ଚା ପିଇବା ସମୟରେ କେବେ ବି କରନ୍ତୁ ନାହିଁ ଏହି ଭୁଲ, ନଚେତ ହୋଇପାରେ ବହୁତ ଗମ୍ଭୀର ରୋଗ

ଏହା ତ ସମସ୍ତେ ଜାଣିଛନ୍ତି କି ଭାରତରେ ପ୍ରାୟତଃ ସମସ୍ତଙ୍କ ଘରେ ସକାଳର ଆରମ୍ଭ ଚା ଦ୍ଵାରା ହିଁ ହୋଇଥାଏ । ଅନ୍ୟ ପଟେ ଏହା ବି ସତ ଅଟେ କି ଯେଉଁ ଲୋକମାନଙ୍କୁ ଚା’ ର ଅଭ୍ୟାସ ଥାଏ ସେମାନେ ବିନା ଚା’ରେ କେବେ ବି ରହି ପାରନ୍ତି ନାହିଁ । କେତେକ ଲୋକମାନେ ଏହିଭଳି ବି ହୋଇଥାନ୍ତି, ଯେଉଁମାନେ କି ଦିନକୁ ୪ ରୁ ୫ ଥର ଚା’ ପିଇଥାନ୍ତି । କିନ୍ତୁ ଆପଣଙ୍କୁ କହିଦେଉଛୁ କି ଅତ୍ୟଧିକ ଚା’ ର ସେବନ କରିବା ଆମ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ ।

Image courtesy: Google

ଏତିକି ନୁହେଁ ଏହା ଛଡା ବି କେତେକ ଲୋକମାନେ ଚା’ ପିଇବା ସମୟରେ ଏମିତି କିଛି ଭୁଲ କରି ଦିଅନ୍ତି, ଯାହା ଦ୍ଵାରା ତାଙ୍କର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ । ଆଜି ଆମେ ଆପଣଙ୍କୁ ସେହି ସମସ୍ତ ଭୁଲ ବିଷୟରେ କହିବୁ । ଆପଣଙ୍କୁ କହିଦେଉଛୁ କି ସକାଳେ ଉଠିବା ସମୟରେ କେବେ ବି ଖାଲି ପେଟରେ ଚା ପିଇବା ଉଚିତ ନୁହେଁ । ଏହିଭଳି କରିବା ଦ୍ଵାରା ଆପଣଙ୍କର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ ।

Image courtesy: Google

କହିଦେଉଛୁ କି ଯଦି ଆପଣ ସକାଳେ ଉଠି ଖାଲି ପେଟରେ ଚା ପିଉଛନ୍ତି ତେବେ ଏହା ଦ୍ଵାରା ଆପଣଙ୍କୁ ଏସିଡିଟୀ ଓ କ୍ୟାନ୍ସର ଭଳି ଗମ୍ଭୀର ରୋଗ ବି ହୋଇପାରେ । ଏହା ଛଡା ଖାଲି ପେଟରେ ଚା ପିଇବା ଦ୍ଵାରା ମନୁଷ୍ୟର ଆୟୁ ବି କମ ହୋଇଯାଏ । ସେଥିପାଇଁ ସକାଳେ ଯେତେବେଳେ ବି ଚା’ ପିଇବେ, ତାହା ପୂର୍ବରୁ ଗୋଟିଏ ଗ୍ଳାସ ପାଣି କିମ୍ବା ବିସ୍କୁଟ ନିଶ୍ଚିତ ଖାଇ ନିଅନ୍ତୁ ।

Image courtesy: Google

ଏହା ଛଡା ଆପଣଙ୍କୁ କହିଦେଉଛୁ କି ଖାଇବା ପରେ ଭୁଲରେ ସଙ୍ଗେ ସଙ୍ଗେ ଚା’ ପିଇବା ଉଚିତ ନୁହେଁ । କାରଣ ଏହା ଆପଣଙ୍କର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇ ଥାଏ । ଯେତେବେଳେ ବି ଆପଣ ଭୋଜନ କରିଥାନ୍ତି ସେଥିରେ ଥିବା ପୋଷକ ତତ୍ଵ ଶରୀରରେ ଅବଶୋଷିତ ହେବା ପାଇଁ ଅଳ୍ପ ସମୟ ନେଇଥାଏ, କିନ୍ତୁ ଯଦି ଆପଣ ଖାଇବାର ସଙ୍ଗେ ସଙ୍ଗେ ଚା’ ପିଇ ନେଉଛନ୍ତି, ତେବେ ଭୋଜନର ପୋଷକ ତତ୍ଵ ଶରୀରରେ ଅବଶୋଷିତ ହୋଇ ପାରି ନ ଥାଏ ।

ଯାହା ଦ୍ଵାରା ଆପଣଙ୍କ ଶରୀରକୁ ସଂପୂର୍ଣ୍ଣ ପୋଷକ ତତ୍ଵ ମିଳି ପାରି ନ ଥାଏ । ଏମିତିରେ ଆପଣଙ୍କୁ ଡାଇବେଟିସ ଭଳି ସମସ୍ୟା ହେବାର ସମ୍ଭାବନା ହୋଇପାରେ । କେତେକ ଲୋକମାନଙ୍କୁ କଡା ଚା’ ପିଇବା ପସନ୍ଦ ହୋଇଥାଏ । କିନ୍ତୁ ତାଙ୍କୁ ଏହା ଜଣା ନଥାଏ କି ଚା’କୁ ଅଧିକ ଗରମ କରି ପିଇବା ଉଚିତ ନୁହେଁ । ଏହା ଛଡା ଆପଣଙ୍କୁ କହିଦେଉଛୁ କି ଥରେ ଚା’କୁ ଗରମ କରି ପିଇବା ପରେ ଦ୍ଵିତୀୟ ଥର ଚା’ କୁ କେବେ ବି ଗରମ କରନ୍ତୁ ନାହିଁ । ଏହିଭଳି କରିବା ଦ୍ଵାରା ଆପଣଙ୍କୁ ଏସିଡିଟି ଭଳି ସମସ୍ୟା ହୋଇପାରେ ।

Image courtesy: Google

କେତେକ ଲୋକମାନେ ଚା’ରେ ଗୋଲମରିଚ, ତୁଳସୀ, ଗୁଜୁରାତି, ଲବଙ୍ଗ, ଯାଇଫଳ ଇତ୍ୟାଦି ମସଲା ମିଶାନ୍ତି । କିନ୍ତୁ ଆପଣଙ୍କୁ କହିଦେଉଛୁ କି ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ । କାରଣ ଚା’ରେ ଥିବା କ୍ୟାଫିନ ଏହି ମସଲା ଗୁଡିକର ଔଷଧୀୟ ଗୁଣକୁ ଶେଷ କରି ଦେଇଥାଏ ଓ ଏହାର ଦୁଷ୍ପରିଣାମ ଆମର ଶରୀର ଉପରେ ପଡିଥାଏ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।