ରାସ୍ତାରେ ଝିଅମାନଙ୍କୁ ଅଶୀଳ ଇଙ୍ଗିତ ଓ ଖରାପ କମେଣ୍ଟ କରୁଥିଲା ମ୍ୟାନେଜର ଆରେଷ୍ଟ

ଗୁରୁଗ୍ରାମ ସାଇବର ସିଟୀ ର ପଶ ଅଞ୍ଚଳର ଓଲ୍ଡ ଡୀଏଲଏଫରେ କେତେକ ଝିଅମାନଙ୍କୁ ଅଶ୍ଳୀଳତା ବ୍ୟବାହାର କରିବାର ଏକ ମାମଲା ସାମ୍ନାକୁ ଆସୁଛି । ଯାହା ପରେ ଗୁରୁଗ୍ରାମ ପୋଲିସ କାର୍ଯ୍ୟକାରୀ କରି ଆରୋପି ମ୍ୟାନେଜରକୁ ଗିରଫ୍ କରିନେଇଛି । ପୋଲିସ ଅନୁସାରେ ଅଶ୍ଳୀଳତା ବ୍ୟବହାର କରୁଥିବା ମାମଲାରେ ଗିରଫ୍ ଯୁବକ ଏମବିଏ ପାସ ଅଟେ । ସେ ନାମୀ ଏବୀଏମ ଟାୱରରେ ଫ୍ୟାସିଲିଟି ରେ ମ୍ୟାନେଜର ଅଟେ ।

ପୋଲିସ ଅଧିକାରୀମାନେ କହିଲେ କି ଆରୋପି ଅତୁଲ ୩୧ ବର୍ଷୀୟ ଅଟେ । ଯିଏକି ଓଲ୍ଡ ଡୀଏଲଏଫ ମାନେ ସେକ୍ଟର ୧୪ ଅଞ୍ଚଳରେ ନିଜର ସ୍କର୍ପିୟୋ ଗାଡିରେ ମହିଳାମାନଙ୍କୁ ଓ ଝିଅମାନଙ୍କୁ ଅଶ୍ଳୀଳତା ବ୍ୟବାହାର ଓ ଖରାପ କମେନ୍ଟ କରୁଥିଲା । ପୋଲିସକୁ ଲଗାତାର ଏହି ସବୁ ବିଷୟରେ ଖବର ମିଳୁଥିଲା । କିନ୍ତୁ ବର୍ତ୍ତମାନ ପୋଲିସ ଆରୋପିକୁ ଗିରଫ୍ କରି ନେଇଛି ।

ଯେତେବେଳେ ପୋଲିସ ଷ୍ଟେସନରେ ଅଶ୍ଳୀଳତା ବ୍ୟବହାରର ଶିକାର ହୋଇଥିବା ଯୁବତୀମାନେ ଅଭିଯୋଗ କରିଲେ ତେବେ ପୋଲିସ ଏହି ମାମଲାକୁ ରୁଜୁ କରି ମାମଲାର ଯାଞ୍ଚ ଆରମ୍ଭ କରିଥିଲା । ଯାଞ୍ଚ ପରେ ଆରୋପି ଅତୁଲର ସ୍କର୍ପିୟୋ ଗାଡିକୁ ସେକ୍ଟର ୧୪ ର କେତେ ସ୍ଥାନରେ ସ୍ପଟ କରାଯାଇଛି । ଗାଡିର ନମ୍ବର ଆଧାରରେ ପୋଲିସ ଆରୋପି ଅତୁଲକୁ ଗିରଫ୍ କରିନେଇଛି ।

ପୋଲିସ ଅନୁସାରେ ଆରୋପି ଅତୁଲ ଆଚାର୍ଯପୁରୀ ଗୁରୁଗ୍ରାମର ନିବାସୀ ଅଟେ । ଯାହା ପରେ ପୋଲିସ ପଚରା ଉଚରା କରି ପୁରା ମାମଲାକୁ ସାମ୍ନାକୁ ଆଣିଲା । ଅନ୍ୟ ପଟେ ଏସିପିଙ୍କର କହିବା ଅଟେ କି ଆଶ୍ଳିଳତା ବ୍ୟବହାର ଭଳି ମାମଲା ବହୁତ କମ ହିଁ ସାମ୍ନାକୁ ଆସିଥାଏ । ଯାହାର ମୁଖ୍ୟ କାରଣ ଅଟେ ମହିଳାମାନଙ୍କର ଲଜ୍ୟା କିମ୍ବା ଏହିଭଳି ମାମଲାକୁ ନଜର ଅନ୍ଦାଜ କରିବା, ଯାହା କି ଏହିଭଳି ମାମଲାକୁ ବଢିବାରେ ସାହାର୍ଯ୍ୟ କରେ ।

ଏସିପିଙ୍କର ମାନିବା ଅଟେ କି ମହିଳା ଓ ଝିଅମାନଙ୍କୁ ଏହିଭଳି ମାମଲାକୁ ବହୁତ ଗମ୍ଭୀରତାର ସହ ପୋଲିସ ଷ୍ଟେସନରେ ଅଭିଯୋଗ କରିବାର ଅଛି । ଯାହା ଦ୍ଵାରା ଏହିଭଳି ଅସାମାଜିକ ମାମଲାକୁ ଜାଣି ହେବ ଓ ଏହାର ସମାଧାନ ପର୍ଯ୍ୟନ୍ତ ପହଞ୍ଚିହେବ ।

ଏଟିଏମ କାଟି ଲକ୍ଷ ଲକ୍ଷ ଟଙ୍କାର ଲୁଟ

ଅନ୍ୟ ପଟେ ଗୁରୁଗ୍ରାମ ର ସାଇବର ସିଟୀ ର କକରୌଲା ଗ୍ରାମରୁ ଏଟିଏମ କାଟି ଲକ୍ଷ ଲକ୍ଷ ଟଙ୍କା ଚୋରୀ ହୋଇଥିବାର ମାମଲା ବି ସାମ୍ନାକୁ ଆସିଛି । କହିବାକୁ ଗଲେ ଚୋରମାନେ କକରୌଲା ଗ୍ରାମରେ ୨୨ ଡିସେମ୍ବର ରେ ଆକ୍ସିସ ବ୍ୟାଙ୍କର ଏଟିଏମକୁ ଗ୍ୟାସ କଟରରେ କାଟି ପାଖାପାଖି ୧୮ ଲକ୍ଷ ଟଙ୍କା ଚୋରୀ କରିଛନ୍ତି । ଏହା ପରେ ଚୋରମାନେ ଫେରାର ହୋଇ ଯାଇଛନ୍ତି ।

ଏହି ଘଟଣା ବିଷୟରେ ସେତେବେଳେ ଜଣା ପଡିଲା ଯେତେବେଳେ ସକାଳେ ଏଟିଏମ ୟୁଜରମାନେ ଏଟିଏମ ରେ ପହଞ୍ଚିଲେ । ଏହା ପରେ ଏହା ବିଷୟରେ ପୋଲିସକୁ ସୂଚନା ଦିଆଗଲା ଓ ବର୍ତ୍ତମାନ ପୋଲିସ ଏହି ମାମଲାର ଯାଞ୍ଚ ଆରମ୍ଭ କରିଦେଇଛି ।