କଣ ଆପଣ ଜାଣିଛନ୍ତି କି ରାସ୍ତା ଉପରେ କଣ ପାଇଁ କରାଯାଇଥାଏ ଧଳା ଓ ହଳଦିଆ ରଙ୍ଗର ପଟି? କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ

ଭାରତରେ ସଡକ ଦୁର୍ଘଟଣା ଏକ ଗମ୍ଭୀର ସମସ୍ୟା ଅଟେ କାରଣ ଏଠାରେ ଅଧିକ ମାତ୍ରାରେ ସଡକ ଦୁର୍ଘଟଣା ହୋଇଥାଏ । ପ୍ରତିଦିନ ଖବର କାଗଜ ହେଉ ବା ଟିଭି ସଡକ ଦୁର୍ଘଟଣା ନିହାତି ଥିବାର ଦେଖିବାକୁ ମିଳୁଛି । ସଡକ ଦୁର୍ଘଟଣାରେ ଅଧିକ ଲୋକଙ୍କର ମୃତ୍ୟୁ ହେଉଛି । ସବୁ ଦେଶରେ ସଡକରେ ଯିବା ଆସିବା କରିବା ପାଇଁ ବହୁତ ପ୍ରକାରର ନିୟମ ରହିଛି କିନ୍ତୁ ଲୋକମାନେ ଏହାକୁ ମାନୁ ନାହାଁନ୍ତି ଯାହାଦ୍ୱାରା କି ସେମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ।

ଲଗାତାର ଏପରି ସଡକ ଦୁର୍ଘଟଣା ମଧ୍ୟରେ କଣ ଆପଣ କେବେ ଭାବିଛନ୍ତି କି ସଡକ ଉପରେ ଲଗାଯାଇଥିବା ଧଳା ଏବଂ ହଳଦିଆ ପଟିର ମାନେ କଣ ? ଯଦି ଆପଣ ଏହା ବିଷୟରେ ଜାଣି ନାହାଁନ୍ତି ତାହେଲେ ଏଥର ନିହାତି ଜାଣନ୍ତୁ କାରଣ ଏହା ଜାଣିବା ବହୁତ ଆବଶ୍ୟକ ଅଟେ ।

୧ – ରାସ୍ତା ମଝିରେ ଧଳା ରଙ୍ଗର ମୋଟା ପଟି

ରାସ୍ତା ମଝିରେ ଥିବା ଧଳା ରଙ୍ଗର ଏହି ମୋଟା ପଟି ଆମକୁ ସଂକେତ ଦେଇଥାଏ କି ଆମେ ଏହି ଲାଇନ ନ ବଦଳାଇ ଏହାର ବାମ ପଟେ ଆଗକୁ ଯିବା ଉଚିତ ।

୨ – ଛାଡି ଛାଡି ଥିବା ଧଳା ପଟି

ଯଦି ଆପଣ ଦେଖିବେ କି ରାସ୍ତା ମଝିରେ ଛାଡି ଛାଡି ହୋଇ ଧଳା ରଙ୍ଗର ପଟି ଅଛି ତାହେଲେ ଆପଣ ବୁଝିଯିବେ କି ଆପଣଙ୍କୁ ସାବଧାନର ସହିତ ନିଜର ଲାଇନ ବଦଳାଇବା ଉଚିତ । ଏହାର ଧ୍ୟାନ ରଖିବା ଦରକାର କି ଆପଣଙ୍କ ପଛରୁ କୌଣସି ଗାଡି ଆସୁନାହିଁ ତ ।

୩ – ରାସ୍ତା ମଝିରେ ମୋଟା ହଳଦିଆ ପଟି

ଏହି ପଟି ଆମକୁ ସଂକେତ ଦେଇଥାଏ କି ଆପଣ କୌଣସି ବି ଗାଡିକୁ ଓଭରଟେକ କରିପାରିବେ କିନ୍ତୁ ଏହି ପଟିକୁ କ୍ରସ କରିବେ ନାହିଁ । ଏହି ନିୟମ ଅଲଗା ଅଲଗା ରାଜ୍ୟରେ ଅଲଗା ହୋଇଥାଏ । ତେଲେଙ୍ଗାନା ରେ ହଳଦିଆ ପଟି ଥିବା ସମୟରେ ଆପଣ କୌଣସି ଗାଡିକୁ ଓଭର୍ଟେକ କରିପାରିବେ ନାହିଁ ।

୪ -ଲାଗିକି ଥିବା ଦୁଇଟି ହଳଦିଆ ପଟି

ପାହାଡିଆ ଅଞ୍ଚଳରେ ଏହାର ଅଧିକ ବ୍ୟବହାର କରାଯାଇଥାଏ । ଏହା ଆମକୁ ସଂକେତ ଦେଇଥାଏ କି କୌଣସି ବି ପରିସ୍ଥିତିରେ ଆମେ ଏହି ପଟିକୁ ପାର କରିପାରିବା ନାହିଁ ।

୫ – ରାସ୍ତା କଡରେ ଥିବା ହଳଦିଆ ପଟି

ବହୁତ ସାବଧାନ ର ସହିତ ରାସ୍ତା ପାରି ହେବା ପାଇଁ ଏହି ପଟି ଆମକୁ ସଂକେତ ଦେଇଥାଏ ।

୬ – ଲମ୍ବା ଏବଂ ଛାଡି ଛାଡି ଥିବା ହଳଦିଆ ପଟି

ଯଦି ଆପଣ କେଉଁଠି ବି ଏଭଳି ଲମ୍ବା ହଳଦିଆ ପଟି ଦେଖିବେ ତାହେଲେ ଆପଣ ବୁଝିଯିବେ କି ଆପଣ ଏଠାରେ ଓଭରଟେକ କରିପାରିବେ । ଯଦି ଛାଡି ଛାଡି ଥିବା ହଳଦିଆ ପଟି ଉପରେ ଓଭରଟେକ କରୁଥିବେ ତାହେଲେ ଏହା ବିପଦଜନକ ହୋଇପାରେ । ଏଥିପାଇଁ ରାସ୍ତା ଉପରେ ଚାଲୁଥିବା ସମୟରେ ସଂକେତ ଏବଂ ନିୟମ ଉପରେ ଧ୍ୟାନ ଦେବା ନିହାତି ଆବଶ୍ୟକ ଅଟେ । ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଦେଶଦୁନିଆ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।