ଅଜବ ମନ୍ତ୍ର ପଢି ରାତାରାତି ଭାଇରାଲ ହେଲେ ଆଉ ଜଣେ ନନା, ଏବେ ଗାଡି ପୂଜା କରିବାକୁ ଲାଗୁଛି ଲୋକଙ୍କ ଭିଡ, ଦେଖନ୍ତୁ video

ଗତକାଲି ଆପଣମାନେ ନନାଙ୍କ ନିଆରା ଗାଡି ପୂଜା ଦେଖିଥିଲେ । ନନା ଗୋଟିଏ ନୀଳ ରଙ୍ଗର ଚାରିଚକିଆ କାର୍ ପୂଜା କରୁଥିବା ବେଳେ ଅଜବ ଢଙ୍ଗରେ ଶ୍ଳୋକ ଗଉଥିବାର ଦେଖିବାକୁ ମିଳିଥିଲା । ତେବେ ଏହି ନନା କେବଳ ଚାରିଚକିଆ ନୁହେଁ ବରଂ ଦୁଇ ଚକିଆ ଯାନ ମଧ୍ୟ ପୂଜା କରୁଥିବା ସମୟର ଆଉ ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି । ସମାନ ଅନ୍ଦାଜ ଏବଂ ସମାନ ମନ୍ତ୍ର ପାଠ ସହ ନନା ଦୁଇ ଚକିଆ ଗାଡି ଦୁଇଟିକୁ ମଧ୍ୟ ପୂଜା କରୁଛନ୍ତି । ଯାହା ଖୁବ ଜୋରସୋରରେ ଭାଇରାଲ ହେବାରେ ଲାଗିଛି ।

ନନାଙ୍କ ମନ୍ତ୍ର ହେଉଛି, ଗାଡି ପୂଜା କର୍ବାଣି, ଗାଡି ପୂଜା କର୍ବାଣି । ତେବେ ନନାଙ୍କ ଭିଡିଓ ଭାଇରାଲ ହେବା ପରେ ଜଣେ କି ଦୁଇଜଣ ନୁହେଁ ବରଂ ଗାଁର ଅନେକ ଲୋକ ତାଙ୍କ ନିକଟରେ ଗାଡି ପୂଜା କରିବା ପାଇଁ ଭିଡ ଜମାଇଛନ୍ତି । ତେବେ ନନାଙ୍କର ଯେଉଁ ଦୁଇଚକିଆ ଗାଡି ପୂଜା ଭିଡିଓ ଭାଇରାଲ ହେଉଛି ସେହି ଭିଡିଓରେ ଉପସ୍ଥିତ ଥିବା ଲୋକେ ତାଙ୍କୁ ଅଜା ବୋଲି ସମ୍ବୋଧନ କରୁଛନ୍ତି ।

ଏହାସହ ଅଜାଙ୍କ ପୂଜା ଦେଖି ଆଉ ମନ୍ତ୍ର ଶୁଣି ହସି ହସି ଗଡି ଯାଉଛନ୍ତି । ତେବେ ନନା ଜାଣି ଶୁଣି ପିଲାଙ୍କୁ ହସେଇବା ଉଦ୍ଦେଶ୍ୟରେ ଏଭଳି ମନ୍ତ୍ରପାଠ କରୁଛନ୍ତି କି ଏହା ତାଙ୍କ ଗାଡି ପୂଜାର ଷ୍ଟାଇଲ ତାହା ଜଣା ପଡିନାହିଁ । କିନ୍ତୁ ଭିଡିଓ ଦେଖିଲେ ଆପଣ ବି ଅଜାଙ୍କ ସେନ୍ସ ଅଫ୍ ହ୍ୟୁମରର ତାରିଫ ନକରି ରହି ପାରିବେନି ।

ଏମିତି ଗାଡି ପୂଜା କଲେ ଯେ ରାତାରାତି ଭାଇରାଲ ହୋଇଗଲେ ନନା । ନନାଙ୍କ ଏଭଳି ଭିଡିଓରେ ଅନେକ ଲୋକଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ଭିଡିଓକୁ ବହୁଳ ମାତ୍ରାରେ ଶେୟାର ମଧ୍ୟ କରାଯାଉଛି । ସମସ୍ତେ ଅଜାଙ୍କ ଗାଡି ପୂଜା ଦେଖି ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ ଦେଉଛନ୍ତି । କିଏ ଲେଖୁଛନ୍ତି, ଅଜା ତୁମକୁ ମାଣିବାକୁ ପଡିବ ତ ଆଉ କିଏ ଲେଖୁଛି ଗାଡି ମାଲିକ କଣ ଗାଡିର ବି ହୃଦୟକୁ ଛୁଇଁବା ଭଳି ମନ୍ତ୍ର ପଢୁଛନ୍ତି ନନା ।

ଏହି ଭିଡିଓ ଦେଖି ନେଟିଜେନ ଖୁବ ହସୁଥିବା ବେଳେ ନିଜର ପ୍ରତିକ୍ରିୟା ଦେବାକୁ ମଧ୍ୟ ଭୁଲୁ ନାହାନ୍ତି । ତେବେ ନନାଙ୍କ ଏଭଳି ମଜାଦାର ମନ୍ତ୍ର ପାଠ ଆପଣଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।