ଏକ ବୁଲଡୋଜର ଆସିଥିଲା ।

ହେଲେ ସାପ କିଛି ସମୟ ପାଇଁ ଏତେ ବଡ ବୁଲଡୋଜରକୁ ଅଟକାଇ ରଖିଥିଲା । ଏହି ଜବରଦଖଲ ଉଚ୍ଛେଦ ବେଳେ ପୋଲିସ, ପ୍ରଶାସନ ଓ ସରକାରୀ କର୍ମଚାରୀ ମାନେ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଥିଲେ । ବୁଲଡୋଜର ଟି ନିର୍ଦ୍ଦେଶ କ୍ରମେ ଜବରଦଖଲ ଜମିରେ ତିଆରି ହୋଇଥିବା ଘର ସବୁ ଭାଙ୍ଗୁଛି ।

ହେଲେ ଘଟଣାସ୍ଥଳରୁ ଏକ ସାପ ବାହାରି ବୁଲଡୋଜରକୁ କିଛି ସମୟ ପାଇଁ ଅଟକାଇ ରଖି ଦେଇଥିଲା । ଯାହାପରେ ସେଠାରେ ଉପସ୍ଥିତ ଥିବା କର୍ମଚାରୀ ମାନେ ଏହି ଛୋଟିଆ ସାପକୁ ଘଉଡାଇବାରେ ଲାଗି ପଡିଥିଲେ । ସାପ ଚାଲିଯିବା ପରେ ଜବରଦଖଲ ଉଚ୍ଛେଦ କାମ ପୁଣି ଜାରି ରହିଥିଲା । ହେଲେ ଯେଉଁଠି ଲୋକମାନେ ଚାହିଁଲେ ବି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାକୁ ରୋକିପାରନ୍ତି ନାହିଁ ସେଠାରେ ସାମାନ୍ଯ ଛୋଟିଆ ସାପଟି ଉଚ୍ଛେଦ ପ୍ରକ୍ରିୟାକୁ କିଛି ସମୟ ପାଇଁ ରୋକି ଦେଇ ପାରିଥିଲା ।

ସାପଟି ହୁଏତ ସେହି ଘରେ ବାସ କରୁଥିଲା । ଆଉ ଘର ଭାଙ୍ଗିବା ପରେ ସେ ମଧ୍ୟ ତା’ ବାଷଠନ ହରେଇ ବାହାରକୁ ପଳେଇ ଆସିଥିଲା ବୋଲି ଲ୍କେ ଚର୍ଚ୍ଚା କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।