ରାଷ୍ଟ୍ରପତିଙ୍କ କାରକେଡ଼ରେ କାହିଁକି ରହିଥାଏ ଏକାଭଳି 50 ରୁ ଉର୍ଦ୍ଧ୍ଵ ଗାଡି ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ !

ରାଷ୍ଟ୍ରପତି ଦେଶର ସର୍ବଶ୍ରେଷ୍ଠ ନାଗରିକ, ତେଣୁ ତାଙ୍କ ସୁରକ୍ଷା ଦେଶର ପ୍ରଥମ କର୍ତ୍ତବ୍ୟ । ଆପଣ ଦେଖିଥିବେ ରାଷ୍ଟ୍ରପତି ଯୁଆଡେ ବି ଯାଆନ୍ତି ତାଙ୍କ ପଛରେ ମାଳମାଳ ଗାଡି ଯାଇଥାଏ, ଯାହାକୁ କାରକେଡ ମଧ୍ୟ କୁହାଯାଏ । ଗାଡି ଗୁଡିକ ସବୁ ଏକା ଭଳି ହୋଇଥିବା ବେଳେ ପ୍ରାୟ 50ରୁ ଅଧିକ ଗାଡି ଏଥିରେ ରହିଥାଏ । ତେବେ ଆପଣ କେବେ ଭାବିଛନ୍ତି କି ରାଷ୍ଟ୍ରପତିଙ୍କ ପଛରେ ଏକାଭଳି ଗାଡି କାହିଁକି ଥାଏ ? ଏନେଇ ଆଜି ଆମେ ଆପଣଙ୍କୁ କହିବୁ ।

ନିକଟରେ ଦେଶର ନୂଆ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡିଶା ଗସ୍ତରେ ଆସିଥିଲେ ଓ ତାଙ୍କ ପଛରେ ମାଳମାଳ ଗାଡି ରହିଥିଲା । ତେବେ ଏହାର କାରଣ ହେଉଛି ରାଷ୍ଟ୍ରପତି କେବଳ ଦେଶର ପ୍ରଥମ ନାଗରିକ ନୁହନ୍ତି ବରଂ ତିନି ସେନାର କମାଣ୍ଡ ମଧ୍ୟ ଅଟନ୍ତି । ସେଥିପାଇଁ ତାଙ୍କ ସୁରକ୍ଷା ଦେଶର ପ୍ରଥମ କର୍ତ୍ତବ୍ୟ ହୋଇଥାଏ । ସେଥିପାଇଁ ପିବିଜି ବା ପ୍ରେସିଡେଣ୍ଟ ବଡି ଗାର୍ଡଙ୍କ ପାଖରେ ରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ଵ ରହିଥାଏ ।

ଏମାନେ ସବୁ ସମୟରେ ରାଷ୍ଟ୍ରପତିଙ୍କ ଉପରେ ନଜର ରଖିଥାନ୍ତି ଓ ତାଙ୍କ ପଛରେ ଥିବା ସବୁ ଗାଡିରେ ଏହି ବଡିଗାର୍ଡ ମାନେ ରହିଥାନ୍ତି । ପ୍ରତି ବଡିଗାର୍ଡ ହେଉଛନ୍ତି ଜଣେ ଜଣେ କମାଣ୍ଡର ଏବଂ ରାଷ୍ଟ୍ରପତିଙ୍କ ସୁରକ୍ଷା ହେଉଛି ଏମାନଙ୍କ ପ୍ରଥମ କର୍ତ୍ତବ୍ୟ । ରାଷ୍ଟ୍ରପତିଙ୍କ କାର ସହ ସହ ରହିଥାଏ ଏକାଭଳି 50ଟି କାର । ସବୁ କାର ଗୁଡିକ ଗୋଟିଏ ଗୋଟିଏ ଟ୍ୟାଙ୍କ ସହ ସମାନ ଓ ସବୁଥିରେ ଗୋଟିଏ ଗୋଟିଏ ଟ୍ୟାଙ୍କ ମ୍ୟାନ ମଧ୍ୟ ଥାଆନ୍ତି ।

ରାଷ୍ଟ୍ରପତିଙ୍କ ଉପରେ ନଜର ରଖି ସବୁ ପରିସ୍ଥିତିକୁ ସାମ୍ନା କରିବାକୁ ଏମାନେ ପ୍ରସ୍ତୁତ ରହିଥାନ୍ତି । ରାଷ୍ଟ୍ରପତିଙ୍କ ଜୀବନ ପ୍ରତି ବିପଦ ଆସିଲେ ପ୍ରେସିଡେଣ୍ଟ ବଡିଗାର୍ଡ ମାନେ କାର ଭିତରୁ ବାହାରନ୍ତି ଓ ଏକ ସୁଦୃଢ କବଚ ତିଆରି କରନ୍ତି । ଭାରତୀୟ କମାଣ୍ଡରରୁ ହିଁ ଏହି ବଡିଗାର୍ଡ ମାନଙ୍କୁ ସିଲେକ୍ସନ କରାଯାଏ । ରାଷ୍ଟ୍ରପତିଙ୍କ ବଡିଗାର୍ଡ ହେବାକୁ ହେଲେ ସମସ୍ତଙ୍କ ଉଚ୍ଚତା ନିହାତି 6 ଫୁଟ୍ ହେବା ଆବଶ୍ୟକ । ପ୍ରେସିଡେଣ୍ଟ ସବୁବେଳେ ଦେଶଦ୍ରୋହୀ ମାନଙ୍କ ଟାର୍ଗେଟରେ ରହିଥାନ୍ତି ।

ତେଣୁ ସେମାନଙ୍କ ନଜରରୁ ରାଷ୍ଟ୍ରପତିଙ୍କୁ ବଞ୍ଚାଇବା ପାଇଁ ତାଙ୍କ କାରକେଡ଼ରେ ଏକାଭଳି କାର ଯାଇଥାଏ । ଯାହାଦ୍ଵାରା ଆକ୍ରମଣ କରିବାକୁ ଆସୁଥିବା ଶତ୍ରୁ ଜାଣିପାରେନି କି ରାଷ୍ଟ୍ରପତି କେଉଁ କାରରେ ଅଛନ୍ତି । ତେଣୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ସମସ୍ତଙ୍କ କାରକେଡ଼ ସମାନ ଢଙ୍ଗରେ ରହିଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।