ଭାରତର ଟପ 5 ସବୁଠୁ ଧନୀ କମେଡ଼ିଆନ, ନଂ- 1 ଙ୍କ ସମ୍ପତ୍ତି ବିଷୟରେ ଜାଣିଲେ ତ ଆପଣଙ୍କୁ ବିଶ୍ବାସ ହେବ ନାହିଁ

ଗୋଟେ ଫିଲ୍ମକୁ ସଫଳ କରିବା ପାଇଁ ହିରୋ, ହିରୋଇନ୍ ଓ ଭିଲିଆନ୍ ର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ତଥାପି ଯଦି ଫିଲ୍ମ୍ ରେ କମେଡି ନ ଥାଏ ତେବେ ଫିଲ୍ମ୍ ଟିକେ ଫିକା ଫିକା ଲାଗି ଥାଏ । ଅର୍ଥାତ୍ ଫିଲ୍ମରେ କମେଡ଼ିଆନ ଙ୍କ ଭୂମିକା ମଧ୍ୟ ଗୁରୁତ୍ୱ ପୂର୍ଣ୍ଣ ଅଟେ । କମେଡିଆନ ମାନେ ଫିଲ୍ମର ଶୋଭା ବଢାଇ ଥାଆନ୍ତି । ଆଜିର ସମୟରେ ଭାରତରେ ଏକ ଠୁ ବଳି ଆରେକ କମେଡିଆନ ଅଛନ୍ତି । ତେବେ ଆଜି ଆମେ କେବଳ ଭାରତର ଟପ୍-୫ କମେଡିଆନ ଙ୍କ ବିଷୟରେ କିଛି ଜାଣିବା ।

ନଂ.୧- ରାଜପାଲ୍ ଯାଦବ

ଭାରତରେ ସବୁ ଠୁ ମହଙ୍ଗା କମେଡିଆନଙ୍କ ମଧ୍ୟରେ ଏକ ନାମ ରାଜପାଲ୍ ଯାଦବ ଙ୍କ ର ମଧ୍ୟ ରହିଛି । ରାଜପାଲ୍ ଯାଦବ ଫିଲ୍ମ୍ ଚୁପ୍ ଚୁପ୍ କେ, ଢ଼ୋଲ୍, ବୁଲ୍ ବୁଲେୟା ଆଦି ଫିଲ୍ମରେ ନିଜ ଶାନଦାର୍ ଅଭିନୟରେ କୋଟି କୋଟି ଲୋକଙ୍କ ହୃଦୟ ଜିତି ଥିଲେ । ସେ ନିଜ ଦକ୍ଷତାରେ କମେଡି କରି ଏବେ ପର୍ଯ୍ୟନ୍ତ ପ୍ରାୟ ୭୬କୋଟି ଟଙ୍କା ରୋଜଗାର କରି ସାରିଛନ୍ତି ।

ନଂ.୨- ରାଜୁ ଶ୍ରୀବାସ୍ତବ

ରାଜୁ ଶ୍ରୀବାସ୍ତବ ଙ୍କୁ କମେଡି ର କିଙ୍ଗ ବୋଲି କୁହା ଯାଏ । ସେ ନିଜ କମେଡି ଯୋଗୁଁ ଏବେ ପର୍ଯ୍ୟନ୍ତ ବହୁତ ସାରା ମେଡାଲ୍ ଓ ଆୱାର୍ଡ଼ ହାସଲ କରି ପାରିଛନ୍ତି । ଜଣେ କମେଡିଆନ୍ ହିସାବରେ ରାଜୁ ଶ୍ରୀବାସ୍ତବ ଏ ପର୍ଯ୍ୟନ୍ତ ୧୫କୋଟି ଟଙ୍କା ଆୟ କରିଛନ୍ତି ।

ନଂ.୩- ପରେଶ୍ ରାୱଲ୍

ପରେଶ୍ ରାୱଲ୍ ବଲିଉଡର ଜଣେ ଦିଗଜ ଅଭିନେତା ଅଟନ୍ତି । ସେ ଫିଲ୍ମ୍ ଗୁଡିକରେ କମେଡି ବ୍ୟତୀତ ଅନେକ ଥର ଭିଲିଆନ୍ ଭୂମିକାରେ ମଧ୍ୟ ଅଭିନୟ କରିଛନ୍ତି । ତେବେ ବଲିଉଡ ଫିଲ୍ମ୍ ହେରା ଫେରି ଓ ହଙ୍ଗାମା ରେ ତାଙ୍କର ଦମଦାର୍ କମେଡି ଦେଖିବାକୁ ମିଳିଥିଲା । ସେ ଏପର୍ଯ୍ୟନ୍ତ କେବଳ କମେଡିରେ ୯୮କୋଟି ଟଙ୍କା ଅର୍ଜନ କରି ସାରିଛନ୍ତି ।

ନଂ.୪- ଜନି ଲିଭର୍

ଜନି ଲିଭର୍ ଙ୍କୁ ବଲିଉଡ କମେଡି ର ବାଦଶାହା ବୋଲି କୁହାଯାଏ । ବଲିଉଡ ରେ ତାଙ୍କ ଜାଗା କିଏ ମଧ୍ୟ ହାସଲ କରି ପାରିବେ ନାହିଁ । ଜନି ଲିଭର୍ ଏବେ ପର୍ଯ୍ୟନ୍ତ ୩୦୦ ରୁ ଉର୍ଦ୍ଧ ବଲିଉଡ ଫିଲ୍ମରେ କାମ କରି ସାରିଛନ୍ତି । ସେ ନିଜ କମେଡ଼ିରେ ଏବେ ପର୍ଯ୍ୟନ୍ତ ୨୨୮ କୋଟି ଟଙ୍କା ରୋଜଗାର କରି ସାରିଛନ୍ତି ।

ନଂ.୫- କପିଲ ଶର୍ମା

ସବୁଠୁ ଅଧିକ ଟଙ୍କା ରୋଜଗାର କରୁଥିବା କମେଡିଆନ୍ ଙ୍କ ତାଲିକାରେ କପିଲ ଶର୍ମା ସବୁଠୁ ଉପରେ ଅଛନ୍ତି । କପିଲ ଶର୍ମା ନିଜ କମେଡି ଶୋ “କମେଡି ନାଇଟ ୱିଥ କପିଲ” ଓ ଡି “କପିଲ୍ ଶର୍ମା ଶୋ” ର ପ୍ରତ୍ୟେକ ଏପିସୋଡ୍ ପାଇଁ ୬୦ ରୁ ୮୦ ଲକ୍ଷ ଟଙ୍କା ନିଅନ୍ତି । ସେହି ଆଧାରରେ ଦେଖିଲେ କପିଲ ଙ୍କ ମାସିକ ରୋଜଗାର କେବଳ ୫ ରୁ ୬ କୋଟି ଟଙ୍କା ଅଟେ ।

ଏଥିରୁ ଆପଣ ଅନ୍ଦାଜ ଲଗାଇ ପାରୁଥିବେ କି କପିଲ ଙ୍କ ବର୍ଷ ସାରା ର ଆୟ କେତେ ହୋଇଥିବ । କପିଲ ଙ୍କ ବର୍ଷ ର ଆୟ ପ୍ରାୟ ୬୦ କୋଟି ଟଙ୍କା ଅଟେ । ସେ କେବଳ ନିଜ କମେଡି ରେ ଏବେ ପର୍ଯ୍ୟନ୍ତ ୬୦୦ କୋଟିରୁ ମଧ୍ୟ ଉର୍ଦ୍ଧ ଆୟ କରି ସାରିଲେଣି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।