ଜେଲ ଯାଇସାରିଛନ୍ତି ବଲିଉଡ ର ଏହି ପାଞ୍ଚଜଣ ଅଭିନେତା, ନମ୍ବର 2 ଙ୍କୁ ତ ମିଳି ସାରିଛି 6 ବର୍ଷ ଦଣ୍ଡ

ବଲୀଉଡ ଏବଂ ବିବାଦର ପୁରୁଣା ସମ୍ପର୍କ ଅଛି । ପ୍ରାୟତଃ ବଲୀଉଡର ଷ୍ଟାରମାନଙ୍କର ବୟାନ ଏବଂ କାମ ତାଙ୍କୁ ଚର୍ଚାରେ ପକାଇ ଦେଇଥାଏ । ଏବଂ ତାଙ୍କ ବୟାନ ଉପରେ ହଙ୍ଗାମା ଛିଡା ହୋଇଯାଇଥାଏ । କିନ୍ତୁ ଏହାର କେତେ କଦମ ଆଗକୁ କିଛି ଷ୍ଟାର ଏମିତି ବି ଅଛନ୍ତି ଯାହାଙ୍କ ଉପରେ କେତେ ପ୍ରକାରର ଗମ୍ଭୀର କ୍ରୀମିନାଳ ଚାର୍ଜ ଲାଗିସାରିଛି ଏବଂ କେତେ ଜଣ ତ ବର୍ଷ ବର୍ଷ ଧରି ଜେଲ ମଧ୍ୟ ଯାଇସାରିଛନ୍ତି ।

ଆଜି ଆମେ ଆପଣଙ୍କୁ ବଲୀଉଡର କିଛି ଏମିତି କଳାକାର ମାନଙ୍କ ବିଷୟରେ କହିବୁ ଯିଏ ନିଜ ଉପରେ ଲାଗିଥିବା ଦୋଷ ପାଇଁ ଜେଲର ପବନ ଖାଇ ସାରିଛନ୍ତି ।

୧. ସଲମାନ ଖାନ

କହିଦେଉଛୁ ଯେ ୧୯୯୫ ମସିହାରେ ଅଭିନେତା ସଲମାନ ଖାନଙ୍କ ଉପରେ “ହମ ସାଥ ସାଥ ହୈ” ର ଶୁଟିଙ୍ଗ ସମୟରେ କିଛି ଦୁର୍ଲଭ ହରିଣକୁ ହତ୍ୟା କରିବା ପାଇଁ ଆରୋପ ଲାଗିଥିଲା । ସେଥିପାଇଁ ତାଙ୍କୁ ଜେଲରେ କିଛି ଦିନ ବିତାଇବାକୁ ପଡିଥିଲା । ତାହା ସହିତ ସଲମାନଙ୍କ ଉପରେ “ହିଟ ଏଂଡ ରନ” ର କେସ ମଧ୍ୟ ଚାଲିଥିଲା, ସଲମାନ ଖାନ ମଦ ପିଇ ଗାଡି ଚଲାଉ ଥିଲେ ଏବଂ ସେ ରାସ୍ତାରେ କିଛି ଲୋକ ଶୋଇଥିବା ଅବସ୍ଥାରେ ଚଢାଇ ଦେଇଥିଲେ, ଯାହା ପରେ ସେମାନେ ସମସ୍ତେ ମରି ଯାଇଥିଲେ ।

୨. ସଞ୍ଜୟ ଦତ୍ତ

ବଲୀଉଡ ର ଅଭିନେତା ସଞ୍ଜୟ ଦତ୍ତ ୧୯୯୧-୧୯୯୨ ରେ ଅବୈଧ ହଥିୟାର ରଖିବା ପାଇଁ ତାଙ୍କୁ ପାଞ୍ଚ ବର୍ଷ ପାଇଁ ଦଣ୍ଡାଦେଶ ଶୁଣା ଯାଇଥିଲା । ସଞ୍ଜୁ ୪ ବର୍ଷ ପର୍ଯ୍ୟନ୍ତ ତିହାଡ ଜେଲରେ ଥିଲେ ଏବଂ ପୁଣେ ଜେଲରେ ୧ ବର୍ଷ ବିତାଇ ଥିଲେ । ସଞ୍ଜୟ ଦତ୍ତ ବହୁତ ଲମ୍ବା ସମୟ ପର୍ଯ୍ଯନ୍ତ ଜେଲରେ ରହି ଆସିଛନ୍ତି ।

୩. ସୈଫ ଅଲୀ ଖାନ

ବଲୀଉଡର ନବାବ ଅଭିନେତା ସୈଫ ଅଲୀ ଖାନ ବଲୀଉଡର ବଡ ଅଭିନେତା ମଧ୍ୟରୁ ଜଣେ ଅଟନ୍ତି । କିନ୍ତୁ ଥରେ ଗୋଟିଏ ହୋଟେଲ ରେ ସେ ରାତିରେ ଖାଉଥିବା ସମୟରେ ଏକ ବ୍ୟକ୍ତି ସହିତ ଝଗଡା କରିଥିଲେ ଏବଂ ଲଢି ମଧ୍ୟ ଥିଲେ ଏବଂ ସେହି ବ୍ୟକ୍ତିର ନାକକୁ ମଧ୍ୟ ଭାଙ୍ଗି ଦେଇଥିଲେ । ମାମଲା ପୁଲିସ ଷ୍ଟେସନ କୁ ପହଞ୍ଚିଲା ଏବଂ ସୈଫଙ୍କୁ ଜେଲ ଯିବାକୁ ପଡିଥିଲା ।

୪. ଶାଇନୀ ଆହୂଜା

୨୦୦୬ ରେ ଶାଇନୀ ଆହୂଜାଙ୍କୁ ନିଜର ପ୍ରଥମ ଫିଲ୍ମ ପାଇଁ ଫିଲ୍ମଫେୟର ବେସ୍ଟ ମେଲ ଡେବ୍ଯୂ ଅୱର୍ଡ ମିଳିଥିଲା । ସେହି ସମୟରେ ତାଙ୍କ ଘରର ଚାକରାଣୀ ତାଙ୍କ ଉପରେ ବଳାତ୍କାର କରିବା ପାଇଁ ଆରୋପ ଲଗାଇଥିଲେ, ଯାହାକି ପ୍ରମାଣିତ ବି ହୋଇଯାଇଥିଲା ଯାହା ପାଇଁ ଶାଇନୀ ଆହୂଜାଙ୍କୁ ଜେଲ ଯିବାକୁ ପଡିଥିଲା ।

୫. ଫରଦୀନ ଖାନ

ଫିରୋଜ ଖାନଙ୍କ ପୁଅ, ଫରଦୀନ ଖାନ ବଲୀଉଡରେ କିଛି ସେମିତି ଖାସ କମାଳ କରି ପାରି ନାହାନ୍ତି । ୨୦୦୧ ରେ ତାଙ୍କୁ କୋକିନ ରଖିବା ପାଇଁ ଗିରଫ କରାଯାଇଥିଲା । ଯାହା ପାଇଁ ତାଙ୍କୁ ଜେଲରେ କିଛି ସମୟ ରହିବାକୁ ପଡିଥିଲା ।