ଇଏ ହେଉଛି ଦୁନିଆର ସବୁଠୁ ଅଦ୍ଭୁତ ସହର, ଯେଉଁଠି ନାହିଁ କୌଣସି ଛକ ଓ ରାସ୍ତାର ନାମ

ଆପଣ ମାନେ ଦୁନିଆରେ ଥିବା ସବୁ ଦେଶ, ସହର ଓ ଗଳିର ନାମ ଜାଣିଥିବେ । ହେଲେ ଦୁନିଆରେ ଏମିତି ଏକ ସ୍ଥାନ ଅଛି ଯେଉଁଠି କୌଣସି ଗଳି ଓ ରାସ୍ତାର କୌଣସି ନାମ ନାହିଁ । ଏହି ସହର ୟୁରୋପ ଦେଶର ଜର୍ମାନୀରେ ଅଛି । ଏହା ଶୁଣି ଅବଶ୍ୟ ଆପଣମାନେ ଆଶ୍ଚର୍ଯ୍ୟ ହୋଇଥିବେ ଓ ବିଶ୍ଵାସ କରି ନଥିବେ । କିନ୍ତୁ ଏହା ସତ । ଏହି ସହରର ନାମ ହେଉଛି ହିଲଗାର୍ମିସନ । ଏହି ସହରରେ କୌଣସି ଗଳି ଓ ରାସ୍ତାର ନାମ ନାହିଁ ।

ଜର୍ମାନୀରେ ଥିବା ଏହି ହିଲଗାର୍ମିସନ ସହରରେ କୌଣସି ଗଳି ଓ ରାସ୍ତା ନଥିଲେ ମଧ୍ୟ ଏଠିକାର ଲୋକମାନେ ସବୁ ସ୍ଥାନକୁ ସହଜରେ ଜାଣିପାରନ୍ତି । ଚଳିତ ବର୍ଷ ଫେବୃୟାରି ମାସରେ ଏହି ସ୍ଥାନରେ ଥିବା ଲୋକମାନଙ୍କର ଜନମତ ସଂଗ୍ରହ କରାଯାଇଥିଲା କି, ଏହି ସ୍ଥାନରେ ଥିବା ଗଳି ଓ ରାସ୍ତାର ନାମ ଦେବା ଉଚିତ ନା ନାହିଁ ।

ଏହି ସହରର ଗଠନ ୧୯୭୦ ମସିହାରେ କୌଣସି ଛୋଟ ସମ୍ପ୍ରଦାୟ ଆରମ୍ଭ କରିଥିଲେ । ବର୍ତ୍ତମାନ ଏହି ସ୍ଥାନରେ ରହୁଥିବା ଲୋକମାନଙ୍କ ପାଇଁ ନିଜର ପରିଚୟ ଦେବା ବହୁତ କଷ୍ଟକର, ଏମାନେ ଏହି ସ୍ଥାନର ନିବାସୀ ନୁହନ୍ତି । ଯେତେବେଳେ ରାସ୍ତା ଓ ଗଳିର ନାମ ଦେବା ପାଇଁ ଭୋଟ କରାଗଲା, ସେତେବେଳେ ଅଧିକାଂଶ ଲୋକଙ୍କର ଭୋଟ ରାସ୍ତା ଓ ଗଳିର ନାମ ନଦେବା ପାଇଁ ଆସିଥିଲା ।

ଇତିହାସ ଦ୍ଵାରା ଜଣା ପଡିଛି କି ଏହି ସ୍ଥାନରେ କେବଳ ଘରର ନମ୍ବର ଓ ଏକ ପୁରୁଣା ଗାଁ ନାମରେ ସମସ୍ତଙ୍କର ପରିଚୟ ହୋଇଥାଏ । ହିଲଗାର୍ମିସନରେ ବର୍ତ୍ତମାନ ୨,୨୦୦ ଲୋକ ବାସ କରୁଛନ୍ତି । ଯେଉଁଥିରେ ୬୦ ପ୍ରତିଶତ ଲୋକ ଭୋଟ ମାଧ୍ୟମରେ ରାସ୍ତା ଘାଟର ନାମ ନଦେବା ପାଇଁ ଚାହୁଁଛନ୍ତି ।

ପରିଷଦ ଦ୍ଵାରା ସୂଚନା ଦିଆଯାଇଥିଲା କି ଏହି ସ୍ଥାନରେ ଥିବା ପ୍ରତ୍ୟେକ ଗଳି ଓ ରାସ୍ତା ଘାଟର ନାମ ଦେଲେ, ଆପତ୍ତିକାଳୀନ ସେବା ଓ ଡେଲିଭରି ଡ୍ରାଇଭରଙ୍କର କାମ ସହଜ ହେବ । କିନ୍ତୁ ସ୍ଥାନୀୟ ଲୋକମାନେ ରାସ୍ତା ଘାଟର ନାମ ଦେବା ପାଇଁ ସହମତି ଦେଲେ ନାହିଁ ।