୧୦ ବର୍ଷରେ ୬୫୭ ଥର ଏକ୍ଜାମ ଦେଇସାରିଛନ୍ତି ୩୦ ବର୍ଷର ପୁଷ୍ପା, କାରଣ ଜାଣିଲେ କରିବେ ସାଲ୍ୟୁଟ

ମଣିଷ ତା’ର ଜୀବନରେ ବହୁତ ପରୀକ୍ଷା ଦେଇଥାଏ । ଆମ୍ଭେମାନେ ପିଲା ବେଳ ଠାରୁ ପରୀକ୍ଷା ଦେଇଥାଉ । ପ୍ରଥମେ ଶିକ୍ଷାଗତ ପରୀକ୍ଷାରୁ ଆରମ୍ଭ କରି ଚାକିରିର ନିଯୁକ୍ତି ପାଇଁ ପରୀକ୍ଷା ଦେଇଥାଉ । ସେତିକିରେ ଶେଷ ହୁଏ ନାହିଁ ଜୀବନର ପରୀକ୍ଷା । ଏହି ପରି ଜଣେ ୩୦ ବର୍ଷର ମହିଳା ୧୦ ବର୍ଷ ମଧ୍ୟରେ ୬୫୭ ଥର ପରୀକ୍ଷା ଦେଇସାରିଛନ୍ତି । ଏହି ମହିଳା ଜଣକ ହେଉଛନ୍ତି ପୁଷ୍ପା । ତେବେ ଆସନ୍ତୁ ଜାଣିବା ଏହା ପଛର କାରଣ ।

ବାଙ୍ଗାଲୁରରେ ରହୁଥିବା ପୁଷ୍ପା ପ୍ରିୟା ଏକ ଭଲ କମ୍ପାନୀରେ କାମ କରନ୍ତି । ତାଙ୍କର ଜୀବନ ଶୈଳୀ ମଧ୍ୟ ବହୁତ ଭଲ, ତାଙ୍କୁ ବହୁତ ଭଲ ଦରମା ମିଳେ । ଏହା ଛଡା ପ୍ରିୟା ତାଙ୍କ ଜୀବନରେ ମସ୍ତ ରହିବା ପାଇଁ କିଛି ଖାସ କାର୍ଯ୍ୟ କରିଥାନ୍ତି ।

“ପୁଷ୍ପା ପ୍ରିୟା” ନାମକ ଏହି ମହିଳା କେତେକ ଦିବ୍ୟାଙ୍ଗମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ସେମାନଙ୍କ ପରୀକ୍ଷାରେ ସେ ପ୍ରଶ୍ନପତ୍ରରେ ଉତ୍ତର ଲେଖନ୍ତି । ଏମିତି ବହୁତ ଦିବ୍ୟାଙ୍ଗ ତଥା ଦୃଷ୍ଟିହୀନ ଛାତ୍ର ଯେଉଁମାନେ ନିଜ ପରୀକ୍ଷା ପତ୍ରରେ ଲେଖିପାରନ୍ତି ନାହିଁ, ପ୍ରିୟା ତାଙ୍କର ପରୀକ୍ଷା ଭବନରେ ଅଧିକାରୀ ରୂପରେ ପ୍ରଶ୍ନର ଉତ୍ତର ଲେଖନ୍ତି ।

ପ୍ରିୟା ପାଖା ପାଖି ୧୦ ବର୍ଷ ମଧ୍ୟରେ ଏହିପରି ୬୫୭ରୁ ଅଧିକ ପରୀକ୍ଷା ଦେଇସାରିଛନ୍ତି । ତାଙ୍କୁ ଏହି ଦିବ୍ୟାଙ୍ଗମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ବହୁତ ଭଲ ଲାଗେ । ଏହି କାର୍ଯ୍ୟ ଦ୍ଵାରା ତାଙ୍କୁ ବହୁତ ଖୁସି ମିଳିଥାଏ ।

ହଜାର ହଜାର ଦିବ୍ୟାଙ୍ଗମାନଙ୍କର କ୍ୟାରିୟର ଓ ଜୀବନକୁ ସୁଖମୟ କରିବା ପାଇଁ ପୁଷ୍ପା ପ୍ରିୟାଙ୍କର ବହୁତ ଯୋଗଦାନ ରହିଛି । ପ୍ରିୟା ଏକ ଭଲ କମ୍ପାନୀରେ କାର୍ଯ୍ୟ କରି ଭଲ ଦରମା ପାଇ ଖୁସିରେ ନିଜର ଜୀବନ ଅତିବାହିତ କରନ୍ତି, କିନ୍ତୁ ସେ ଏହି ଦିବ୍ୟାଙ୍ଗମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ସେ ଅଧିକ ଭଲ ପାଆନ୍ତି ।